Odisha Elections 2024

କେନ୍ଦୁଝରରେ ମୂଷଳ ଧାରାରେ ବର୍ଷା:ସାରା ସହର ଜଳାର୍ଣ୍ଣବ, ଲୋକଙ୍କ ଘରେ ପଶିଲା ପାଣି

କେନ୍ଦୁଝର ୧୫ା୯ (ସ୍ବ.ପ୍ର.)-କେନ୍ଦୁଝର ସହରରେ ରବିବାର ଅପରାହ୍ନରେ ମୂଷଳ ଧାରାରେ ବର୍ଷା ହେବା ଯୋଗୁ ସାରା ସହର ଜଳାର୍ଣ୍ଣବ ହୋଇପଡିଛି। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରବଳତର ବର୍ଷା ହୋଇଥିଲା। ଚାହୁଁ ଚାହୁଁ ରାସ୍ତା ଘାଟରେ ବର୍ଷା ପାଣିର ସୁଅ ଛୁଟିଥିଲା। ସହରର ବିଭିନ୍ନ ଓ୍ବାର୍ଡରେ ବର୍ଷା ଜଳ ଲହଡ଼ି ଭାଙ୍ଗିଥିଲା। ଏଭଳି ଅଭୂତପୂର୍ବ ବର୍ଷା ପୂର୍ବରୁ କେବେ ହୋଇ ନ ଥିବା ସ୍ଥାନୀୟ ଲୋକ କହିଛନ୍ତି। କେହି କେହି ଏହାକୁ ବାଦଲଫଟା ବର୍ଷା ବୋଲି କହୁଛନ୍ତି। ପ୍ରଶାସନ ପକ୍ଷରୁ ଏହି ପ୍ରବଳ ବର୍ଷା ସମ୍ପର୍କରେ ଅଧିକ କିଛି ସୂଚନା ମିଳିନାହିଁ।
ଅପରାହ୍ନ ସମୟରେ ଆକାଶ ହଠାତ ମେଘାଚ୍ଛନ୍ନ ହୋଇ ବିଜୁଳି, ଘଡ଼ଘଡ଼ି ମାରି ବର୍ଷା ହୋଇଥିଲା। ଜୋରରେ ପବନ ବହିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବା ଯୋଗୁ ସହର ଚର୍ତୁପାଶ୍ୱ ବର୍ଷା ପାଣିରେ ଉବୁଟୁବୁ ହୋଇ ଉଠିଥିଲା। କେନ୍ଦୁଝର ସହରର ପଶ୍ଚିମ ପଟେ ଜୁଡ଼ିଆ ପାହାଡ଼ ଥିବାରୁ ବର୍ଷା ଋତୁରେ ଏଠାରେ କେବେକେବେ ପ୍ରବଳ ବର୍ଷା ହୋଇଥାଏ। କିନ୍ତୁ ରବିବାର ହୋଇଥିବା ବର୍ଷା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଛି। ବର୍ଷାରେ ଜଳ ନିଷ୍କାସିତ ହୋଇ ନ ପାରି ବିଭିନ୍ନ ଓ୍ବାର୍ଡରେ ଘରେ ଓ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡିଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଥିବା ବେଳେ ଯାତାୟାତ ବ୍ୟାହତ ହୋଇଛି। ପବିତ୍ରଡିହା ସାହିରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଲୋକଙ୍କ ଘରବାଡିରେ ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ଅଣ୍ଟାଏ ପାଣିରେ ଗାଡିରେ ଲୋକ ମାନେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି ା ଚାରିଆଡେ ଘର ହୋଇଯାଇଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ନ ଥିବା ଏବଂ ଥିବା ଡ୍ରେନ ଗୁଡିକ ସଫେଇ ହଉନଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକ କହୁଛନ୍ତି। ସେହିପରି ପାର୍କଲାଇନ ରୋଡରେ ସେଟଲମେଣ୍ଟ କଲୋନୀରେ ହଠାତ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଘର ଭିତରେ ପାଣି ପଶି ଲହଡି ମାରୁଛି ା କର୍ମଚାରୀଙ୍କ ବିଭିନ୍ନ ସାମଗ୍ରୀ ପାଣିରେ ବୁଡି ଯାଇ ନଷ୍ଟ ହୋଇଯାଇଛି। ପାଣି ଘରେ ପଶିଥିବାରୁ ରହିବା ପାଇଁ ସ୍ଥାନ ନାହିଁ ା ତ୍ରୁଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ଡ୍ରେନ ଅନେକ ଅଞ୍ଚଳରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଡ୍ରେନ ସଫେଇ ହେଉ ନ ଥିବା ଏବଂ ନିମ୍ନ ମାନର କାମ ଯୋଗୁ ଭାଂଗିଯାଇଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି ା ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉଥିବା ପୌରପାଳିକା ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri