Posted inଫୁରସତ

କେଉଁଠି ପାଳିବେ ନୂଆବର୍ଷ

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଏବେ ସମସ୍ତେ ପ୍ରାୟ ପ୍ରସ୍ତୁତ ହୋଇସାରିବେଣି। ଏପରିକି କେହି କେହି ତ ନୂଆବର୍ଷରେ କେଉଁ ନୂଆ ଜାଗାକୁ ବୁଲି ଯିବା ପାଇଁ ପ୍ଲାନିଂ ବି କରିବେଣି। ଯଦି ଆପଣ ମଧ୍ୟ ସେମିତି କିଛି ଯୋଜନା କରୁଥାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା କିଛି ଖାସ୍‌ ଡେଷ୍ଟିନେଶନ ମଧ୍ୟରୁ କାହାକୁ ବି ଚୟନ କରିପାରିବେ। କାରଣ ଏହିସବୁ ସ୍ଥାନଗୁଡ଼ିକରେ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ନୂତନ ବର୍ଷକୁ ସ୍ବାଗତ କରାଯାଇଥାଏ। ଯେଉଁଠାକୁ ଗଲେ ନିଆରା ଅନୁଭୂତି ମିଳିବା ସହ ସ୍ଥାନୀୟ କିଛି ପର୍ଯ୍ୟଟନସ୍ଥଳୀ ଦେଖିବାର ସୁଯୋଗ ବି ମିଳିଥାଏ…

ଉଦୟପୁର: ହ୍ରଦର ସହର ଭାବେ ପରିଚିତ ରାଜସ୍ଥାନର ଉଦୟପୁର ସେହି ପର୍ଯ୍ୟଟକଙ୍କ ପାଇଁ ବେଷ୍ଟ ପାର୍ଟି ଡେଷ୍ଟିନେଶନ, ଯେଉଁମାନେ ସପରିବାରେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥାନ୍ତି। କାରଣ ଏଠାକାର ସଂସ୍କୃତି ଓ ପରମ୍ପରା ବେଶ୍‌ ମନଛୁଆଁ, ଯେଉଁଥିରୁ ଅନେକ କିଛି ଶିଖି ବି ହୁଏ। ତା’ଛଡ଼ା ନୂଆବର୍ଷ ଅବସରରେ ଏଠାକାର ସାଜସଜ୍ଜାରେ ଫଟୋ ଉଠାଇବା ସହ ଶପିଂ ତଥା ରାଜସ୍ଥାନୀ ଖାଇବାର ମଜା ନେବା ହିଁ କିଛି ନିଆରା ଆନନ୍ଦ ଦେଇଥାଏ।

ଜୈସଲମେର୍‌: ରାଜସ୍ଥାନର ଜୈସଲ୍‌ମେର୍‌ ବି ନୂଆବର୍ଷର ଛୁଟି କଟାଇବା ପାଇଁ ଖୁବ୍‌ ଭଲ ସ୍ଥାନ। ‘ଦି ଗୋଲ୍ଡେନ୍‌ ସିଟି’ ଭାବେ ପରିଚିତ ଏହି ସହରର ମୁଖ୍ୟ ଆକର୍ଷଣ ହେଉଛି ଜୈସଲମେର୍‌ ଦୁର୍ଗ। ତା’ଛଡା ଏଠାରେ ଓଟ ପିଠିରେ ବସି ବୁଲିବା, ପର୍ଯ୍ୟଟକଙ୍କ ପାଇଁ ବାଲି ଉପରେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା କ୍ୟାମ୍ପରେ ରହିବା ସାଙ୍ଗକୁ ରାଜସ୍ଥାନୀ ଖାଦ୍ୟର ସ୍ବାଦ ନେବା ହିଁ କିଛିଟା ଅଲଗା ଅନୁଭୂତି ଦେଇଥାଏ।

ଜୟପୁର: ପିଙ୍କ୍‌ ସିଟି ଭାବେ ପରିଚିତ ରାଜସ୍ଥାନର ଜୟପୁରରେ ବି ନୂଆବର୍ଷ ଅବସରରେ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥାଏ। ଖାସ୍‌କରି ଏଠାକାର ହାଓ୍ବା ମହଲ, ଜଲ୍‌ ମହଲ୍‌, ସିଟି ପ୍ୟାଲେସ୍‌, ଆମେର୍‌ ଦୁର୍ଗ, ଜନ୍ତରମନ୍ତର ଇତ୍ୟାଦି ପର୍ଯ୍ୟଟନସ୍ଥଳଗୁଡ଼ିକୁ ନୂଆବର୍ଷ ପାଇଁ ଖୁବ୍‌ ସୁନ୍ଦର ଭାବେ ସଜା ଯାଇଥାଏ, ଯାହାକୁ ଦେଖିବା ପାଇଁ ନୂଆବର୍ଷରେ ଆଗନ୍ତୁକଙ୍କ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

ଗୋକର୍ଣ୍ଣ: ଯଦି ଆପଣଙ୍କୁ ଅଧିକ କୋଳାହଳ ପସନ୍ଦ ନୁହେଁ, ତା’ହେଲେ କର୍ନାଟକସ୍ଥିତ ଗୋକର୍ଣ୍ଣ ଆପଣଙ୍କ ପାଇଁ ପରଫେକ୍ଟ ଡେଷ୍ଟିନେଶନ ହେବ। କାରଣ ଏଠାକାର ଐତିହାସିକ ମନ୍ଦିରଗୁଡ଼ିକର ଶାନ୍ତ ପରିବେଶ ତଥା ସମୁଦ୍ରତଟର ସୌନ୍ଦର୍ଯ୍ୟ ମନକୁ ବେଶ୍‌ ଛୁଇଁଯାଏ। ଖାସ୍‌ କରି ଏଠାକାର ମହାବଲେଶ୍ୱର ମନ୍ଦିରରେ ପ୍ରଭୁଙ୍କର ଦର୍ଶନ କରି ନୂଆବର୍ଷଟି ଭଲରେ କାଟିବା ପାଇଁ ପ୍ରାର୍ଥନା କଲେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି।

ଗୋଆ: ଗୋଆ ଏମିତି ଏକ ସ୍ଥାନ ଯେଉଁଠାରେ କ୍ରିସ୍‌ମାସ୍‌ ଆଉ ନୂଆବର୍ଷକୁ ବେଶ୍‌ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଥାଏ। ଏହି ବିଶେଷ ଅବସରରେ ଗୋଆର ଚାରିଆଡକୁ ରଙ୍ଗିନ ଆଲୋକମାଳାରେ ଖୁବ୍‌ ସୁନ୍ଦର ଭାବେ ସଜାଯିବା ସହ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ର ଆୟୋଜନ କରାଯାଇଥାଏ। ତା’ସହିତ ଗୋଆ ବିଚ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଝଲକ ବି ଦେଖିବାକୁ ମିଳିଥାଏ, ଯାହା ଏକ ନିଆରା ଅନୁଭୂତି ଦେଇଥାଏ।

ଦିଲ୍ଲୀ: ଏଠାରେ ଅନେକ ଧାର୍ମିକ ସ୍ଥଳ, ଐତିହାସିକ ପର୍ଯ୍ୟଟନସ୍ଥଳୀ ତଥା ବହୁ ପୁରାତନ ସଂଗ୍ରହାଳୟମାନ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାକାର ଲାଲ୍‌କିଲା, କୁତବମିନାର୍‌, ଲୋଟସ୍‌ ଟେମ୍ପୁଲ ତଥା ଇଣ୍ଡିଆ ଗେଟ୍‌ ଇତ୍ୟାଦି ବେଶ୍‌ ଆଖିଦୃଶିଆ ହୋଇଥାଏ। ଏହାକୁ ଦେଖି ଅନେକ ଅଜଣା ତଥ୍ୟ ଜାଣିବା ସହ ପର୍ଯ୍ୟଟକ ଏଠାକାର ସୁସ୍ବାଦୁ ଖାଦ୍ୟର ମଜା ବି ନେଇପାରିବେ। ତା’ସହିତ ନୂଆବର୍ଷ ଅବସରରେ ଦିଲ୍ଲୀରେ ଶପିଂ କରିବାର ନିଆରା ଆନନ୍ଦ ମଧ୍ୟ ଉପଭୋଗ କରିପାରିବେ।

ତେବେ କେବଳ ଏତିକି ସ୍ଥାନ ନୁହେଁ, ପର୍ଯ୍ୟଟକ ଚାହିଁଲେ କେରଳ, ଆଣ୍ଡାମାନ ନିକୋବର ଦ୍ୱୀପ, ବେଙ୍ଗାଲୁରୁ, କସୌଲି, ଲାକ୍ଷାଦ୍ୱୀପ, ମନାଲି ଭଳି ସ୍ଥାନକୁ ବୁଲି ଯାଇ ନିଆରା ଅନୁଭୂତି ନେବା ସହ ନୂଆବର୍ଷକୁ ବେଶ୍‌ ଆନନ୍ଦଉଲ୍ଲାସ ସହକାରେ ପାଳନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?