କେଉଁଠି ଭୁଲ୍‌ ରହିଲା

ଆକାର ପଟେଲ
ଶୋଚନୀୟ ପରାଜୟ ପରେ ବିରୋଧୀ ଦଳ କିପରି ଅଣ୍ଟା ସଳଖି ଠିଆହୋଇ ପାରିବ? ଏଥିରେ ବିରୋଧୀ ଦଳର କେତେ ବିରାଟ ଆକାରର କ୍ଷତି ଘଟିଛି, ତାହା ରାଜନୀତିରେ ନ ଥିବା ଲୋକେ ବୁଝିପାରିବେ ନାହିଁ। ପରାଜୟର ସମସ୍ୟାଗୁଡ଼ିକ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ ହେଉଛି। ଆତ୍ମବିଶ୍ୱାସ ତୁଟିବା ସହ ପରାଜୟର ଲଜ୍ଜା ଓ ଗ୍ଳାନି ଯେଉଁ ମାତ୍ରାରେ ଘଟିଛି, ତାହା ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଜୀବନରେ ଘଟି ନ ଥିବ। ଆମର ପରାଜୟ ଓ କ୍ଷତି ସାଧାରଣତଃ ବ୍ୟକ୍ତିଗତ ହୋଇଥାଏ ଏବଂ ଆମେ କହିଲେ ହିଁ ତାହା ଅନ୍ୟମାନେ ଜାଣନ୍ତି। କିନ୍ତୁ ବିରୋଧୀ ନେତାଙ୍କ ଏଭଳି ଦୁର୍ଦ୍ଦଶା ସମସ୍ତେ ଜାଣୁଛନ୍ତି। ପରାଜିତ ନେତାମାନଙ୍କୁ ଗଣମାଧ୍ୟମ ବିଭିନ୍ନ ପ୍ରକାର ଉପଦେଶ ଦେବ- କେଉଁଠି ଭୁଲ୍‌ ରହିଲା ଓ ଏବେ କ’ଣ କରିବାକୁ ହେବ ଇତ୍ୟାଦି। ଏ ଉପଦେଶଗୁଡ଼ିକ ମଧ୍ୟରୁ କିଛି କାମ ଦେଇପାରେ, ମାତ୍ର ମୋ ବିଚାରରେ ଅଧିକାଂଶ କାମ ଦେବ ନାହିଁ।
ଏକ ଟିଭି ଚ୍ୟାନେଲରେ ମୁଁ ଅତିଥି ଥିଲି, ଯେଉଁଠି ଆମ ନାମ ପୂର୍ବରୁ କୁହାଯାଉଥିବା ଉପାଧି ‘ବରିଷ୍ଠ ପତ୍ରକାର’ ଶୁଣି ଆମକୁ ହସ ଲାଗୁଥିଲା। ବାସ୍ତବରେ ଏକ ର଼୍ୟାଲିରେ ୩୫ ମିନିଟ୍‌ର ଉଦ୍‌ବୋଧନରୁ ଜନତାଙ୍କଠାରୁ ଯେଉଁ ସଙ୍କେତ ମିଳେ, ଖବରକାଗଜରେ ୩୦ ବା ୪୦ ବର୍ଷ ଲେଖିବାର ଅଭିଜ୍ଞତା ତା’ ସହ ସମାନ ନୁହେଁ। ଜୟ ବା ପରାଜୟର କାରଣ ପରାଜିତ ବ୍ୟକ୍ତିଠାରୁ ଅଧିକ କେହି ଭଲଭାବେ ବୁଝିପାରେ ନାହିଁ। ପରାଜିତ ବ୍ୟକ୍ତି ଯୁଦ୍ଧକ୍ଷେତ୍ର ସାରା ବୁଲିଥାନ୍ତି ଏବଂ ସେମାନେ ନିଜ ସୈନିକ ଓ ବିରୋଧୀ ସୈନିକଙ୍କ ଆଖିକୁ ଭଲଭାବେ ଦେଖିଥାନ୍ତି। ସେମାନଙ୍କର ବାସ୍ତବ ଅଭିଜ୍ଞତା ଥାଏ। ତେଣୁ ଆମେ ସେମାନଙ୍କୁ ଉପଦେଶ ଦେବା ବଦଳରେ ସେମାନେ ଆଗକୁ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା ଉଚିତ।
ଯେତେବେଳେ ପାକିସ୍ତାନର ସେନାଧ୍ୟକ୍ଷ ୧୯୫୦ରେ ଦେଶର ରାଷ୍ଟ୍ରପତି ହେଲେ ସେ କହିଲେ ଯେ, ସେ ପ୍ରଥମେ ଏକ ‘ଆପ୍ରିସିଏଶନ’ ଲେଖିଥିଲେ। ଏହା ଏକ ସାମରିକ ଶବ୍ଦ ଯାହାର ଅର୍ଥ ନିଜର ସ୍ଥିତି ବିଷୟରେ ଜାଣିବା ବା ବୁଝିବା। ମୋ ମତରେ ତାହା ହେଉଛି ଉତ୍ତମ ପ୍ରଥମ ପଦକ୍ଷେପ। ବିଜୟର ମୂଲ୍ୟାୟନ କରିବାରେ ମଜା ଥାଏ (ସାମରିକ ଇତିହାସର ଛାତ୍ରମାନେ ଫାର୍‌ସାଲସ୍‌ଠାରେ ଜୁଲିୟସ୍‌ ସିଜରଙ୍କର ବା ଝେଲମ୍‌ଠାରେ ଆଲେକ୍‌ଜାଣ୍ଡାରଙ୍କର ମାନଚିତ୍ର ଅଧ୍ୟୟନ କରିବାରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରନ୍ତି)। ଜଣେ ପରାଜିତ ବ୍ୟକ୍ତିଙ୍କର ସ୍ଥିତି ଅନୁଧ୍ୟାନ କରିବା ସମ୍ଭବତଃ କଷ୍ଟକର, ତଥାପି ତାହା କରିବାକୁ ହେବ। ପ୍ରତ୍ୟେକ ରାଜ୍ୟର ତଥା ପ୍ରାର୍ଥୀଙ୍କର ବର୍ତ୍ତମାନର ସ୍ଥିତି ଆକଳନ କରିବା ଆବଶ୍ୟକ। ବିନା ଭାବପ୍ରବଣତାରେ ସଚ୍ଚୋଟ ଭାବରେ ପ୍ରତିଦ୍ୱନ୍ଦ୍ୱୀଙ୍କର ମଧ୍ୟ ସ୍ଥିତି ଆକଳନ କରିବା ଦରକାର। ଜଣେ ନେତା ଓ ଜଣେ ପରିଚାଳକଙ୍କର ସବୁଠୁ ଶାଣିତ ଅସ୍ତ୍ର ହେଉଛି ସ୍ବଚ୍ଛତା। କୁହାଯାଏ, ସୂର୍ଯ୍ୟାଲୋକ ହେଉଛି ସର୍ବୋତ୍ତମ ଜୀବାଣୁନାଶକ। ହୃଦୟର ଖୋଲାପଣ ହିଁ ନୈତିକ ମନୋବଳ ହରାଇଥିବା ସେନା ଓ ସମର୍ଥକଙ୍କର ମନୋବଳ ଫେରାଇ ଆଣିବାରେ ସାହାଯ୍ୟ କରିବ। ପରାଜିତ ବ୍ୟକ୍ତି ଯଦି ବାସ୍ତବତାକୁ ଅନୁଭବ କରନ୍ତି ଏବଂ ସେମାନେ କାହିଁକି ପରାଜିତ ହେଲେ ଓ ସେମାନଙ୍କର ବର୍ତ୍ତମାନ ସ୍ଥିତି କ’ଣ ତାହା ବୁଝିପାରନ୍ତି, ତେବେ ସେମାନଙ୍କର ଆତ୍ମବଳ ବୃଦ୍ଧି ପାଇବ।
ତା’ପରେ ଆସୁଛି ଉତ୍ତରଦାୟିତ୍ୱ ପ୍ରସଙ୍ଗ। ମୁଁ ଏହା ନିନ୍ଦା ଅର୍ଥରେ ନେଉନାହିଁ। ମୁଁ ଭାବୁଛି ଜଣେ ନେତାଙ୍କ ପାଇଁ ପରାଜୟ ଲାଗି ଦାୟିତ୍ୱ ମୁଣ୍ଡାଇ ପଦତ୍ୟାଗ କରିବା ସହଜ ଏବଂ ତାହା କରିବା ବୋଧହୁଏ ଠିକ୍‌ ହେବ। ବୋଧହୁଏ ଏହା ହେଉଛି ସ୍ବଚ୍ଛତା ପ୍ରଦର୍ଶନର ପ୍ରଥମ ଧାପ। ମୋ ମତରେ ବିରୋଧୀ ଦଳ ପାଖରେ ଏଇ ମୁହୂର୍ତ୍ତରେ ଆଉ କରିବାକୁ କିଛି ନାହିଁ। ଏହି ନିର୍ବାଚନ ଯେଉଁଭଳି ଭାବରେ ଶେଷ ହେଲା, ସେଥିରୁ ମନେହୁଏ ମେଣ୍ଟ ଗଠନ ଠିକ୍‌ଭାବରେ ହୋଇ ନ ପାରିବା ବା କୌଣସି ନିର୍ବାଚନମଣ୍ଡଳୀରେ ଉପଯୁକ୍ତ ପ୍ରାର୍ଥୀ ଦିଆ ନ ଯିବା ଆଦି ପରାଜୟର ମୁଖ୍ୟ କାରଣ ହୋଇ ନ ପାରେ। ଯେଉଁ ବିଶାଳ ଧରଣର ମାଡ଼ ସେମାନଙ୍କୁ ସହିବାକୁ ପଡ଼ିଲା, ତାକୁ କୌଣସି କୌଶଳ ବା ରଣନୀତି ଦ୍ୱାରା ଏଡ଼ାଇବା ସମ୍ଭବ ହୋଇ ନ ଥାନ୍ତା। ଏହାଠୁ ଆହୁରି ଗଭୀର କିଛି କାରଣ ରହିଛି, ଯାହାର ନିରସନ ଆବଶ୍ୟକ। ପରାଜୟ ପାଇଁ ବିରୋଧୀ ଦଳକୁ ଯେଉଁସବୁ ଦୋଷ ଦିଆଯାଉଛି, ଯଥା ଆକ୍ରମଣାତ୍ମକ ନ ହେବା, ନିର୍ବାଚନକୁ ସହଜ ମନେ କରିବା, ଛୁଟି କଟାଇବାକୁ ଚାଲିଯିବା, ଅନ୍ୟ ଦଳକୁ ମେଣ୍ଟ ପାଇଁ ନ ଡାକିବା ଆଦି ଠିକ୍‌ ନୁହେଁ, କାରଣ ଏ ସବୁ କରାଯାଇଛି। ତଥାପି ଯଦି ପରାଜୟ ଆସିଲା, ଏହାର କାରଣ ସଚେତନତା ବା ପ୍ରଚେଷ୍ଟାର ଅଭାବ ନୁହେଁ। ଏବେ ମେଣ୍ଟ ସହଯୋଗୀ ଓ ବନ୍ଧୁମାନଙ୍କୁ ଏକାଠି କରିବା ଦରକାର। ବିରୋଧୀ ଦଳ ପ୍ରତି ନାଗରିକ ସମାଜ ବା ବେସରକାରୀ ଗୋଷ୍ଠୀ ବା ସଂସ୍ଥା ପକ୍ଷରୁ ସମବେଦନା ପ୍ରକାଶ ପାଉଛି, ଯେଉଁମାନେ କିଛି ରାଜନୈତିକ ପ୍ରସଙ୍ଗ ନେଇ ଲଢ଼େଇ କରୁଛନ୍ତି। ଦଳର ପୁନର୍ଗଠନରେ ଏମାନଙ୍କ ସହଯୋଗ ରହିବ। ଶେଷ କଥାଟି ହେଉଛି ପରାଜିତ ପୁରୁଣା ଦଳଗୁଡ଼ିକ ଏବେ ସେମାନଙ୍କ ଦଳ ପ୍ରତିଷ୍ଠା ସମୟର ମୂଳ ନୀତିଗୁଡ଼ିକର ସମୀକ୍ଷା କରିବା ଦରକାର ଏବଂ ଏବେ ସେମାନେ କେତେଦୂର ସେ ନୀତିଗୁଡ଼ିକ ପାଳନ କରୁଛନ୍ତି, ତାହା ଦେଖିବା ଦରକାର। ଏହି ନୀତିଗୁଡ଼ିକ ମଧ୍ୟରୁ କିଛି ହୁଏତ ଆଗରୁ ଲୋକଙ୍କୁ ଆକୃଷ୍ଟ କରୁଥିଲା, ଯାହାକୁ ଏବେ ପୁଣି ଆପଣାଇବାର ଆବଶ୍ୟକତା ଅଛି। ଏଥିସହ ମନୋବଳ ନ ହରାଇ ପୁଣି ଦଳକୁ ମଜଭୁତ କରିବାରେ ଲାଗିପଡ଼ିବା ଉଚିତ। ଏହି ଅଣଉପଦେଶମୂଳକ ବାର୍ତ୍ତାରେ ଶେଷରେ ଏତିକି କୁହାଯାଇପାରେ ଯେ, ପ୍ରତ୍ୟେକ ପରାଜିତ ଦଳ ଏକ ନିୟମିତ ରୁଟିନ୍‌ ଆରମ୍ଭ କରିବା ଦରକାର। ରୁଟିନ୍‌ବନ୍ଧା କାର୍ଯ୍ୟକ୍ରମ ମାଧ୍ୟମରେ ଦଳକୁ ସୁଦୃଢ଼ କରାଯାଇପାରେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri