କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ଭେଟିଲେ ଜିଲାପାଳ

ନୂଆପଡା ଅଫିସ,୧୯ା୫-ନୂଆପଡ଼ା ଜିଲାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନର ଲମ୍ବା ଧାଡି ଲାଗିଛି। ପ୍ରତିଦିନ ଯିଏ ଯାହା ଉଦ୍ୟମରେଏଠାକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛନ୍ତି। ଏମାନଙ୍କ ସକାଶେ ଜିଲା ପ୍ରଶାସନ ପଞ୍ଚାୟତରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲିଛି। ହେଲେ ଏଗୁଡିକରେ ମୌଳିକ ସୁବିଧା ଅଛି କି ନାହିଁ ସେ ଉପରେ ନିଜେ ଜିଲାପାଳ ମଧୁସ୍ମିତା ସାହୁ ଅଚାନକ ଭାବେ ବୁଲି ପରିଦର୍ଶନ କରୁଛନ୍ତି। ଅନ୍ୟପଟେ କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ଠିକ୍‌ ଭାବେ ଖାଦ୍ୟ ପେୟ ଦିଆଯାଉ ନ ଥିବାବେଳେ ମୌଳିକ ସୁବିଧା ମିଳୁ ନ ଥିବା ପ୍ରବାସୀମାନେ ଅଭିଯୋଗ କରିଛନ୍ତି। କ୍ୱାରାଣ୍ଟାଇନ ସେଣ୍ଟରେ ରହୁଥିବା ପ୍ରବାସୀଙ୍କଠାରୁ ଏଭଳି ଅଭିଯୋଗ ପାଇଲା ପରେ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଜିଲାପାଳ କଡା ତାଗିଦ କରିଛନ୍ତି। ମଙ୍ଗଳବାର ସକାଳେ ଜିଲାପାଳ ଖଡିଆଳ ବ୍ଲକ ଅଞ୍ଚଳର ବହୁ କ୍ୱାରାଣ୍ଟାଇନ ସେଣ୍ଟର ବୁଲି ଦେଖିଛନ୍ତି। ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ବିଡିଓ ଉତ୍ତମ ବାଗ ପ୍ରମୁଖ ଜିଲାପାଳଙ୍କ ସହ ପରିଦର୍ଶନରେ ଯାଇଥିଲେ। ସେହିଭଳି କୋମନା ବ୍ଲକ ତରବୋଡରେ ଶିଶୁ, ମହିଳା ଓ ପୁରୁଷ ମିଶି ମୋଟ ୭୦ ଜଣ ପ୍ରବାସୀ ରହୁଛନ୍ତି। ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ଏମାନେ ମଧ୍ୟାହ୍ନ ଭୋଜନ କରି ନ ଥିବା ଜାଣିଲା ପରେ ଜିଲାପାଳ ଉଦ୍‌ବେଗ ପ୍ରକାଶ କରଛନ୍ତି। ଏଠାରେ ପାଣି ଏବଂ ବିଜୁଳି ବ୍ୟବସ୍ଥା ଠିକ୍‌ ନାହିଁ। ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସୁରଟ ଫେରନ୍ତା କୈଳାସ ମାଝି ଅଭିଯୋଗ କରିଛନ୍ତି। ତେବେ ଏହା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ ମହାନନ୍ଦ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜିଲାର ୧୩୧ଟି ପଞ୍ଚାୟତରେ ୯୦୯ଟି କ୍ୱାରାଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଘରକୁ ଫେରିବାକୁ ୬୨ହଜାର ପ୍ରବାସୀ ପଞ୍ଜୀକରଣ କରିଥିବାବେଳେ ୫୦୬୨ ପ୍ରବାସୀ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ଧାନ ମହଜୁଦ ରଖିଥିଲେ ସୁରେଶ: ଜବତ କଲେ ଅଧିକାରୀ

ନୂଆପଡ଼ା,୫ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଧାନର ଅବୈଧ ମହଜୁଦ ଓ ଆନ୍ତଃ ରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ…

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ମଣ୍ଡି ଖୋଲିବାର ୧୨ ଦିନ ପରେ ବି ସ୍ବାଭାବିକ ହେଲାନି: ଚାଷୀ ମହଲରେ..

ନୂଆପଡ଼ା,୩ା୬(ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବିଧାନ ସଂଗ୍ରହ ପାଇଁ ଗତ ୨୦ ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇ ୨୫ରୁ ଜିଲାର ସମସ୍ତ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ଲଟେରି ମାଧ୍ୟମରେ ବଣ୍ଟନ ହେଲା ମଦ ଦୋକାନ

ନୂଆପଡ଼ା,୨୯ା୫(ମକାରୁ ବେମାଲ): ନୂଆପଡ଼ା ଅବକାରୀ ଜିଲାର ୨୦୨୬-୨୭ବର୍ଷ ପାଇଁ ଆଇଏମ୍‌ଏଫ୍‌ଏଲ୍‌ (ବିଦେଶୀ ମଦ) ଦୋକାନ ବଣ୍ଟନ ନିମନ୍ତେ ଶୁକ୍ରବାର ସଦ୍‌ଭାବନା ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri