କୃଷିଋଣ ଆଳରେ ବ୍ୟାଙ୍କ ଦେଉନି ମଜୁରି ଟଙ୍କା

ଜୟପୁର,୧।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଏନ୍‌ଆର୍‌ଇଜିଏସ୍‌) ରେ ମଜୁରୀ ଟଙ୍କା ବାବଦକୁ ଜମା ହୋଇଥିବା ରାଶି ବ୍ୟାଙ୍କଠାରୁ ପାଇପାରୁ ନାହାନ୍ତି ଜଣେ ଶ୍ରମିକ। ତାଙ୍କର କୃଷିଋଣ ରହିଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ   ତାଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ଜୟପୁର ବ୍ଲକ ବାଲିଆ ପଞ୍ଚାୟତ ପଲକାପୁଟ ଗ୍ରାମର ଶ୍ରମିକ ଭଗବାନ ଅନକା ସ୍ଥାନୀୟ କୁନ୍ତରଖାଲ ଗ୍ରାମରେ ଏକ ପୋଖରୀ କାର୍ଯ୍ୟରେ ସମୁଦାୟ ୧୨ ଦିନ କାମ କରିଥିଲେ। ଗତ ୧୦ ତାରିଖ ଦୈନିକ ୧୮୨ ଟଙ୍କା ମଜୁରି ବାବଦକୁ  ଦୁଇଟି ପର୍ଯ୍ୟାୟରେ ମୋଟ ୨୧୮୪ ଟଙ୍କା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାରେ ଥିବା ତାଙ୍କ ଖାତାରେ ଜମା ହୋଇଛି ା ଜମାଖାତାରୁ ସେହି ଟଙ୍କା ଉଠାଇବା ପାଇଁ ମଙ୍ଗଳବାର ଭଗବାନ ବ୍ୟାଙ୍କରେ ପହଞ୍ଚତ୍ଥିଲେ। କିନ୍ତୁ ଦାୟିତ୍ୱରେ ରହିଥିବା ବ୍ୟାଙ୍କ କର୍ମଚାରୀ ତାଙ୍କର ୧୭ ହଜାର ଟଙ୍କା ବ୍ୟାଙ୍କ ଋଣ ରହିଥିବା ଦର୍ଶାଇ ଟଙ୍କା ଉଠାଇପାରିବ ନାହିଁ କହି ଫେରାଇ ଦେଇଥିଲେ ା ଭଗବାନ ବ୍ୟାଙ୍କ କର୍ମଚାରୀଙ୍କୁ ଏହି କଥା ଲିଖିତ ଭାବେ ଦେବାକୁ କହିଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀ ତାହା କରିବାକୁ ମନା କରିବା ସହ ପଞ୍ଚାୟତ କିମ୍ବା ବ୍ଲକ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କହି ଫେରାଇ ଦେଇଥିଲେ। କୃଷି ଋଣ କିମ୍ବା ଅନ୍ୟ ବାବଦରେ କାଳିଆ ଯୋଜନା ଓ ଏମ୍‌ଜିଏନ୍‌ଆରଇଜିଏସ୍‌ର ଟଙ୍କା ବ୍ୟାଙ୍କରେ ପେଣ୍ଡିଂ ରଖାଯାଉ ନ ଥିବା ଭଗବାନ କହିଛନ୍ତି। ଏନେଇ ବାଲିଆ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସନାତନ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଏହିପରି ଶ୍ରମିକଙ୍କ ମଜୁରି ଟଙ୍କା ରଖିବା ନିୟମ ନାହିଁ ା ସମସ୍ୟା କ’ଣ ହୋଇଛି, ସେନେଇ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଆଲୋଚନା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri