କେରଳ ରୋଲ ମଡେଲ

ଆକାର ପଟେଲ

ଦେଶରେ ଲକ୍‌ଡାଉନ୍‌ ଲାଗୁକରି ୩୭,୦୦୦ ରୁ ୭୧,୦୦୦ କୋଭିଡଜନିତ ମୃତ୍ୟୁ ଟାଳି ଦେଇଛୁ ବୋଲି ସରକାର କହିଛନ୍ତି। ଯଦି ଦୁଇଟି ଲକ୍‌ଡାଉନ ଲାଗୁ କରାଯାଇ ନ ଥାଆନ୍ତା ତେବେ ଏବେ ସୁଦ୍ଧା ୧୪ ଲକ୍ଷରୁ ୨୯ ଲକ୍ଷ କୋଭିଡ୍‌-୧୯ କେସ୍‌ ସାମ୍‌ନାକୁ ଆସିବାର ସମ୍ଭାବନା ଥିଲା ବୋଲି ଏକ ଅନୁଧ୍ୟାନକୁ ଭିତ୍ତିକରି ପ୍ରକାଶ କରିଛନ୍ତି। ନୀତି ଆୟୋଗର ଜଣେ ସଦସ୍ୟ ଏପ୍ରିଲ ୨୪ରେ କହିଥିଲେ ଯେ,ମେ ଶେଷ ସୁଦ୍ଧା କୌଣସିି ନୂଆ କେସ୍‌ ରହିବନି ଓ ଏଥିପାଇଁ ସେ କ୍ଷମା ମାଗିିଛନ୍ତି। ଏହାର ସ୍ପଷ୍ଟୀକରଣ ଦେବାକୁ ଯାଇ ନୀତି ଆୟୋଗ ସଦସ୍ୟ ଶୁକ୍ରବାର(୨୨-୫-୨୦) କହିଥିଲେ ଯେ,ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ନୂଆ କୋଭିଡ୍‌ କେସ୍‌ କିଛି ରହିବନି ବୋଲି କେହି କହିନାହାନ୍ତି। ଏଥିରେ ଭୁଲ ବୁଝାମଣା ହୋଇଛି, ଯାହାକୁ ସୁଧାରି ନେବା ଦରକାର। ଏହି ଭୁଲ୍‌ ବୁଝାମଣା ଲାଗି ମୁଁ ଦୁଃଖିତ ଓ ଏବଂ କ୍ଷମା ମାଗୁଛି। ଏକ ପ୍ରଶ୍ନର ଉତ୍ତରରେ ସେ ଏହା ସ୍ପଷ୍ଟ କରିଛନ୍ତି।
ନୀତି ଆୟୋଗ କୋଭିଡ୍‌ ପ୍ରେସ୍‌ କନ୍‌ଫରେନ୍ସରେ ତଥ୍ୟ ଆଧାରରେ ପ୍ରକାଶ କରିଛି ଯେ, ସରକାର ଏହି ସମୟରେ ଦୁଇଟି ଜିନିଷ ଉପରେ ଗୁରୁତ୍ୱ ଦେଇଛନ୍ତି। ଗୋଟିଏ ହେଉଛି ବୃଦ୍ଧି ପାଉଥିବା କୋଭିଡ୍‌ ସୁସ୍ଥ ହାର ଏବଂ ଦ୍ୱିତୀୟଟି ଭାରତର ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ରଣନୀତି । ଅନ୍ୟପକ୍ଷରେ ନୂଆ କେସ୍‌ ଉପରେ ଏହା ଧ୍ୟାନ ଦେଉ ନ ଥିତ୍ବା ମନେହେଉଛି। ସୁସ୍ଥତା ହାର ସୂଚାଉଛି ଯେ, ଯେଉଁମାନଙ୍କ ଠାରେ ସଂକ୍ରମଣ ଚିହ୍ନଟ କରାଯାଇଥିଲା, ଯେଉଁମାନଙ୍କୁ ପରୀକ୍ଷା କରାଯାଇ ପିଜିଟିଭ ମିଳିଥିଲା ସେମାନଙ୍କଠାରେ ପୁଣି ନେଗେଟିଭ ମିଳିଥିଲା। ଶନିବାର ସକାଳ ସୁଦ୍ଧା ପ୍ରାୟ ୧,୨୫ ଲକ୍ଷ ପଜିଟିଭ୍‌ କେସ୍‌ ମିଳିଥିଲା ଓ ଏହାର ଅଧାରୁ କିଛି କମ୍‌ ଅର୍ଥାତ ୫୨,୦୦୦ ସୁସ୍ଥ ହୋଇଥିଲେ। ବିଶ୍ୱରେ ୫୩ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ୨୩ ଲକ୍ଷ ଲୋକ ସୁସ୍ଥ ହୋଇଥିଲେ। ଚିରାଚରିତ ଧାରାରେ ସୁସ୍ଥତା ହାର ବଢି ବଢି ପାଖାପାଖି ୯୫ ପ୍ରତିଶତ ଯାଏ ପହଞ୍ଚିଯିବ । ସମ୍ଭବତଃ ଏହାଠାରୁ ଅଧିକ ରହିପାରେ। ଏପରି ହେବାର କାରଣ ହେଉଛି ଏବେ କୋଭିଡ୍‌ ଜନିତ ମୃତ୍ୟୁ ହାର ୬ ପ୍ରତିଶତ ରହିଛି। କୋଭିଡ୍‌ ମୃତ୍ୟୁହାର ଭାରତରେ ପାଖାପାଖି ୩ ପ୍ରତିଶତ । ଏଣୁ କୌଣସି ଏକ ସମୟରେ ଏଠାରେ ସୁସ୍ଥତା ହାର ୯୭ ପ୍ରତିଶତରେ ପହଞ୍ଚିଯିବ। ଏପରି କି ସରକାର ଯଦି କିଛି ନ କରନ୍ତି ଏହା ଘଟିବ। ତୁମେ ଥରେ ଯଦି ସଂକ୍ରମିତ ହୁଅ, ତେବେ ସେଥିରୁ କେମିତି ରକ୍ଷା ପାଇବ ସେ ଯାଏ ତୁମକୁ ଅପେକ୍ଷା କରିବାକୁ ହେବ। ଏହାର ମାନେ ନୁହେଁ ଯେ, ତୁମେ ଏବେ କୋଭିଡ୍‌ ମୁକ୍ତ, କାରଣ ସବୁଆଡେ ଅଧିକ ସଂକ୍ରମଣ ବ୍ୟାପିବାରେ ଲାଗିଛିି। ତେବେ କାହିଁକି ଆଉ କିଛି ନ କହି ସୁସ୍ଥତା ହାର କଥା କୁହାଯାଉଛି ତାହା ସ୍ପଷ୍ଟ ହେଉନି। ଲୋକମାନଙ୍କୁ ଆଶ୍ୱସ୍ତ କରିବା ଲାଗି ସମ୍ଭବତଃ ଏହା କରାଯାଉଛି।
ସମସ୍ୟା ହେଉଛି, ଏବେଠାରୁ ଆଗକୁ କିଛିଦିନ ଲାଗି ନୂଆ କେସ୍‌ ସଂଖ୍ୟା ନ୍ୟୁଜ୍‌ରେ ଆସିବାର ସମ୍ଭାବନା ରହିଛି। ମେ’ ଆରମ୍ଭରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨,୦୦୦ ଥିଲା। ଗତ ସପ୍ତାହରେ ଏହା ଥିଲା ୪,୦୦୦ ପାଖାପାଖି ଓ ଏବେ ଏହା ୬,୦୦୦ରୁ ଅଧିକ ରହିଛି। କେରଳ ବିନା ଅନ୍ୟ କେଉଁଠି ଏହା କମିବାର ସଂଙ୍କେତ ମିଳୁନାହିଁ। ଲକ୍‌ଡାଉନ୍‌ ଉଠିଗଲେ ଆଗକୁ କିଛି ସପ୍ତାହରେ ଅଧିକ ଲୋକଙ୍କ ପରୀକ୍ଷା କରାଯିବ ଓ ଏହି ସଂଖ୍ୟା ମଧ୍ୟ ବଢିିବ। ଯେଉଁ ଦେଶରେ ସ୍ବଚ୍ଛାକୃତ ଭାବେ ଲୋକମାେନେ ସାମାଜିକ ଦୂରତ୍ୱ ରକ୍ଷାକରୁଛନ୍ତି, ମାସ୍କ ଲଗାଉଛନ୍ତି ଓ ହାତ ସଫା କରୁଛନ୍ତି ସେଠାରେ ସଂକ୍ରମଣ ବୃଦ୍ଧି ସ୍ଥିର ରହିଛି କିମ୍ବା ନୂଆ କେସ୍‌ କମିଛି। ସେହି ସବୁ ଦେଶଗୁଡିକୁ ବାଦ ଦେଲେ ଅନ୍ୟ ଦେଶଗୁଡିକରେ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ୧୧ଟି ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ରହିଛନ୍ତି। ଏମାନଙ୍କ ମଧ୍ୟରେ ବ୍ରାଜିଲ, ଭାରତ ଏବଂ ପେରୁରେ ସଂକ୍ରମଣ ଲଗାତର ବୃଦ୍ଧି ପାଉଛି। ଏଣୁ ସ୍ଥିତି କେତେ ଗମ୍ଭୀର ହୋଇପାରେ ତାହା ଜଣାପଡୁଛି। ଗତ ୫୦ଦିନ ଧରି ଆମେରିକାରେ ଦୈନିକ ୨୦,୦୦୦ରୁ ୩୫,୦୦୦ ନୂଆ କେସ୍‌ ସାମ୍‌ନାକୁ ଆସୁଛି। ଆମେରିକାରେ ୧.୪ କୋଟି ଲୋକଙ୍କର ପରୀକ୍ଷା କରାଯାଇଛିି। ୧୦ ଲକ୍ଷ ଲୋକରେ ଏହା ୪୨,୦୦୦ଙ୍କର ପରୀକ୍ଷା କରିଛି। ଅନ୍ୟପକ୍ଷରେ ଭାରତ ୧୦ ଲକ୍ଷରେ ମାତ୍ର ୨,୦୦୦ ଲୋକଙ୍କ ପରୀକ୍ଷା କରିଛି।
କମ୍‌ ପରୀକ୍ଷା କରାଯିବା ମାନେ ଅନେକ ସଂକ୍ରମିତ ସେମାନଙ୍କଠାରେ ସଂକ୍ରମଣ ରହିଥିବା ଜାଣିନାହାନ୍ତି ବୋଲି ଆମେ କହିପାରବା କି? ହଁ। ଏବକାର ମୃତ୍ୟୁ ହାରକୁ ଲକ୍ଷ୍ୟ କଲେ ଏହା ସପକ୍ଷରେ ଯଥେଷ୍ଠ ତଥ୍ୟ ରହିଛି କହିପାରିବା। ଗୁଜରାଟରେ ୧୩,୦୦୦ ଜଣ ସଂକ୍ରମିତ ହୋଇଛନ୍ତି ଓ ୮୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ରାଜ୍ୟର ମୃତ୍ୟୁ ହାର ଜାତୀୟ ମୃତ୍ୟୁ ହାରର ଦୁଇଗୁଣ। ପ୍ରାୟ ନିଶ୍ଚିତ ଯେ, ଅତିକମ୍‌ରେ ଗୁଜରାଟରେ ପରୀକ୍ଷା କରାଯାଇ ନ ଥିବା ଆଉ ୧୩,୦୦୦ ସଂକ୍ରମିତ ରହିଛନ୍ତି ଏବଂ ସେମାନେ ସଂକ୍ରମିତ ବୋଲି ଜାଣିନାହାନ୍ତି। ଅନ୍ୟମାନଙ୍କ ସହ ସେମାନେ ଏବେ କାମକୁ ଫେରୁଛନ୍ତି। ଅନ୍ୟପକ୍ଷରେ ସବୁ ପ୍ରବାସୀ ଶ୍ରମିକ ଘରକୁ ଯାଉଛନ୍ତି। ଏମାନେ ସମସ୍ତେ ପ୍ରତିଦିନ ନୂଆ କେସ ହାର ବୃଦ୍ଧି କରିବେ। ଗୋଟିଏ ସମୟରେ ଏହା ପୂରା ବଢିଯିବ ଓ ତା’ ପରେ କମିବାରେ ଲାଗିବ ଯାହା କୋଭିଡ୍‌-୧୯ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା, ଇଟାଲୀ ଓ ଇଂଲଣ୍ଡ ସମେତ ଅନ୍ୟ ଦେଶଗୁଡିକରେ ଦେଖିତ୍ବାକୁ ମିଳିିଛି। ଦୈନିକ ସାମ୍‌ନାକୁ ଆସୁଥିବା ନୂଆ କେସ୍‌ କେବଳ ଏକ ସାଂଖିକ ମାପ। ଅତୀତରେ ଲୋକମାନେ ନୂଆ କେସ୍‌ ଓ ସୁସ୍ଥତା ହାର ବିଷୟରେ ଯାହା କଳନା କରିଥିଲେ ତାହା ରହିବନି ,ଏହି ହାର ଆପଣାଛାଏ ବୃଦ୍ଧିପାଇବ।
ଆମେ କେତେ ଶୀଘ୍ର ଦୈନିକ ସଂକ୍ରମଣ କମାଇ ପାରିବା ତାହା କେବଳ କେରଳକୁ ହିଁ ଜଣା। ଦେଶରେ ଏହା ଗୋଟିଏ ରାଜ୍ୟ ଯେଉଁଠି ମାର୍ଚ୍ଚ ଆରମ୍ଭରେ ସବୁଠୁ ବେଶି କେସ୍‌ ସମ୍‌ନାକୁ ଆସିଥିଲା, କିନ୍ତୁ ଆଜି ଏହା ୧୭କୁ ଖସିଆସିଛି। ଏହାର ସଫଳତାକୁ ଗ୍ରହଣ କରାଯାଇଛି ଓ ସାରା ବିଶ୍ୱସ୍ତରରେ ଏହା ପ୍ରକାଶ କରାଯାଇଛି। କିନ୍ତୁ ଥରେ ହେଲେ ବି ପ୍ରଧାନମନ୍ତ୍ରୀ ଏହା ସମ୍ପର୍କରେ କିଛି କହିନାହାନ୍ତି। କେରଳ ଯାହା କରୁଛି ତାହା ଆମ ସମସ୍ତଙ୍କ ପାଇଁ ରୋଲ ମଡେଲ ବା ଅନୁକରଣୀୟ। ଏହା ଏକମାତ୍ର ରାଜ୍ୟ ଯେଉଁଠି ନୂଆ କେସ୍‌ ବଢୁନାହିଁ ଏବଂ କିଛି ଦିନ ହେବ ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥତା ଲାଭ କରୁଥିବାରୁ ତାହା କମିବାରେ ଲାଗିଛି। କେରଳ ଯାହା କରୁଛି ତାହା ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀ କରୁନାହାନ୍ତି ବୋଲି ଆମମାନଙ୍କ ମଧ୍ୟରୁ କେତେଜଣ ଜାଣିଛନ୍ତି? ଅନେକେ ହୁଏତ ଏହା ଜାଣିନାହାନ୍ତି। ଏହାର କାରଣ ହେଉଛି,କେନ୍ଦ୍ର ସରକାର ଦୈନିକ ନୂଆ କେସ ରୋକିବାରେ କୌଣସି ରୋଲ୍‌ ମଡେଲ ଅଛନ୍ତି ବୋଲି ସ୍ବୀକାର କରିବାକୁ ମନାକରି ଦେଇଛନ୍ତି।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri