କ୍ରିକେଟ ପୁଣି ଆରମ୍ଭ କରିବାକୁ ସରକାରଙ୍କ ସହ କାର୍ଯ୍ୟ କରୁଛୁ: ଇସିବି

ଲଣ୍ଡନ,୧୧।୫ (ପି.ଟି.): ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଣ୍ଟା ଭିଡିଛି। ଏଥିପାଇଁ ୟୁନାଟେଡ କିଙ୍ଗ୍‌ଡମ୍‌ (ୟୁକେ) ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛୁ ବୋଲି ଇସିବି କହିଛି। କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ୟୁକେରେ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରବିବାର ଘୋଷଣା କରିଛନ୍ତି। ଇସିବି ମଧ୍ୟ ସବୁ ପ୍ରକାର ପେସାଦାର କ୍ରିକେଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଥିଲା।
ପୂରା ନିରାପଦରେ କ୍ରିକେଟକୁ ପୁଣି ଆରମ୍ଭ କରିବା ପାଇଁ ସରକାରଙ୍କ ସହ କାର୍ଯ୍ୟ କରୁଛୁ ଓ ଆମ ଯୋଜନା ସମ୍ପର୍କରେ ସରକାରଙ୍କୁ ଅବଗତ କରାଉଛୁ ବୋଲି ଇସିବି ତରଫରୁ ଏକ ପ୍ରେସ୍‌ ବାର୍ତ୍ତାରେ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶନାମା ଓ ଘୋଷଣାକୁ ଆମେ ଅନୁସରଣ କରୁଛୁ ବୋଲି ଇସିବି କହିଛି।
ବ୍ରିଟେନରେ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ସିରିଜକୁ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପାକିସ୍ତାନ କ୍ରିକେଟ ଦଳ ମଧ୍ୟ ଏହା ପରେ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ସିରିଜ ଅତିକମ୍‌ରେ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଇଂଲିଶ୍‌ କ୍ରିକେଟର ନୂଆ ଫର୍ମାଟ ‘ଦି ହଣ୍ଡ୍ରେଡ୍‌’(ଇନିଂସ ପିଛା ୧୦୦ ବଲ)ର ପ୍ରାରମ୍ଭିକ ସଂସ୍କରଣକୁ ମଧ୍ୟ ୨୦୨୧ ପର୍ଯ୍ୟନ୍ତ ବିଳମ୍ବିତ କରାଯାଇଛି। ଆଗାମୀ ଗ୍ରୀଷ୍ମରେ ଇଂଲଣ୍ଡ ଓ ଓ୍ବେଲ୍ସରେ ପୁଣି କ୍ରିକେଟ ଆରମ୍ଭ କରାଯିବା ନେଇ ଆଶାବାଦୀ ଅଛୁ ବୋଲି ଇସିବି କହିଛି।
ଏହି ମହାମାରୀ କାରଣରୁ କ୍ରିକେଟ ଏବେ ବନ୍ଦ ରହିଥିବାରୁ ଇସିବି ୩୦୦ ମିଲିୟନ ପାଉଣ୍ଡର କ୍ଷତି ସହିବାକୁ ଯାଉଛି। ୟୁକେରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ୩୧,୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ…

ମରୀଚିକା ପାଲଟିଛି କଳାହାଣ୍ଡିରେ ଟେକ୍ସଟାଇଲ ପାର୍କ: ବନ୍ଦ ପଡିଛି କେସିଙ୍ଗା ଜିନିଂ ମିଲ

ଭବାନୀପାଟଣା, ୨୪ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ଏବେ ମରୀଚିକା ପାଲଟିଛି। ସମଗ୍ର ଓଡିଶାରେ କଳାହାଣ୍ଡି ଜିଲା କପା ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଥିବାବେଳେ…

ପଶ୍ଚିମ ଓଡ଼ିଶାରେ ଝିପିଝିପି ବର୍ଷା ସାଙ୍ଗକୁ କୁଆପଥର ମାଡ଼, ଆଜି ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪।୨(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ମହାନଦୀ ଗର୍ଭରେ ଲୀନ ହେଉଛି ବାହାକୁଦ କାଜୁ ଜଙ୍ଗଲ

ମହାକାଳପଡ଼ା,୨୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସାମୁଦ୍ରିକ ଢେଉ ଯୋଗୁ କାଜୁ ଜଙ୍ଗଲରୁ ୫ ଶହ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି।…

କେନ୍ଦ୍ର ଦେଇଛି ୧୦ ହଜାର ୭୨୭ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୨(ରବିନାରାୟଣ ଜେନା): ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କଠାରୁ ବିଭିନ୍ନ ଯୋଜନାରେ ପାଇବାକୁ ଥିବା ଅର୍ଥ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ମିଳିଛି। ଚଳିତ…

ବଢୁଛି ଅପମିଶ୍ରଣ ଭୟ, ପାଣିରୁ ହର୍ଲିକ୍ସ ଯାଏ…

ଭୁବନେଶ୍ୱର,୨୪।୨(ରବିନାରାୟଣ ଜେନା): ରାଜ୍ୟରେ ଏବେ ଖାଦ୍ୟ ପଦାର୍ଥର ଅପମିଶ୍ରଣ ଏକପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ବରଗଡ଼ ଓ କୋରାପୁଟ ଜିଲାକୁ ବାଦ୍‌ ଦେଲେ ସକାଳୁ ସଞ୍ଜ…

ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି: ତଳିଆ କର୍ମଚାରୀ ବହିଷ୍କୃତ, ଖସିଗଲେ ବଡ଼ବଡ଼ିଆ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିକ୍ରି ପାଇଁ ମଣ୍ଡିକୁ ଆସିଥିବା ଧାନ ମାସମାସ ଧରି ମଣ୍ଡିରେ ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri