Posted inଖେଳ

କେକେଆର କୋଚ୍‌ ହେଲେ ଟ୍ରେଭର ବାଇଲିସ

ମୁମ୍ବାଇ,୧୭।୭- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଦୁଇ ଥର ଆଇପିଏଲ ଚାମ୍ପିୟନ ଦଳ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଇଂଲଣ୍ଡ ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ୍‌ ଟ୍ରେଭର ବାଇଲିସଙ୍କୁ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ କରିଛି। ବାଇଲିସଙ୍କୁ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବର୍ତ୍ତମାନ ଭାଷ୍ୟକାର ବ୍ରେଣ୍ଡନ ମ୍ୟାକ୍‌କୁଲମ ସହାୟତା କରିବେ। ମ୍ୟାକ୍‌କୁଲମଙ୍କୁ ବ୍ୟାଟିଂ କୋଚ୍‌ ଓ ମେଣ୍ଟର ଦାୟିତ୍ୱ୍‌ ଦିଆଯାଇଛି। ଏହି ପଦରେ ପୂର୍ବରୁ କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ କାଲିସ ଥିଲେ। ରବିବାର ଲଡର୍‌ସଠାରେ ବିଶ୍ୱକପ୍‌ ଫାଇନାଲରେ ଖଳାଯାଇଥିବା ଶ୍ରେଷ୍ଠ ଦିନିକିଆ ମ୍ୟାଚ୍‌ରେ ଦୁଇ ଦଳ ସହ ଟ୍ରେଭର ଓ ମ୍ୟାକ୍‌କୁଲମ ଜଡ଼ିତ ଥିଲେ। ବାଇଲସି ପୂର୍ବରୁ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କେକେଆର ଦଳର କୋଚିଂ ଷ୍ଟାଫରେ ଥିଲେ। ତାଙ୍କ କାର୍ଯ୍ୟକାଳରେ ଦଳ ଦୁଇ ଥର ଚାମ୍ପିୟନ ହୋଇଥିଲା। ଏହାବାଦ୍‌ ତାଙ୍କ ତତ୍ତ୍ୱାବଧାନରେ ଶ୍ରୀଲଙ୍କା ୨୦୧୧ ବିଶ୍ୱକପ୍‌ ଫାଇନାଲ ଖେଳିଥିଲା। ୨୦୧୫ରେ ସେ ଇଂଲଣ୍ଡ ଦଳ ସହ ଯୋଡ଼ି ହୋଇଥିଲେ। ୫୬ ବର୍ଷୀୟ ବାଇଲିସ ଚଳିତ ବର୍ଷ ଆଶେସ ସିରିଜ୍‌ ପରେ କେକେଆର ଦଳରେ ଯୋଗଦେବେ। ଅନ୍ୟପକ୍ଷରେ ମ୍ୟାକ୍‌କୁଲମ ଏବେ ଭାଷ୍ୟକାର ଭାବେ ବ୍ୟସ୍ତ। ବିସ୍ଫୋରକ ଉଇକେଟକିପର ବ୍ୟାଟ୍ସମ୍ୟାନ କୋଲକାତା ଦଳ ପାଇଁ ୨୦୦୮ରେ ପଦାର୍ପଣ କରି ୧୫୮ ରନ୍‌ର ଇନିଂସ ଖେଳିଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱରେ ଦଳ ଦୁଇ ସିଜନରେ ଭଲ ପ୍ରଦର୍ଶନ କରିଛି। ଆଗାମୀ ୨୦୨୦ ସଂସ୍କରଣରେ ଖେଳାଳିଙ୍କ ସହ ହୋଇଥିବା ୩ ବର୍ଷୀୟା ଚୁକ୍ତି ଶେଷ ହେବ। ଏହାପରେ ବାଇଲିସଙ୍କ ନେତୃତ୍ୱରେ କେକେଆର ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri