କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୪।୯-ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବାଲେଶ୍ୱର ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସଠାରେ ବିଭାଗୀୟ କାର୍ଯ୍ୟ ଏବଂ ନିର୍ମାଣାଧୀନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। କ୍ରୀଡ଼ା ଭିତ୍ତିଭୂମିର ଉପଯୁକ୍ତ ବିକାଶ ପାଇଁ ମନ୍ତ୍ରୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ସେ ଆଲୋଚନା କରି ଜିଲାର ପୌରାଞ୍ଚଳ ଏବଂ ବ୍ଲକସ୍ତରରେ ଥିବା ଷ୍ଟାଡ଼ିୟମର ସ୍ଥିତି ଏବଂ ବାଲେଶ୍ୱର, ଜଳେଶ୍ୱର, ନୀଳଗିରି ଓ ସୋରରେ ମୁକ୍ତାକାଶ ବ୍ୟାୟାମଶାଳା ପ୍ରତିଷ୍ଠା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ଜିଲାପାଳ ଏବଂ ଜିଲା କ୍ରୀଡ଼ା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ବୈଠକରେ ଜିଲାରେ ନିର୍ମାଣାଧୀନ ବିଭିନ୍ନ ମିନି ଷ୍ଟାଡ଼ିୟମର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଉପସ୍ଥିତ ଅଧିକାରୀମାନେ ଅବଗତ କରାଇଥିଲେ। ଯେଉଁଠାରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଠାରେ ତୁରନ୍ତ ନୂଆ ଏଷ୍ଟିମେଟ କରି କାମ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ ବିଭାଗରୁ ମିଳୁଥିବା ଅନୁଦାନକୁ ମିଶାଇ ଉନ୍ନତମାନର ମିନି ଷ୍ଟାଡ଼ିୟମ ପ୍ରସ୍ତୁତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ରହିଥିବା ବିଭିନ୍ନ ଜମି ଅଧିଗ୍ରହଣ ସମସ୍ୟାକୁ ତୁରନ୍ତ ଉପଜିଲାପାଳଙ୍କ ତତ୍ତ୍ୱାବଧାନରେ ସମାଧାନ କରାଯିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସ ଲାଗି ତୁରନ୍ତ ଜମି ଚିହ୍ନଟ କରି ଏକ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆର(ଏସଟିପିଆଇ) ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବାଲେଶ୍ୱର ଏସ୍‌ଟିପିଆଇ ଅଧିକାରୀ ବିଶ୍ୱ କିଶୋର ଦେ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ। ଏସଟିପିଆଇରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଇଟି କମ୍ପାନୀ ଓ ତାହାର ନୂତନ କୋଠା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ସୂଚନା ସଂଗ୍ରହ କରିବା ସହିତ ବାଲେଶ୍ୱରରେ ଆଇଟି କମ୍ପାନୀ ଓ ଷ୍ଟାର୍ଟ ଅପ କମ୍ପାନୀ ପ୍ରତିଷ୍ଠା ପାଇଁ ପ୍ରଭୃତ ସୁଯୋଗ ରହିଥିବା ମତବ୍ୟକ୍ତ କରିଥିଲେ। ନୂତନ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିବା ଏବଂ ସେମାନଙ୍କୁ ଉଚିତ ମୂଲ୍ୟରେ ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇ ଦେବା ନିମନ୍ତେ ସେ ଏସ୍‌ଟିପିଆଇ ଅଧିକାରୀଙ୍କୁ କହିଥିଲେ। ଯଦି କୌଣସି କ୍ଷେତ୍ରରେ ଏସ୍‌ଟିପିଆଇଠାରେ ପ୍ରକଳ୍ପ ପ୍ରତିଷ୍ଠା ବ୍ୟୟସାପେକ୍ଷ ହେଉଥାଏ ସେପରି କ୍ଷେତ୍ରରେ ସବସିଡ଼ି ପ୍ରଦାନ ଲାଗି ପ୍ରୟାସ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପିଡି ଡିଆରଡିଏ ରାମଚନ୍ଦ୍ର ଜେନା, ଉପଜିଲାପାଳ ନୀଲୁ ମହାପାତ୍ର, ଜିଏମ ଡିଆଇସି ହରିହର ଜେନା, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମହେଶ ମହାନ୍ତି, ସହକାରୀ ଜିଲାପାଳ ଦୀପକ କୁମାର ଦାସ, ଇଡ଼କୋ ଅଧିକାରୀ ଅଞ୍ଜନା ଦଳେଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri