Posted inଫୁରସତ

କୃଷକଙ୍କ ପୁଅ ତିଆରି କଲେ ହେଲିକପ୍ଟର

ରାଜସ୍ଥାନ, ଦୌସାର ବାନ୍ଦିକୁଇ କ୍ଷେତ୍ରସ୍ଥ ଆଭାନେରୀ ଗ୍ରାମପଞ୍ଚାୟତର ଦୁଇହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଚେତରାମ ଗୁଜ୍ଜର। ଅଭାବ ଅନଟନ ଓ ବିଭିନ୍ନ ବିଷମ ପରିସ୍ଥିତିରେ ଥାଇ ବି ସେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ତାହା ହେଉଛି ଏକ ଉଡି ପାରୁଥବା ହେଲିକପ୍ଟର। ଆଇଟିଆଇ ଡିଗ୍ରିଧାରୀ ଚେତରାମ ପଢିବା ସମୟରୁ ହିଁ ହେଲିକପ୍ଟର ତିଆରି କରିବାର ସ୍ବପ୍ନ ଦେଖିଥିଲେ। ସେଥିପାଇଁ ସେ ବିଭିନ୍ନ ଲୁଜ୍‌ ପାର୍ଟସ ଓ ଅଦରକାରୀ ଜିନିଷ ସଂଗ୍ରହ କରିବା ଆରମ୍ଭ କରିଥିଲେ। ସେହି ସାମଗ୍ରୀସବୁରେ ସେ ବହୁ ପରିଶ୍ରମ କରି ଏକର୍ଷ ଭିତରେ ହେଲିକପ୍ଟରଟିଏ ତିଆରି କଲେ। ଚେତରାମ କହନ୍ତି, ତାଙ୍କୁ ଯଦି ଏହାକୁ ଉଡାଇବାର ଅନୁମତି ମିଳନ୍ତା ତେବେ ସେ ଉକ୍ତ ହେଲିକପ୍ଟରକୁ ୨୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଉଡାଇ ଦେଖାଇପାରନ୍ତେ। ହେଲିକପ୍ଟର ତିଆରି କରିବା ପାଇଁ ତାଙ୍କୁ ଦିନରେ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରିବାକୁ ପଡୁଥିଲା। ଆର୍ଥିକ ଅଭାବ ସତ୍ତ୍ୱେ ପୁଅର ସ୍ବପ୍ନ ଓ ପ୍ରଚେଷ୍ଟା ଦେଖି ବାପା ବିଭିନ୍ନ ଆଡୁ ଟଙ୍କା ଯୋଗାଡ଼ କରିଥିଲେ। ହେଲିକପ୍ଟରଟି ସମ୍ପୂର୍ଣ୍ଣ ହେବା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ପ୍ରଥମେ ଏଥିରେ ସେ ମୋଟର ସାଇକେଲର ସିଙ୍ଗଲ ପେଟ୍ରୋଲ ଇଞ୍ଜିନ ଲଗାଇଥିଲେ। ହେଲେ ହେଲିକପ୍ଟର ଉଡି ନ ଥିଲା। ତେଣୁ ଡିଜେଲ ଇଞ୍ଜିନ ଲଗାଇଲେ l ହେଲେ କମ୍ପନ ପାଇଁ ଅସଫଳ ହେଲା। ପରେ ହୋଣ୍ଡା ସିବିଜେଡ୍‌ ବାଇକ୍‌ର ଦୁଇ ଇଞ୍ଜିନ ଲଗାଇବାରୁ ହେଲିକପ୍ଟର ଉଡିପାରିଲା। ଚେତରାମ ଦାବି କରନ୍ତି ଯେ, ଉକ୍ତ ହେଲିକପ୍ଟର ୨୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri