କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ଭେଟିଲେ ଜିଲାପାଳ

ନୂଆପଡା ଅଫିସ,୧୯ା୫-ନୂଆପଡ଼ା ଜିଲାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନର ଲମ୍ବା ଧାଡି ଲାଗିଛି। ପ୍ରତିଦିନ ଯିଏ ଯାହା ଉଦ୍ୟମରେଏଠାକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛନ୍ତି। ଏମାନଙ୍କ ସକାଶେ ଜିଲା ପ୍ରଶାସନ ପଞ୍ଚାୟତରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲିଛି। ହେଲେ ଏଗୁଡିକରେ ମୌଳିକ ସୁବିଧା ଅଛି କି ନାହିଁ ସେ ଉପରେ ନିଜେ ଜିଲାପାଳ ମଧୁସ୍ମିତା ସାହୁ ଅଚାନକ ଭାବେ ବୁଲି ପରିଦର୍ଶନ କରୁଛନ୍ତି। ଅନ୍ୟପଟେ କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ଠିକ୍‌ ଭାବେ ଖାଦ୍ୟ ପେୟ ଦିଆଯାଉ ନ ଥିବାବେଳେ ମୌଳିକ ସୁବିଧା ମିଳୁ ନ ଥିବା ପ୍ରବାସୀମାନେ ଅଭିଯୋଗ କରିଛନ୍ତି। କ୍ୱାରାଣ୍ଟାଇନ ସେଣ୍ଟରେ ରହୁଥିବା ପ୍ରବାସୀଙ୍କଠାରୁ ଏଭଳି ଅଭିଯୋଗ ପାଇଲା ପରେ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଜିଲାପାଳ କଡା ତାଗିଦ କରିଛନ୍ତି। ମଙ୍ଗଳବାର ସକାଳେ ଜିଲାପାଳ ଖଡିଆଳ ବ୍ଲକ ଅଞ୍ଚଳର ବହୁ କ୍ୱାରାଣ୍ଟାଇନ ସେଣ୍ଟର ବୁଲି ଦେଖିଛନ୍ତି। ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ବିଡିଓ ଉତ୍ତମ ବାଗ ପ୍ରମୁଖ ଜିଲାପାଳଙ୍କ ସହ ପରିଦର୍ଶନରେ ଯାଇଥିଲେ। ସେହିଭଳି କୋମନା ବ୍ଲକ ତରବୋଡରେ ଶିଶୁ, ମହିଳା ଓ ପୁରୁଷ ମିଶି ମୋଟ ୭୦ ଜଣ ପ୍ରବାସୀ ରହୁଛନ୍ତି। ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ଏମାନେ ମଧ୍ୟାହ୍ନ ଭୋଜନ କରି ନ ଥିବା ଜାଣିଲା ପରେ ଜିଲାପାଳ ଉଦ୍‌ବେଗ ପ୍ରକାଶ କରଛନ୍ତି। ଏଠାରେ ପାଣି ଏବଂ ବିଜୁଳି ବ୍ୟବସ୍ଥା ଠିକ୍‌ ନାହିଁ। ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସୁରଟ ଫେରନ୍ତା କୈଳାସ ମାଝି ଅଭିଯୋଗ କରିଛନ୍ତି। ତେବେ ଏହା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ ମହାନନ୍ଦ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜିଲାର ୧୩୧ଟି ପଞ୍ଚାୟତରେ ୯୦୯ଟି କ୍ୱାରାଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଘରକୁ ଫେରିବାକୁ ୬୨ହଜାର ପ୍ରବାସୀ ପଞ୍ଜୀକରଣ କରିଥିବାବେଳେ ୫୦୬୨ ପ୍ରବାସୀ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

ବସ୍‌ଷ୍ଟାଣ୍ଡ ଭିତରକୁ ଯାଉନି ଘରୋଇ ବସ୍‌, ଯାତ୍ରୀ ହନ୍ତସନ୍ତ

ନୂଆପଡ଼ା,୨୫।୨(ମକାରୁ ବେମାଲ)ନୂଆପଡା ସଦର ମହକୁମାଠାରେ ନୂତନ ଭାବେ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ଗତ ୧୫ ତାରିଖରେ ଉଦଘାଟିତ ହୋଇଯାଇଛି। ସରକାର ୯ କୋଟି ୭୨ ଲକ୍ଷ...

କରଙ୍ଗାଭଟା ଗାଁରେ ଏବେଠୁ ପାନୀୟ ଜଳ ସଙ୍କଟ

ନୂଆପଡ଼ା,୯।୨(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଗ୍ରୀଷ୍ମ ଋତୁ ନ ଆସିବା ପୂର୍ବରୁ ପାଣିର ଘୋର ସଙ୍କଟ ଦେଖା...

ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା

ନୂଆପଡ଼ା,୨୯।୧(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚୁଲିରେ ପଡି ଯାଇ ଜଣେ ମହିଳା...

ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି

ସିନାପାଲି,୨୫।୧(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛୁଟି କରାଯାଉଥିବା...

ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ

ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର...

କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri