କ୍ଷମାର ମହତ୍ତ୍ୱ

ହରିଶ୍ଚନ୍ଦ୍ର ଅରିଶଲ୍ୟ
ଶୁଭ ଶୁକ୍ରବାର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ କପୋଳକଳ୍ପିତ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରଭୁ ଯିଶୁ କ୍ରୂଶବିଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଶାରୀରିକ ମୃତ୍ୟୁ ପୂର୍ବରୁ ସେ କ୍ରୂଶ ଉପରୁ ସାତଗୋଟି ବାକ୍ୟ କହିଥିଲେ, ଯାହାକି ତାଙ୍କର ଈଶ୍ୱରୀୟ ପ୍ରକୃତି ଓ ସ୍ବଭାବର ପରିଚୟ ଦେଇଥିଲା। ଯିଶୁଙ୍କର ସେହି ସପ୍ତବାଣୀ ହେଲା: (୧) ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଛନ୍ତି ଜାଣିନାହାନ୍ତି। (୨) ଆଜି ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। (୩) ଗୋ ନାରୀ ଦେଖ, ମୁଁ ତୁମ୍ଭର ପୁତ୍ର। (୪) ହେ ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? (୫) ମୁଁ ତୃଷିତ। (୬) ଏହା ସମାପ୍ତ ହେଲା। (୭) ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମାକୁ ସମର୍ପଣ କରୁଛି। ତାଙ୍କର ପ୍ରଥମ ବାଣୀ ଆଜି ମାନବ ସମାଜ ପାଇଁ ଗଭୀର ପ୍ରାସଙ୍ଗିକତା ବହନ କରୁଛି।
ଯିଶୁଖ୍ରୀଷ୍ଟ ପ୍ରଭୁ ହୋଇ ମଧ୍ୟ ମାନବ ସମାଜର ହିତ ପାଇଁ ସବୁକିଛି ତ୍ୟାଗ କରିଥିଲେ। ତାଙ୍କର ତ୍ୟାଗ ଯୋଗୁ ମାନବ ସମାଜର ଏକ ବିରାଟ କାର୍ଯ୍ୟ ସଂପର୍ନ ହୋଇପାରିଥିଲା। ଖ୍ରୀଷ୍ଟଙ୍କ ତ୍ୟାଗର ଜୀବନ ମଣିଷ ସମାଜ ପାଇଁ ଏକ ଅତୁଳନୀୟ ନମୁନା। ବାଇବେଲ କହେ ପ୍ରଭୁ ଯିଶୁ ଉତ୍ତମ ମେଷପାଳକ ଏବଂ ଜଣେ ଉତ୍ତମ ମେଷପାଳକ ନିଜର ମେଷ ପାଇଁ ପ୍ରାଣ ତ୍ୟାଗ ବି କରିପାରନ୍ତି। ମନୁଷ୍ୟ ପୁତ୍ର ପ୍ରଭୁ ଯିଶୁ ସେବା ପାଇବାକୁ ଆସି ନ ଥିଲେ। ସେ ଆସିଥିଲେ ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ବରୂପ ଆପଣା ପ୍ରାଣ ଉତ୍ସର୍ଗ କରିବାକୁ।
ପ୍ରଭୁ ଯିଶୁଙ୍କ ବଳିଦାନ ବିଶ୍ୱରେ ଅତୁଳନୀୟ। ଆମ ସମାଜରେ ବଳିଦାନର ଗୁରୁତ୍ୱ ଅଛି ଏବଂ ଆମେ ଭାରତୀୟ ଏହାର ଗଭୀରତା ଅଧିକ ବୁଝିଛୁ। ପ୍ରଭୁ ଯିଶୁଙ୍କର ବଳିଦାନ ଅନିବାର୍ଯ୍ୟ ଥିଲା। କାରଣ ବାଇବେଲ କହେ, ଉଇଲ କରାଯାଇଥିଲେ, ଉଇଲ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ। ଉଇଲ କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ କୃତ ଉଇଲ କଦାପି କାର୍ଯ୍ୟକାରୀ ହୁଏ ନାହିଁ। ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଓ ପବିତ୍ର ବଳି ଉତ୍ସର୍ଗ କରାଗଲା। ମାନବ ସମାଜକୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ସେମାନଙ୍କ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ପରମେଶ୍ୱର ଓ ମନୁଷ୍ୟ ମଧ୍ୟରେ ପାପ ବିଚ୍ଛେଦ ଘଟାଇଥିଲା। ପାପର ବେତନ ମୃତ୍ୟୁ, ଏଣୁ ମାନବର ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟଙ୍କ ବଳିଦାନ ଜରୁରୀ ଥିଲା। କ୍ରୂଶ ଲଜ୍ଜା ଓ ଅପମାନର ପ୍ରତୀକ। ଦୁର୍ଦ୍ଦାନ୍ତ ଲୋକଙ୍କୁ କ୍ରୂଶକାଠରେ ଝୁଲାଇ ଏହି ଦଣ୍ଡ ଦିଆଯାଉଥିଲା। ସମୟ ହେଲା ପରେ ପ୍ରଭୁ ଯିଶୁ କ୍ରୂଶାର୍ପିତ ହେଲେ ଏବଂ ସେହି କ୍ରୂଶ ମାଧ୍ୟମରେ ଈଶ୍ୱର ନିଜର ନ୍ୟାୟ, ନିରପେକ୍ଷତା ଓ ଧାର୍ମିକତା ପ୍ରତିଫଳନ କଲେ।
କ୍ଷମା ଶବ୍ଦଟି ପଢ଼ିବା ଓ କହିବା ସହଜ, କିନ୍ତୁ କ୍ଷମା କରିବା ସହଜ ନୁହେଁ। ବିଶେଷ କରି ମୃତ୍ୟୁ ସହ ଖେଳି କ୍ଷମା କରିବା ବିରଳ ଏବଂ ଅଦ୍ୱିତୀୟ। କ୍ଷମା କଲେ ମଣିଷ ସମାଜ ଓ ଆତ୍ମିକ ଜୀବନ ଗଢ଼ିଉଠେ ଓ ସୁଦୃଢ଼ହୁଏ। କ୍ଷମା ନ କଲେ ଶତ୍ରୁତା ବଢ଼ିଚାଲେ। ପ୍ରଭୁ ଯିଶୁ କ୍ଷମାକରି ମଣିଷ ସମାଜର ହୃଦୟ ଜିତି ପାରିଛନ୍ତି। କ୍ଷମା ହିଁ ଏକମାତ୍ର ଦୈବୀଗୁଣ। ହେ ପିତା, ଏମାନଙ୍କୁ କ୍ଷମା କର, ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ। ପ୍ରଭୁ ଯିଶୁଙ୍କର ଏହା ଥିଲା ଏକ ଅମାୟିକ କ୍ରନ୍ଦନ ଅନ୍ୟମାନଙ୍କ ପାଇଁ। ନିଜେ ନିର୍ଦ୍ଦୋଷ ଥାଇ ଦଣ୍ଡ ଭୋଗିବାକୁ ଶ୍ରେୟସ୍କର ମନେକରି ଦୋଷୀମାନଙ୍କୁ କ୍ଷମା ଦେବା ପାଇଁ ପ୍ରାର୍ଥନା ଅସାଧାରଣ। ମଣିଷ ସମାଜର ପାପ କ୍ଷମା ନିମନ୍ତେ ଜରୁରୀ ଥିବା ବଳିଦାନର ସାଧନା ପୂର୍ଣ୍ଣ ହୋଇଛି। ପ୍ରଭୁ ଯିଶୁ କ୍ରୂଶ ଉପରୁ କ୍ଷମା ଶବ୍ଦ ଉଚ୍ଚାରଣ କରି ଇତିହାସ ରଚିଲେ। ପ୍ରତିଶୋଧର ବିପରୀତ ଗୁଣ କ୍ଷମା। କ୍ଷମାର ତୁଳନା ନାହିଁ। ଆଜିକାଲି ବାପପୁଅ, ମା’ଝିଅ ପରସ୍ପରକୁ କ୍ଷମା କରୁନାହାନ୍ତି। ଶତ୍ରୁକୁ ଅବା କିଏ କ୍ଷମା କରିବ? କିନ୍ତୁ ପ୍ରଭୁ ଯିଶୁ କ୍ଷମା କରି ଦୁନିଆକୁ ଦେଖାଇଦେଲେ ଯେ ଏହା ସମ୍ଭବ। ତା’ ହେଲେ ଆସନ୍ତୁ ପରସ୍ପରକୁ କ୍ଷମାକରି ଆମ ସମାଜ ଓ ପୃଥିବୀକୁ ସୁଦୃଢ଼ କରିବା।
(ଶୁଭ ଶୁକ୍ରବାର ଉପଲକ୍ଷେ)
ମୋ- ୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri