କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ: ହିଙ୍ଗୁଳା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା

ତାଳଚେର, ୨୯ା୧୦(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ, ପ୍ରଶାସନ ସହାୟତାରେ ଖଣି କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ବିରୋଧ ବେଳେ ଗ୍ରାମର ୩ଶହ ଲୋକଙ୍କୁ ଅଟକ ରଖାଯାଇଛି। ତେବେ ଉଚ୍ଛେଦକୁ ବିରୋଧ କରି ନିଜେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗ୍ରାମବାସୀଙ୍କ ସହ ଅଟକ ସ୍ଥାନରେ ବସି ରହିଥିବାରୁ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତାଳଚେର କୋଲ୍‌ ଫିଲଡ୍‌ସରେ ଥିବା ଏମ୍‌ସିଏଲ୍‌ର ସମସ୍ତ ୧୦ ଗୋଟି କୋଇଲା ଖଣିକୁ ଅଚଳ କରିଦିଆଯାଇଥିବା ବେଳେ ଡେରା ଗେଷ୍ଟ ହାଉସ୍‌ରେ ଭଙ୍ଗାରୁଜା କରାଯାଇଛି। ହାଣ୍ଡିଧୂଅଁା ଛକ ଓ କଲିୟାରୀ ଥାନା ସମ୍ମୁଖରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରାଯାଇଛି।
ପ୍ରକାଶ ଯେ, କୋଇଲା ଖନନ ନିମନ୍ତେ ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ ଅଧିକ ଜମିର ଆବଶ୍ୟକତା କରୁଥିଲେ। ତେଣୁ ପୂର୍ବରୁ ଅଧିଗ୍ରହଣ ସରିଥିବା ନିକଟସ୍ଥ ଭାଲୁଗାଡ଼ିଆ ଗ୍ରାମକୁ ମଙ୍ଗଳବାର ଉଚ୍ଛେଦ ପାଇଁ ଖଣି କର୍ତ୍ତୃପକ୍ଷ ସ୍ଥିର କରିଥିଲେ। ଏଥିପାଇଁ ସକାଳୁ କର୍ତ୍ତୃପକ୍ଷ ଅନୁଗୋଳ ଏସ୍‌ପି ଜଗମୋହନ ମୀନା, ତାଳଚେର ଉପଜିଲାପାଳ ପରେଶଚନ୍ଦ୍ର ନାୟକ, ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ବିଭିନ୍ନ ଥାନାର ଅଧିକାରୀ, ମାଜିଷ୍ଟ୍ରେଟ, ୧୨ ପ୍ଲାଟୁନ ଫୋର୍ସକୁ ନେଇ ଭାଲୁଗାଡିଆ ଗ୍ରାମରେ ପହଞ୍ଚି ଘରଦ୍ୱାର ଛାଡି ଚାଲିଯିବାକୁ ଲୋକଙ୍କୁ କହିଥିଲେ। କିନ୍ତୁ ଗ୍ରାମବାସୀ ରାଜି ନ ହେବାରୁ ଖଣି କର୍ତ୍ତୃପକ୍ଷ ଜବରଦସ୍ତ ଘର ଭଙ୍ଗା କାମ ଆରମ୍ଭ କରିଥିଲେ। ଏହାକୁ ଗ୍ରାମର ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ମହିଳା, ପୁରୁଷ, ଛାତ୍ରୀଛାତ୍ର ବିରୋଧ କରିଥିଲେ। ଖବରପାଇ ତାଳଚେର ବିଧାୟକ ମଧ୍ୟ ପହଞ୍ଚି ଉଚ୍ଛେଦ ନ କରିବାକୁ କହିଥିଲେ। କିନ୍ତୁ ଖଣି କର୍ତ୍ତୃପକ୍ଷ କାହା କଥା ନ ଶୁଣି ପୋଲିସ ଲଗାଇ ଉଚ୍ଛେଦରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ବଳପୂର୍ବକ ଭ୍ୟାନରେ ବସାଇ ହିଙ୍ଗୁଳା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଣି ଅଟକ ରଖିଥିଲେ। ବିଧାୟକ ମଧ୍ୟ ଲୋକଙ୍କ ସହିତ ପୋଲିସ ଗାଡିରେ ଆସି ଅଟକ ସ୍ଥାନରେ ବସି ରହିଥିଲେ। ସନ୍ଧ୍ୟାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଏ ନେଇ ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, ଜମିହରା ଓ ଗ୍ରାମବାସୀଙ୍କୁ ଅବଗତ କରା ନ ଯାଇ ଅଚାନକ ଉଚ୍ଛେଦ ଅମାନୁଷିକ କାର୍ଯ୍ୟ। ଏହା ଅତ୍ୟନ୍ତ ନିନ୍ଦନୀୟ। ଏସ୍‌ପି ଜଗମୋହନ ମୀନା କହିଛନ୍ତି, କାହାରିକୁ ଗିରଫ କରାଯାଇ ନାହିଁ କି ଅଟକ ରଖାଯାଇ ନାହିଁ। ସରକାରଙ୍କ କାମରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଏଠାରୁ ହଟାଇ ଦିଆଯାଇଛି। ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, ବିଧାୟକଙ୍କୁ ଗିରଫ କରାଯାଇ ନାହିଁ। ସେ ସେଲଫ ଆରେଷ୍ଟ ହୋଇ ଲୋକଙ୍କ ସହ ଯାଇଛନ୍ତି। ହିଙ୍ଗୁଳା ଖଣିର ପ୍ରକଳ୍ପ ଅଧିକାରୀ ଅଜୟ ସିଂହ କହିଛନ୍ତି, ୪୧ ପରିବାରକୁ ଉଚ୍ଛେଦ କରାଯାଉଛି। ଏହି ୪୧ ପରିବାର ଖଣି ନିକଟସ୍ଥ ୭/୮ ହେକ୍ଟର ଜମିରେ ବସବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri