Posted inଜାତୀୟ

କେନ୍ଦ୍ରକୁ ଅସମ୍ଭାଳ କଶ୍ମୀର

ନୂଆଦିଲ୍ଲୀ,୧୬।୩: ଖୁବଶୀଘ୍ର ରାଜ୍ୟ ମାନ୍ୟତା ଫେରିପାଇବ ଜମ୍ମୁ-କଶ୍ମୀର। ଉପତ୍ୟକାରେ ହେବ ନାହିଁ ଜନସଂଖ୍ୟାଗତ ପରିବର୍ତ୍ତନ। ମୁକ୍ତ ହେବେ ସମସ୍ତ ରାଜନୈତିକ ବନ୍ଦୀ। ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କଠାରୁ ମିଳିଛି ଏଭଳି ପ୍ରତିଶ୍ରୁତି। କେବଳ ଶାହା ନୁହନ୍ତି, ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏପରି ଆଶ୍ୱାସନା ଦେଇଥିବା ପ୍ରକାଶ କରିଛି ନବଗଠିତ ଜମ୍ମୁ ଓ କଶ୍ମୀର ଅପ୍‌ନୀ ପାର୍ଟି। ବ୍ୟବସାୟୀରୁ ରାଜନେତା ସାଜିଥିବା ଜେଆଣ୍ଡକେ ଅପ୍‌ନୀ ପାର୍ଟି ଅଧ୍ୟକ୍ଷ ଅଲ୍‌ତାଫ ବୁଖାରୀଙ୍କ ନେତୃତ୍ୱରେ ଏକ ୨୪ ଜଣିଆ ପ୍ରତିନିଧି ଦଳ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓ ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କୁ ଭେଟିଛି। ଗତବର୍ଷ ଅଗଷ୍ଟ ୫ରେ ଏନ୍‌ଡିଏ ସରକାର ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରିବା ପରେ ଏହା ହେଉଛି ଏହି ଧରଣର ପ୍ରଥମ ରାଜନୈତିକ ଆଲୋଚନା। ଶାହାଙ୍କ ସହ ନର୍ଥ ବ୍ଲକ କାର୍ଯ୍ୟାଳୟରେ ୨ ଘଣ୍ଟା ଧରି ହୋଇଥିବା ଆଲୋଚନା ବେଳେ ପ୍ରତିନିଧି ଦଳର ସଦସ୍ୟମାନେ ତାଙ୍କ ଆଗରେ ଜମ୍ମୁ-କଶ୍ମୀର ବ୍ୟାଙ୍କର ସ୍ବାୟତ୍ତତା, ୟୁପିଏସ୍‌ସି ପରୀକ୍ଷାରେ କଶ୍ମୀରୀ ଆଶାୟୀଙ୍କ ବୟସ ସୀମା କୋହଳ, କୃଷି ଓ ପର୍ଯ୍ୟଟନର ବିକାଶ ସମେତ ପ୍ରାୟ ୪୦ଟି ପ୍ରସଙ୍ଗ ଉଠାଇଥିଲେ। ତେବେ ଉପତ୍ୟକାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଣିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଖୁବ୍‌ଶୀଘ୍ର କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ଶାହା ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁ-କଶ୍ମୀର ପାଇଁ ଏକ ସ୍ଥାୟୀ ବାସସ୍ଥାନ ନୀତି ପ୍ରଣୟନ କରାଯିବ, ଯାହାକି ଅନ୍ୟ ରାଜ୍ୟଠାରୁ ଉନ୍ନତ ହେବ। ସେହିପରି ପୁଙ୍ଖାନୁପୁଙ୍ଖ ବିଚାରବିମର୍ଶ ପରେ ଏକ ଯଥାର୍ଥ ଅର୍ଥନୈତିକ ବିକାଶ ନୀତିର ଚିଠା ମଧ୍ୟ ପ୍ରସ୍ତୁତ କରାଯିବ। ଏଥିଲାଗି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସମସ୍ତ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କଠାରୁ ପ୍ରସ୍ତାବ ଓ ଫିଡ୍‌ବ୍ୟାକ୍‌ ଗ୍ରହଣ କରିବେ। ବିଗତ ୭୦ ବର୍ଷରେ ଜମ୍ମୁ-କଶ୍ମୀରରେ ୧୩,୦୦୦ କୋଟି ଟଙ୍କା ନିବେଶ ହୋଇଥିବାବେଳେ ଆଗାମୀ ୪ ବର୍ଷରେ ଏହି ପରିମାଣ ଏହାର ୩ ଗୁଣରୁ ଊର୍ଦ୍ଧ୍ୱ ହେବ। ଏହାପୂର୍ବରୁ ଶନିବାର ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗସ୍ଥିତ ସରକାରୀ ବାସଭବନରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତିନିଧି ଦଳକୁ ସମାନ ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିଶ୍ରୁତି ବନାମ ବାସ୍ତବତା

ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବାବେଳେ କେନ୍ଦ୍ର ସରକାର କଶ୍ମୀରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ଅଦ୍ୟାବଧି ପୂରଣ ହୋଇନାହିଁ। ୩୭୦ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଓ ଦୁର୍ନୀତିର ମୂଳ। ଏହି ଅସ୍ଥାୟୀ ବ୍ୟବସ୍ଥାର ଉଚ୍ଛେଦ ପରେ ଦୁର୍ନୀତି ହଟିବ ଓ ଆତଙ୍କବାଦର ଚେର ଉପୁଡ଼ିଯିବ। ସେହିପରି ନୂଆ କେନ୍ଦ୍ରଶାସିତ ଅଞ୍ଚଳରେ ପୁଞ୍ଜିନିବେଶ ବୃଦ୍ଧିପାଇବ। ଏହା ଉପତ୍ୟକାର ସର୍ବାଙ୍ଗୀନ ବିକଶରେ ସହାୟକ ହେବ ବୋଲି ସରକାର ଦୃଢ଼ୋକ୍ତି ବାଢ଼ିଥିଲେ। ସରକାରଙ୍କ ଏହି ପଦକ୍ଷେପ ଯୋଗୁ କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ ହୋଇଥିବାବେଳେ ଅନେକ ବିଶ୍ୱ ମଞ୍ଚରେ ଭାରତକୁ ଅଡ଼ୁଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ହେଲେ ବାସ୍ତବ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନାହଁ। କେନ୍ଦ୍ର ସରକାର ଯେତେ ଅସ୍ବୀକାର କଲେ ମଧ୍ୟ ସୀମାରେ ଉତ୍ତେଜନା ହ୍ରାସ ପାଇନାହିଁ କି କଶ୍ମୀରରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ କମିନାହିଁ। ପୁଞ୍ଜିନିବେଶ ନିମନ୍ତେ କେତେକ କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ ହେଁ ଅଦ୍ୟାବଧି କୌଣସି ବଡ଼ଧରଣର ଚୁକ୍ତି ସ୍ବାକ୍ଷର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri