Posted inଖେଳ

କେନିନ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ,୧।୨(ଏଏଫ୍‌ପି)-୨୧ବର୍ଷୀୟା ଆମେରିକୀୟ ମହିଳା ଟେନିସ ଖେଳାଳି ସୋଫିଆ କେନିନ୍‌ ଏଥର ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ସେ ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟିନୀ ସ୍ପେନ୍‌ ଅଭିଜ୍ଞ ଖେଳାଳି ଗାର୍ବାଇନ ମୁଗୁରୁଜାଙ୍କୁ ପରସ୍ତ କରି ଟାଇଟଲ ହାସଲ କରିଛନ୍ତି। ୧୪ତମ ସିଡ୍‌ କେନିନ ୪-୬, ୬-୨, ୬-୨ ସେଟ୍‌ରେ ମୁଗୁରୁଜାଙ୍କୁ ହରାଇ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ବାକି ଦୁଇଟି ସେଟ୍‌ରେ ବିଜୟୀ ହୋଇ କେନିନ ବାଜି ମାରିଛନ୍ତି। ବିଜୟୀ ହେବା ପାଇଁ କେନିନ୍‌ଙ୍କୁ ୨ ଘଣ୍ଟା ୩ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଏଥିସହିତ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ କେନିନ୍‌ ଗ୍ରାଣ୍ଡସ୍ଲ୍‌ାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଥିଲେ ମଧ୍ୟ ଶେଷରେ ସେ ବାଜି ମାରିଛନ୍ତି।
କେନିନ ଏବେ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ର ସପ୍ତମ ସ୍ଥାନକୁ ଉଠିବା ନିଶ୍ଚିତ ହୋଇଛି। ପୂର୍ବରୁ ଅନ୍ୟତମ ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ତୃତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ସେମିଫାଇନାଲରେ କେନିନ୍‌ ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।
ଶେଷରେ ସ୍ବପ୍ନ ପୂରଣ ହୋଇଛି ବୋଲି ବିଜୟ ହାସଲ ପରେ କେନିନ କହିଛନ୍ତି। ବହୁତ ଖୁସି ଅଛି ଓ ଏବେ ଭାବନା ପ୍ରକାଶ କରିପାରିବି ନାହିଁ ବୋଲି ମସ୍କୋ ଜନ୍ମିତ କେନିନ କହିଛନ୍ତି। ସ୍ବପ୍ନ ସତରେ ପରିଣତ ହୋଇଛି। ତେବେ ସଫଳତା ପାଇଁ ବଡ଼ ସ୍ବପ୍ନ ଦେଖିବାକୁ ହୁଏ ବୋଲି ସେ କହିଛନ୍ତି। ଅପରପକ୍ଷରେ ୨୬ ବର୍ଷୀୟ ଅଣସିଡ ମୁଗୁରୁଜା ଗତ ୧୮ ମାସ ହେବ ଫର୍ମରେ ନ ଥିଲେ। ମୁଗୁରୁଜା ପୂର୍ବରୁ ୨୦୧୬ ଫ୍ରେଞ୍ଚ୍‌ ଓପନ ଓ ୨୦୧୭ ଓ୍ବିମ୍ବେଲଡ଼ନ ଟାଇଟଲ ହାସଲ କରିଥିଲେ। ପରାଜୟରେ ମୁଗୁରୁଜା ଅସନ୍ତୋଷ ଜାହିର କରିଛନ୍ତି। ଫାଇନାଲରେ କେନିନ କିନ୍ତୁ ଆକ୍ରମଣାତ୍ମ ପ୍ରଦର୍ଶନ କରିଥିଲେ। ୨୧ ବର୍ଷ ୮୦ ଦିନରେ ପଦାର୍ପଣ କରିଥିବା କେନିନ୍‌ ଜାପାନର ନାଓମି ଓସାକା ଯେତେବେଳେ ଗତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ ଜିତିଥିଲେ ତାଙ୍କଠାରୁ ୨୨ ଦିନ ବୟସରେ ଛୋଟ ହେବେ। ରୁଷିଆର ମାରିଆ ଶାରାପୋଭାଙ୍କ ପରେ କେନିନ୍‌ ସର୍ବକନିଷ୍ଠ ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିୟନ ବିବେଚିତ ହୋଇଛନ୍ତି। ଶାରାପାଭା ୨୦୦୮ରେ ମାତ୍ର ୨୦ ବର୍ଷରେ ଏହି ଟାଇଟଲ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri