ବଢୁଛି ଅପମିଶ୍ରଣ ଭୟ, ପାଣିରୁ ହର୍ଲିକ୍ସ ଯାଏ…

ଭୁବନେଶ୍ୱର,୨୪।୨(ରବିନାରାୟଣ ଜେନା): ରାଜ୍ୟରେ ଏବେ ଖାଦ୍ୟ ପଦାର୍ଥର ଅପମିଶ୍ରଣ ଏକପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ବରଗଡ଼ ଓ କୋରାପୁଟ ଜିଲାକୁ ବାଦ୍‌ ଦେଲେ ସକାଳୁ ସଞ୍ଜ ଯାଏ ଲୋକେ ଯାହା ଖାଦ୍ୟ ଖାଉଛନ୍ତି ସେଥିରୁ ଅଧିକାଂଶ ଖାଦ୍ୟରେ ଅନ୍ୟ ସମସ୍ତ ଜିଲାରେ ଅପମିଶ୍ରଣ ରହିଛି। ଏପରି କି ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିଯୁକ୍ତ ଖାଦ୍ୟ ହର୍ଲିକ୍ସ ଓ କ୍ଷୀରରେ ମଧ୍ୟ ଅପମିଶ୍ରଣ ହେଉଛି। ଏଭଳି ଏକ ସାଂଘାତିକ ଖବର ଲୋକଲୋଚନକୁ ଆସିବା ପରେ ରାଜ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। କାହାକୁ ଖାଇବେ ଏବଂ କାହାକୁ ନ ଖାଇବେ ସେଥିନେଇ ସାଧାରଣ ଲୋକେ ସନ୍ଦେହରେ ପଡ଼ି ଯାଇଛନ୍ତି। ତେବେ ଏହି ପ୍ରସଙ୍ଗ ଅଧିକ ଗୁରୁତ୍ୱ ଧାରଣ କରିଛି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉତ୍ତର। ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟର ବୌଦ୍ଧ, ଢେଙ୍କାନାଳ, ଜଗତ୍‌ସିଂହପୁର ଏବଂ ମୟୂରଭଞ୍ଜରେ ହର୍ଲିକ୍ସରେ ଅପମିଶ୍ରଣ ଥିବା ବିଭାଗୀୟ ଯାଞ୍ଚରୁ ଜଣାଯାଇଛି।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, ରାଜ୍ୟ ସରକାର ଖାଦ୍ୟ ଅପମିଶ୍ରଣ ହେଉଥିବା ସମ୍ପର୍କରେ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଏଥିନିମନ୍ତେ ଖାଦ୍ୟ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ଖାଦ୍ୟ ନିରାପତ୍ତା ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖାଦ୍ୟ ଅପମିଶ୍ରଣ ରୋକିବା ଦିଗରେ ରାଜ୍ୟର ସବୁ ଜିଲା ଓ ପୌର ପରିଷଦ ଅଧୀନରେ ଖାଦ୍ୟ ନିରାପତ୍ତା ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ୬୩ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ କାର୍ଯ୍ୟରତ ଅଛନ୍ତି। ନିୟମିତ ଭାବେ ଅପମିଶ୍ରଣ ରୋକିବା ପାଇଁ ସେମାନେ ଖାଦ୍ୟ ବିକ୍ରେତାଙ୍କୁ ଲାଇସେନ୍ସ ଅଫ୍‌ ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିୟମିତ ଚଢ଼ଉ ସହିତ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ ନମୁନା ଯାଞ୍ଚ କରୁଛନ୍ତି। ଖାଦ୍ୟ ଅପମିଶ୍ରଣର ସନ୍ଦେହ ହେଲେ ସମ୍ପୃକ୍ତ ପଦାର୍ଥର ନମୁନା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପରୀକ୍ଷାଗାରକୁ ପଠାଯାଇ ଯାଞ୍ଚ କରାଯାଉଛି।

ଜନସାଧାରଣଙ୍କ ମଧ୍ୟରେ ସଚେତନତା ଉପରେ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ଏକ ଭ୍ରାମ୍ୟମାଣ ପରୀକ୍ଷାଗାର ରାଜ୍ୟର ବ୍ୟବସାୟ ବହୁଳ ଜାଗାରେ ଏବଂ ବିଭିନ୍ନ ପର୍ବପର୍ବାଣିରେ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରୁଛି। ବିଗତ ଦେଢ଼ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୪-୨୫ ଏବଂ ୨୦୨୫-୨୬ ନଭେମ୍ବର ୨୦୨୫ ମଧ୍ୟରେ ୩୦ ଜିଲାରେ ଶତାଧିକ ଖାଦ୍ୟ ପଦାର୍ଥ ଅପମିଶ୍ରଣ ହୋଇଥିବା ଜଣାଯାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଅନୁଗୋଳରେ ଚା’ ସହିତ କରିପାଉଡର ଅପମିଶ୍ରଣଥିବା ଜଣାପଡ଼ିଥିବାବେଳେ ବାଲେଶ୍ୱରରେ ବିସ୍କୁଟ, ସୋୟାଚଙ୍କ୍‌, ମଷ୍ଟାର୍ଡ ଅଏଲ୍‌, ଚିକେନ ମସଲା, ଭଦ୍ରକରେ ଚିଲି ସସ୍‌, ଗରମ ମସଲା, ଚାଇନା ସଲ୍ଟ, ମଷ୍ଟାର୍ଡ ଅଏଲ, କେକ୍‌, ସୁଜି ଓ ଛତୁଆ, ବଲାଙ୍ଗୀରରେ ବଏଲ୍‌ଡ ରାଇସ୍‌, ସୁଜି, ନୁଡୁଲ୍ସ, ଚା’, ସୋୟାଚଙ୍କ, ବୌଦ୍ଧରେ ହର୍ଲିକ୍ସ ସହ ଛତୁଆ, କଟକରେ ହଳଦୀ ପାଉଡର, ଧନିଆ ପାଉଡର, ଛତୁଆ ଏବଂ ଅଟା, ଦେବଗଡ଼ରେ ଗାଣ୍ଠିଆ, ବାଦାମ ଲଡୁ, ଢେଙ୍କାନାଳରେ ସୁଜି, ହର୍ଲିକ୍ସ, ଚା’ ଏବଂ ଡାଟେସ୍‌, ଗଜପତିରେ ବିସ୍କୁଟ, ସୋୟାଚଙ୍କ୍‌, ଚିଲି ପାଉଡର, ହର୍ଲିକ୍ସ ଓ ବେସନ ରହିଛି।

ସେହିପରି ଯାଜପୁରରେ ଚିଲି ପାଉଡର, ଝାରସୁଗୁଡ଼ାରେ ବିସ୍କୁଟ ଓ ସୋୟାବିନ୍‌ ଅଏଲ, କଳାହାଣ୍ଡିରେ ପାମୋଲିନ୍‌, ସନଫ୍ଲାଓ୍ବାର ଅଏଲ୍‌, କନ୍ଧମାଳରେ ପାମୋଲିନ୍‌,ସନଫ୍ଲାଓ୍ବାର ଅଏଲ୍‌ ଏବଂ ବିସ୍କୁଟ୍‌, କେନ୍ଦ୍ରାପଡ଼ାରେ ପାମ୍ପଡ୍‌, ସନଫ୍ଲାଓ୍ବାର, ବନସ୍ପତି, ମଷ୍ଟାର୍ଡ, ଚକୋଲେଟ, ନୁଡୁଲ୍ସ, କେନ୍ଦୁଝରରେ ଚା’, ରାଇସ୍‌ବ୍ରାନ୍‌ ଅଏଲ, ବିସ୍କୁଟ, ସନଫ୍ଲାଓ୍ବାର, ଖୋର୍ଦ୍ଧାରେ ସର୍ବାଧିକ ୩୫ରୁ ଅଧିକ ଖାଦ୍ୟରେ ଅପମିଶ୍ରଣ ଥିବା ଯାଞ୍ଚରୁ ଜଣାପଡ଼ିଛି। ଏହାବ୍ୟତୀତ ଅବଶିଷ୍ଟ ଜିଲାରେ ତେଲଠାରୁ ଆରମ୍ଭ କରି ସ୍କିମଡ୍‌ ମିଲ୍କ ପର୍ଯ୍ୟନ୍ତ ଅଧିକାଂଶ ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri