କୂଳ ଖାଉଛି ଦୁଇମୁହାଣୀ

କୁଆମରା,୧୧।୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହ୍ଲୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ ହୋଇ ଗୋଟିଏ ନଦୀରେ ପରିଣତ ହୋଇଥିବାରୁ ତାହା ଦୁଇମୁହାଣୀ ନାମରେ ନାମିତ ହୋଇଛି। ଉକ୍ତ ନଦୀର ୫ଶହ ମିଟର ଦୂର ପଶ୍ଚିମକୁ ଦୁଇଟି ଗ୍ରାମ ରହିଛି। ଦକ୍ଷିଣ ପାର୍ଶ୍ୱରେ କୁଆମରା ପଞ୍ଚାୟତର କସିବଣୀ ଗାଁ ଓ ଉତ୍ତର ପାର୍ଶ୍ୱରେ ପଶୁଦା ପଞ୍ଚାୟତର ଭୋଳପଦା ଗ୍ରାମ। ବାରମ୍ବାର ଏଠାରେ ନଦୀକୂଳ ଖାଉଥିବାରୁ ଆଖପାଖରେ ଥିବା ଗ୍ର୍ରାମ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ।
ଗତ ଫାଇଲିନ୍‌ ସମୟରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ପାଖାପାଖି ୨ଶହ ମିଟର ନଦୀକୂଳ ଅତଡ଼ା ଧସି କସିବଣି ଗ୍ରାମର ୩ଟି ଓ ଭୋଳପଦା ଗ୍ରାମର ୫ଟି ପରିବାରର ଘର ନଦୀଗର୍ଭରେ ଲୀନ ହୋଇଯାଇଥିଲା। ନଦୀକୁ ଲାଗିଥିବା ଚାଷଜମିଗୁଡିକ ନଦୀଗର୍ଭକୁ ଯିବା ସହ ତଳ ପାର୍ଶ୍ୱ ଜମି ବାଲିଚର ହୋଇ ପଡ଼ିଛି। ଫଳରେ ସେହି ସ୍ଥାନ ଆଉ ଚାଷ ଉପଯୋଗୀ ହୋଇପାରୁନାହିଁ। ବନ୍ୟା କଥା ଶୁଣିଲେ ଲୋକେ ଭୟରେ କାଳାତିପାତ କରୁଛନ୍ତି। ବନ୍ୟା ଆସିଲେ ପ୍ରତି ବର୍ଷ କିଛି ନା କିଛି କ୍ଷୟକ୍ଷତି ଘଟିବା ସହ ଚାଷ ଜମି ଓ ଘର ସମ୍ପୂର୍ଣ୍ଣ ନଦୀଗର୍ଭକୁ ଚାଲିଯାଉଛି। ଫାଇଲିନ୍‌ ପରଠାରୁ ବଡ଼ ବର୍ଷା କିମ୍ବା ବନ୍ୟା ହେଲେ ଲୋକେ ଗାଁଗଣ୍ଡା ଛାଡ଼ି ଉପରମୁଣ୍ଡକୁ ପଳାଇଯାଆନ୍ତି। ନଦୀକୂଳ କ୍ଷୟ ହେବାର ମୁଖ୍ୟ କାରଣ ହେଉଛି ନଦୀ ଦୁଇ ପାର୍ଶ୍ୱରେ ବେଆଇନ ଇଟାଭାଟି। ପ୍ରତିବର୍ଷ ଇଟାଭାଟି ମାଲିକମାନେ ନଦୀ କୂଳରେ ମାଟି ତାଡ଼ି ଇଟା ଭାଟି କରିବା ଫଳରେ ମୃତ୍ତିକା କ୍ଷୟ ହେବା ସହ ସହଜରେ ନଦୀକୂଳ ଖାଉଛି। ଗ୍ରାମ ଓ ଚାଷ ଜମିର ସୁରକ୍ଷା ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ନଦୀର ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ଓ ଆଡ଼ିବନ୍ଧ ନିର୍ମାଣ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ। ପ୍ରତିବର୍ଷ ବନ୍ୟାରେ ଯେପରି କ୍ଷତି ଘଟୁଛି, ତାହାକୁ ଲକ୍ଷ୍ୟ କଲେ ଆଗାମୀ ୧୦ବର୍ଷ ମଧ୍ୟରେ ଦୁଇଟି ଯାକ ଗ୍ରାମ ସମ୍ପୂର୍ଣ୍ଣ ନଦୀଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଦୁଇଟି ଗାଁର ମୋଟ ୪୬ ପରିବାର ଆଦିବାସୀ ସମ୍ପ୍ରଦାୟର ଓ ଗରିବ ଶ୍ରେଣୀର ହୋଇଥିବାରୁ ନବେ ପ୍ରତିଶତ ବାସଗୃହ ଝାଟିମାଟିରେ ତିଆରି। ତେଣୁ ଧନଜୀବନ ସୁରକ୍ଷା ନିମନ୍ତେ ସମସ୍ତ ପରିବାରକୁ ସରକାରଙ୍କ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବି ହେଉଛି। ଏହାସହିତ ନଦୀର ଦୁଇ ପାର୍ଶ୍ୱ ପଥର ପ୍ୟାକିଂ ପାଇଁ ମଧ୍ୟ ଦାବି କରାଯାଇଛି। ଏନେଇ ସ୍ଥାନୀୟ କୁଆମରା ସରପଞ୍ଚ କୁହନ୍ତି ପଥର ପ୍ୟାକିଂ ଓ ଆଡ଼ିବନ୍ଧ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗକୁ ଚିଠି ଲେଖାଯାଇଛି। ପଞ୍ଚାୟତ ସମିତି ବୈଠକରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଜଳସମ୍ପଦ ବିଭାଗ ବାରିପଦା ସେକ୍ସନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସିଂଙ୍କୁ ଏସଂକ୍ରାନ୍ତରେ ପଚାରିବାରୁ ପଥର ପ୍ୟାକିଂ ପାଇଁ ଟେଣ୍ଡର ହୋଇସାରିଛି। ବର୍ତ୍ତମାନ ବର୍ଷା ଦିନ ଯୋଗୁ ରାସ୍ତା ଖରାପ ପାଇଁ ସେଠାକୁ ଗାଡ଼ି ଯାଇ ପାରୁନାହିଁ। ଖୁବ୍‌ ଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଓଡ଼ିଶାର ଏହି ଜିଲାରେ ମିଳିଲା ଦେଢ଼ ଟନ୍ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ

ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri