କ୍ଷମତା କ୍ଷୁଣ୍ଣ

ସାଧାରଣ ନିର୍ବାଚନ ୨୦୧୯ର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ୧୯ ମେ’ରେ ଶେଷ ହୋଇଛି। କେତେକ ଲୋକ ବୁଥ୍‌ଫେରନ୍ତା ମତ (ଏକ୍‌ଜିଟ୍‌ ପୋଲ୍‌)କୁ ନେଇ ନାନା କଳ୍ପନାଜଳ୍ପନା କରିପାରନ୍ତି। ଦେଶର ୭ ଥାକିଆ ମତଦାନ ବେଳେ ବିଭିନ୍ନ ଦଳର ନେତା ବହୁବାର ନିର୍ବାଚନ ଆଦର୍ଶ ଆଚରଣ ବିଧି (ଏମ୍‌ସିସି) ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଭାବେ ଭାରତର ନିର୍ବାଚନ କମିଶନ (ଇସି) ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କୁ ଯଥାକ୍ରମେ ୭୨ ଓ ୪୮ ଘଣ୍ଟା ଲାଗି ନିର୍ବାଚନ ପ୍ରଚାରରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅନ୍ୟ କେତେଜଣ ନେତାଙ୍କୁ ଇସି ବିଭିନ୍ନ ଢଙ୍ଗରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ଯେଭଳି ଭାବେ ଏମ୍‌ସିସି ଉଲ୍ଲଂଘନ ଘଟଣାରେ ଇସି କ୍ଲିନ୍‌ ଚିଟ୍‌ ଦେଲେ, ତାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଉଭୟ ମୋଦି ଓ ଶାହ ପୁଲ୍‌ଓ୍ବାମା ଆକ୍ରମଣ ଏବଂ ଏହା ପରବର୍ତ୍ତୀ ବାଲାକୋଟ୍‌ କାର୍ଯ୍ୟାନୁଷ୍ଠାନକୁ ପୁଞ୍ଜି କରି ଭୋଟ ରାଜନୀତି କରୁଥିବାର ଲକ୍ଷ୍ୟ କରାଯାଇଥିଲା। ଇସିର ଅନ୍ୟତମ ସଦସ୍ୟ ଅଶୋକ ଲାଭାସା ଏମ୍‌ସିସି ଉଲ୍ଲଂଘନ ମର୍ମରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ମେ’ ୪ରେ ଉକ୍ତ ବିଷୟକୁ ଗମ୍ଭୀରତାର ସହ ବିଚାର କରିବାକୁ ପ୍ରସ୍ତାବ ରଖିଥିଲେ। ହେଲେ ତାଙ୍କ ପ୍ରସ୍ତାବ ଗ୍ରହଣୀୟ ନ ହେବାରୁ ସେ ଉକ୍ତ ବୈଠକରୁ ଦୂରେଇ ରହିଥିଲେ। ଏହା ସାର୍ବଜନୀନ ହେବା ପରେ ଇସି ଭିତରେ ମତପାର୍ଥକ୍ୟ ଥିବା ବିଷୟ ପଦାକୁ ଆସିଛି।
ଦେଖିବାକୁ ଗଲେ ଇସି ଭଳି ଏକ ବୈଧାନିକ ସଂସ୍ଥାରେ କୌଣସି ଏକ ପ୍ରସଙ୍ଗକୁ ନେଇ ମତଭେଦ ରହିବା ସ୍ବାଭାବିକ। ପ୍ରତି କଥାରେ ସମନ୍ବୟ ଆସିଲେ ସତ କଥା ପଦାକୁ ଆସିପାରେ ନାହିଁ। ଏମ୍‌ସିସିକୁ ନେଇ ଇସିରେ ଦେଖାଦେଇଥିବା ମତଭେଦ ସ୍ବାଗତଯୋଗ୍ୟ। କାରଣ ଏ ଦେଶରେ ଚୋରଦଳ ଏକାଠି ହୋଇ ଯାଉଥିବାରୁ ସବୁକିଛି ନିଜକୁ ସୁହାଇଲା ଭଳି ନିଷ୍ପତ୍ତି ନିଆଗଲେ ତାହା ଦେଶବାସୀଙ୍କ ପାଇଁ କ୍ଷତିକାରକ ହେବ। ସ୍ବାଧୀନ ତଥା ସ୍ବତନ୍ତ୍ର ସଂସ୍ଥାଗୁଡ଼ିକ ଠିକ୍‌ ମାର୍ଗରେ କାର୍ଯ୍ୟ କରିବା ଉଚିତ। ନିର୍ବାଚନ ଆସିଲେ ସର୍ବଦା ‘ଅବାଧ ଓ ନିରପେକ୍ଷ’ ଶବ୍ଦକୁ ବ୍ୟାପକ ଭାବେ ବ୍ୟବହାର କରାଯାଇଥାଏ। ସେହି ଦୃଷ୍ଟିରୁ ଦେଖିଲେ ଇସି କୌଣସି ରାଜନୈତିକ ଦଳ ବା ବ୍ୟକ୍ତିଙ୍କ ଆଡ଼କୁ ଢଳିବା କଥା ନୁହଁ। ୨୦୧୯ ସାଧାରଣ ନିର୍ବାଚନର ପ୍ରଚାର ସମୟକୁ ଦେଖିଲେ ବିଭାଜନ ରାଜନୀତି କେନ୍ଦ୍ରସ୍ଥଳରେ ରହିଥିଲା। ଧର୍ମ, ଜାତି, ପ୍ରତିରକ୍ଷା ଏବଂ ତଥାକଥିତ ଦେଶାତ୍ମବୋଧକ ସ୍ଲୋଗାନ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ କଳୁଷିତ କରିଦେଇଛି। ମୁସଲମାନମାନେ ଭାଜପାକୁ ଭୋଟ ନ ଦେଇ ତାଙ୍କ ମେଣ୍ଟକୁ ସମର୍ଥନ କରିବାକୁ ଭରା ସଭାରେ ମାୟାବତୀ କହିଥିଲେ। ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଥ ଏହାକୁ ତାଚ୍ଛଲ୍ୟ କରି ‘ଅଲି ବଜରଙ୍ଗବାଲୀ’ ମନ୍ତବ୍ୟ ଦେଇଥିଲେ। ଏଭଳି କହିବାର ଉଦ୍ଦେଶ୍ୟ ଥିଲା, ଯଦି ମୁସଲମାନମାନେ ମାୟାବତୀଙ୍କୁ ସମର୍ଥନ କରିବେ, ତାହାହେଲେ ତାଙ୍କ ପାଇଁ ବଜରଙ୍ଗବାଲୀ ଅଛନ୍ତି। ସେହିପରି ଏମ୍‌ଏନ୍‌ଏମ୍‌ ନେତା କମଲ ହାସନ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ, ଯିଏ କି ନାଥୁରାମ ଗଡ୍‌ଶେ ବୋଲି କହିଥିବା ବେଳେ ତାଙ୍କୁ କାଟିବାକୁ ଯାଇ ଭାଜପା ନେତ୍ରୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ନାଥୁରାମଙ୍କୁ ଦେଶଭକ୍ତ କହିଥିଲେ। କୋଲକାତାରେ ସମାଜ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗ, ଭାରତୀୟ ସେନାକୁ ‘ମୋଦି ସେନା’ ଆଖ୍ୟା ଦିଆଯିବା, ବାଲାକୋଟ୍‌ ଆକ୍ରମଣକୁ କେନ୍ଦ୍ର ସରକାରଙ୍କ ପାକିସ୍ତାନ ଉପରେ ଭାରତର ବିଜୟ ଭାବେ ଚିତ୍ରଣ କରିବା ଆଦି ପ୍ରଚାର କୌଶଳ ଦେଖିଲେ ଅସଂଖ୍ୟ ଅସ୍ବାଭାବିକ କଥା ନିର୍ବାଚନ ବେଳେ କୁହାଯାଇଛି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ସକାଶେ ରାଜନୈତିକ ଦଳଗୁଡ଼ିକ ଅନେକ ଅସମ୍ଭବ ପ୍ରତିଶ୍ରୁତି ଦେଇଥିବା ବିଷୟ ନୂଆ ଲାଗୁନାହିଁ। କିନ୍ତୁ ଦେଶର ମଙ୍ଗଳ ଲାଗି କୌଣସି ରାଜନୈତିକ ଦଳ ଦୃଷ୍ଟିପତ୍ର ପ୍ରସ୍ତୁତ ନ କରିବା ପରିତାପର ବିଷୟ। କେବଳ ଭୋଟ ପାଇବା ପାଇଁ ବିଭିନ୍ନ ଉପାୟରେ କ୍ଷମତାକୁ କ୍ଷୁଣ୍ଣ କରାଯିବା ଏବେ ଅନେକଙ୍କ ପାଇଁ ହୋଇଯାଇଛି ନୂଆ ଶୈଳୀ। ଏଭଳି ସ୍ଥଳେ ଇସି ଭଳି ସ୍ବାଧୀନ ସଂସ୍ଥା ପକ୍ଷଭୁକ୍ତ ହୋଇଯିବା ଅଭିଯୋଗ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଯଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

ହୁକେ ହୋ, ଏକ ସାମୂହିକ ସ୍ବର

ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ…

ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri