Posted inଖେଳ

କୋହଲିଙ୍କ ଫଟୋ ଉପରେ ପ୍ରଶ୍ନ ଉଠାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୨।୮- ଭାରତୀୟ କ୍ରିକେଟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ଟି ୨୦ ମ୍ୟାଚ୍‌ ଖେଳିବା ପାଇଁ ଆମେରିକା ଗସ୍ତରେ ଯାଇଛି। ଫ୍ଲୋରିଡାଠାରେ ଶନିବାର ପ୍ରଥମ ଟି ୨୦ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଖେଳାଳିମାନେ ଅଭ୍ୟାସ କରିବା ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ନିକଟରେ ଅଧିନାୟକ ବିରାଟ କୋହଲି ମଧ୍ୟ ଦଳର ଅନ୍ୟ ସଦସ୍ୟଙ୍କ ସହ ଫଟୋକୁ ଟୁଇଟରରେ ଶେୟାର କରିଥିଲେ। ସେ ଏହାର କ୍ୟାପଶନ ଦେଇଥିଲେ ‘ସ୍କ୍ବାଡ’। ଏହି ଫଟୋରେ ରବୀନ୍ଦ୍ର ଜାଡେଜା, ନବଦୀପ ସାଇନି, ଖଲିଲ ଅହମ୍ମଦ, ଶ୍ରେୟାସ ଆୟାର, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଲୋକେଶ ରାହୁଲ ଥିଲେ। କିନ୍ତୁ ଉପଅଧିନାୟକ ରୋହିତ ଶର୍ମା ନ ଥିଲେ। ଏଥିନେଇ ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଦଳର ଅଧିନାୟକ ଓ ତାଙ୍କ ଡେପୁଟିଙ୍କ ମଧ୍ୟରେ ମତପାର୍ଥକ୍ୟ ନେଇ ଆଲୋଚନା ହେଉଥିବାବେଳେ କୋହଲିଙ୍କ ଫଟୋରେ ରୋହିତଙ୍କ ଅନୁପସ୍ଥିତିରେ ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଛି। ବହୁ ପ୍ରଶଂସକ ରୋହିତ କେଉଁଠାରେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଥାଉ କି, ସେମିଫାଇନାଲରେ ପରାସ୍ତ ହୋଇ ଭାରତ ବିଶ୍ୱକପ୍‌ରୁ ବିଦାୟ ନେବା ପରେ ଦୁଇ ଖେଳାଳିଙ୍କ ମତ ପାର୍ଥକ୍ୟ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ କୋହଲି ଖବରଦାତା ସମ୍ମିଳନୀରେ ମତପାର୍ଥକ୍ୟ ଥିବା ଚର୍ଚ୍ଚକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri