କେନ୍ଦରା ସ୍ବରରେ ଜୀବନ

ଭବାନୀପାଟଣା, ୨୨ା୭(ଡି.ଏନ.ଏ.)-ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ କଳାକାର ପେନ୍‌ସନ ଯୋଜନା ପ୍ରଣୟନ କରାଯାଇଛି। ବୟସର ଅପରାହ୍ନରେ ପହଞ୍ଚତ୍ ଥିବା କଳାକାରଙ୍କୁ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ ଆଜି ବି ସରକାରଙ୍କ ସେହି ଯୋଜନାରୁ ବହୁ କଳାକାର ବଞ୍ଚତ୍ତ ହୋଇଥିବା ଅଭିଯୋଗ ଆସୁଛି। ଯାହାର ଏକ ଉଦାହରଣ ସାଜିଛନ୍ତି କଳାହାଣ୍ଡି ଜିଲା ନର୍ଲା ବ୍ଲକ ଚିଆଁପଦର ଗ୍ରାମ (ସରିଆ) ଗାଁର ବର୍ଷୀୟାନ କଳାକାର ପୂର୍ଣ୍ଣ ପର୍ଗଣିଆ।
ପୂର୍ଣ୍ଣଙ୍କ ବୟସ ୬୨ ବର୍ଷ । ଏହି ବୟସରେ ବି ସେ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ପ୍ରତିଦିନ ସକାଳୁ ତାଙ୍କର ଯାତ୍ରା ଆରମ୍ଭ ହୁଏ ା ସେ ନିଜର ନିତ୍ୟକର୍ମ ସାରିବା ପରେ ଘରେ କିଛି ଜଳଖିଆ କରିନିଅନ୍ତି। ଏହାପରେ ନିଜକୁ ସଜେଇ ପ୍ରସ୍ତୁତ କରନ୍ତି। ଶେଷରେ ନିଜର ଚିରସାଥୀ କେନ୍ଦରାକୁ କାନ୍ଧରେ ଝୁଲାଇ ବାହାରି ପଡନ୍ତି ସହରର କୌଣସି ଏକ ଜନବସତି ଆଡ଼କୁ। ଓଡ଼ିଶାର ସଂସ୍କୃତି ଓ ଲୋକକଳା ମଧ୍ୟରେ କେନ୍ଦରା ବାଦ୍ୟ ବହୁ ପୁରୁଣା। ବାଉଁଶ, ଷଢେଇ, ଘୋଡାଲାଞ୍ଜ ଓ ଚୂଳରେ କେନ୍ଦରା ବାଦ୍ୟଯନ୍ତ୍ର ପ୍ରସ୍ତୁତ ହୋଇଥାଏ। ସେହି କେନ୍ଦରାକୁ ବଜାଇ ବଜାଇ ସେ ଗୋଟିଏ ପରେ ଗୋଟିଏ ଘର ବୁଲନ୍ତି ା ଯିଏ ଯାହା ଦେଲା ସେଥିରେ ସନ୍ତୁଷ୍ଟ ହୁଅନ୍ତି ପୂର୍ଣ୍ଣ। ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ପୂର୍ଣ୍ଣ ବାଷ୍ପରୁଦ୍ଧ କଣ୍ଠରେ କୁହନ୍ତି, ପୁରୁଷାନୁକ୍ରମିକ ଭାବେ ମୁଁ ପିଲାଟି ଦିନରୁ କେନ୍ଦରା ବଜାଇ ଆସୁଛି। ସେତେବେଳେ କେନ୍ଦେରା ବାଦ୍ୟ ସହିତ ଲୋକଗୀତ ଗାଇ ଗାଇ ଆମେ ଲୋକଙ୍କ ମନ କିଣି ନେଉଥିଲୁ। ଆଜି କେନ୍ଦରା ବାଦ୍ୟ ପ୍ରତି କାହାର ଆଗ୍ରହ ନାହିଁ ା ତଥାପି ତେଲଲୁଣ ସଂସାର ଚଳାଇବା ପାଇଁ ୬୨ ବର୍ଷ ବୟସରେ ବି ମୋତେ ଘର ଘର ବୁଲିବାକୁ ପଡୁଛି।
ପୂର୍ଣ୍ଣଙ୍କ ପରିବାର କହିଲେ ସ୍ତ୍ରୀ ପାରା ଦେଈ (୬୦), ୨ ପୁଅ ଓ ୨ ଝିଅଙ୍କୁ ନେଇ ତାଙ୍କ ସଂସାର ା ଇତିମଧ୍ୟରେ ସେ ୨ ଝିଅଙ୍କୁ ବିବାହ ଦେଇସାରିଛନ୍ତି। ପିଲାଟି ଦିନରୁ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏହି କୌଳିକ ବୃତ୍ତିକୁ ଆପଣେଇ ନେଇଥିଲେ ା ପୂର୍ଣ୍ଣ କୁହନ୍ତି, ଭବାନୀପାଟଣାର ବିଭିନ୍ନ ସାହିବସ୍ତି ଓ ଦୋକାନ ବଜାର ବୁଲି ମୁଁ କେନ୍ଦରା ବଜାଇ ଭଜନ, ଛାନ୍ଦ, ଚଉପଦୀ ଗାଇ ଥାଏ ା ଟୀକା ଗୋବିନ୍ଦଚନ୍ଦ୍ର ଗୀତ ଗାଇବା ବେଳେ ଶ୍ରୋତାମାନେ ବିମୋହିତ ହୋଇପଡନ୍ତି। ଦିନତମାମ ବୁଲି ବୁଲି ଯାହା ସଂଗ୍ରହ କରେ ତାକୁ ନେଇ ସନ୍ଧ୍ୟାରେ ଘରକୁ ଫେରିଆସେ ା ଗୋଟିଏ ଦିନରେ ଯାହା ରୋଜଗାର ହୋଇଥାଏ ସେଥିରେ ପରିବାର ଚଳାଇବା ବହୁ କଷ୍ଟ ା ବେତାର ଓ ଦୂରଦର୍ଶନରେ କେନ୍ଦରା ଗୀତ ପରିବେଷଣ ପାଇଁ ଆଗ୍ରହୀ ଥିବା ପୂର୍ଣ୍ଣଙ୍କୁ ସେ ସୁଯୋଗ ମିଳିନି। ଜଣେ କଳାକାର ଭାବେ ଆଜୀବନ ସାଧନା ଜାରି ରଖିଥିଲେ ମଧ୍ୟ ତାଙ୍କୁ ସରକାରୀ ସହାୟତା ମିଳିପାରିନାହିଁ। ତଥାପି ଭାଙ୍ଗି ପଡିନାହାନ୍ତି ସେ ା ଯେତେଦିନ ଯାଏ ଭଗବାନ ଚାଲିବାକୁ ଶକ୍ତି ଦେଇଥିବେ ସେ ପର୍ଯ୍ୟନ୍ତ ମୁଁ ମୋର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବି ବୋଲି ପୂର୍ଣ୍ଣ କୁହନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri