କୃଷିଋଣ ଆଳରେ ବ୍ୟାଙ୍କ ଦେଉନି ମଜୁରି ଟଙ୍କା

ଜୟପୁର,୧।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଏନ୍‌ଆର୍‌ଇଜିଏସ୍‌) ରେ ମଜୁରୀ ଟଙ୍କା ବାବଦକୁ ଜମା ହୋଇଥିବା ରାଶି ବ୍ୟାଙ୍କଠାରୁ ପାଇପାରୁ ନାହାନ୍ତି ଜଣେ ଶ୍ରମିକ। ତାଙ୍କର କୃଷିଋଣ ରହିଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ   ତାଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ଜୟପୁର ବ୍ଲକ ବାଲିଆ ପଞ୍ଚାୟତ ପଲକାପୁଟ ଗ୍ରାମର ଶ୍ରମିକ ଭଗବାନ ଅନକା ସ୍ଥାନୀୟ କୁନ୍ତରଖାଲ ଗ୍ରାମରେ ଏକ ପୋଖରୀ କାର୍ଯ୍ୟରେ ସମୁଦାୟ ୧୨ ଦିନ କାମ କରିଥିଲେ। ଗତ ୧୦ ତାରିଖ ଦୈନିକ ୧୮୨ ଟଙ୍କା ମଜୁରି ବାବଦକୁ  ଦୁଇଟି ପର୍ଯ୍ୟାୟରେ ମୋଟ ୨୧୮୪ ଟଙ୍କା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାରେ ଥିବା ତାଙ୍କ ଖାତାରେ ଜମା ହୋଇଛି ା ଜମାଖାତାରୁ ସେହି ଟଙ୍କା ଉଠାଇବା ପାଇଁ ମଙ୍ଗଳବାର ଭଗବାନ ବ୍ୟାଙ୍କରେ ପହଞ୍ଚତ୍ଥିଲେ। କିନ୍ତୁ ଦାୟିତ୍ୱରେ ରହିଥିବା ବ୍ୟାଙ୍କ କର୍ମଚାରୀ ତାଙ୍କର ୧୭ ହଜାର ଟଙ୍କା ବ୍ୟାଙ୍କ ଋଣ ରହିଥିବା ଦର୍ଶାଇ ଟଙ୍କା ଉଠାଇପାରିବ ନାହିଁ କହି ଫେରାଇ ଦେଇଥିଲେ ା ଭଗବାନ ବ୍ୟାଙ୍କ କର୍ମଚାରୀଙ୍କୁ ଏହି କଥା ଲିଖିତ ଭାବେ ଦେବାକୁ କହିଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀ ତାହା କରିବାକୁ ମନା କରିବା ସହ ପଞ୍ଚାୟତ କିମ୍ବା ବ୍ଲକ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କହି ଫେରାଇ ଦେଇଥିଲେ। କୃଷି ଋଣ କିମ୍ବା ଅନ୍ୟ ବାବଦରେ କାଳିଆ ଯୋଜନା ଓ ଏମ୍‌ଜିଏନ୍‌ଆରଇଜିଏସ୍‌ର ଟଙ୍କା ବ୍ୟାଙ୍କରେ ପେଣ୍ଡିଂ ରଖାଯାଉ ନ ଥିବା ଭଗବାନ କହିଛନ୍ତି। ଏନେଇ ବାଲିଆ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସନାତନ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଏହିପରି ଶ୍ରମିକଙ୍କ ମଜୁରି ଟଙ୍କା ରଖିବା ନିୟମ ନାହିଁ ା ସମସ୍ୟା କ’ଣ ହୋଇଛି, ସେନେଇ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଆଲୋଚନା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri