Posted inଫୁରସତ

କୃଷକଙ୍କ ପୁଅ ତିଆରି କଲେ ହେଲିକପ୍ଟର

ରାଜସ୍ଥାନ, ଦୌସାର ବାନ୍ଦିକୁଇ କ୍ଷେତ୍ରସ୍ଥ ଆଭାନେରୀ ଗ୍ରାମପଞ୍ଚାୟତର ଦୁଇହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଚେତରାମ ଗୁଜ୍ଜର। ଅଭାବ ଅନଟନ ଓ ବିଭିନ୍ନ ବିଷମ ପରିସ୍ଥିତିରେ ଥାଇ ବି ସେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ତାହା ହେଉଛି ଏକ ଉଡି ପାରୁଥବା ହେଲିକପ୍ଟର। ଆଇଟିଆଇ ଡିଗ୍ରିଧାରୀ ଚେତରାମ ପଢିବା ସମୟରୁ ହିଁ ହେଲିକପ୍ଟର ତିଆରି କରିବାର ସ୍ବପ୍ନ ଦେଖିଥିଲେ। ସେଥିପାଇଁ ସେ ବିଭିନ୍ନ ଲୁଜ୍‌ ପାର୍ଟସ ଓ ଅଦରକାରୀ ଜିନିଷ ସଂଗ୍ରହ କରିବା ଆରମ୍ଭ କରିଥିଲେ। ସେହି ସାମଗ୍ରୀସବୁରେ ସେ ବହୁ ପରିଶ୍ରମ କରି ଏକର୍ଷ ଭିତରେ ହେଲିକପ୍ଟରଟିଏ ତିଆରି କଲେ। ଚେତରାମ କହନ୍ତି, ତାଙ୍କୁ ଯଦି ଏହାକୁ ଉଡାଇବାର ଅନୁମତି ମିଳନ୍ତା ତେବେ ସେ ଉକ୍ତ ହେଲିକପ୍ଟରକୁ ୨୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଉଡାଇ ଦେଖାଇପାରନ୍ତେ। ହେଲିକପ୍ଟର ତିଆରି କରିବା ପାଇଁ ତାଙ୍କୁ ଦିନରେ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରିବାକୁ ପଡୁଥିଲା। ଆର୍ଥିକ ଅଭାବ ସତ୍ତ୍ୱେ ପୁଅର ସ୍ବପ୍ନ ଓ ପ୍ରଚେଷ୍ଟା ଦେଖି ବାପା ବିଭିନ୍ନ ଆଡୁ ଟଙ୍କା ଯୋଗାଡ଼ କରିଥିଲେ। ହେଲିକପ୍ଟରଟି ସମ୍ପୂର୍ଣ୍ଣ ହେବା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ପ୍ରଥମେ ଏଥିରେ ସେ ମୋଟର ସାଇକେଲର ସିଙ୍ଗଲ ପେଟ୍ରୋଲ ଇଞ୍ଜିନ ଲଗାଇଥିଲେ। ହେଲେ ହେଲିକପ୍ଟର ଉଡି ନ ଥିଲା। ତେଣୁ ଡିଜେଲ ଇଞ୍ଜିନ ଲଗାଇଲେ l ହେଲେ କମ୍ପନ ପାଇଁ ଅସଫଳ ହେଲା। ପରେ ହୋଣ୍ଡା ସିବିଜେଡ୍‌ ବାଇକ୍‌ର ଦୁଇ ଇଞ୍ଜିନ ଲଗାଇବାରୁ ହେଲିକପ୍ଟର ଉଡିପାରିଲା। ଚେତରାମ ଦାବି କରନ୍ତି ଯେ, ଉକ୍ତ ହେଲିକପ୍ଟର ୨୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri