କୁଶଭଦ୍ରା ଗଣ୍ଡରେ ବୁଡ଼ିଗଲେ ୩ କଲେଜ ଛାତ୍ର: ନିମାପଡ଼ାରେ ପ୍ରବଳ ଉତ୍ତେଜନା, ରାସ୍ତାରୋକୋ

ନିମାପଡ଼ା,୧୭।୪(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀର ଧୀରପୁର ବାଲିଘାଟ ଗଣ୍ଡରେ ଗାଧୋଉଥିବାବେଳେ ୩ଜଣ କଲେଜ ଛାତ୍ର ବୁଡି ଯାଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଛି ଏହି ଘଟଣା। ବୁଡି ଯାଇଥିବା ଛାତ୍ରମାନେହେଲେ ସ୍ଥାନୀୟ ଶ୍ୟାମସୁନ୍ଦରପୁରର ଜ୍ୟୋତିରଞ୍ଜନ ସାହୁ (୨୧), ବଳଙ୍ଗା ନିନିଗାଁର କମଳ ଲୋଚନ ଜେନା(୧୬) ଓ ପୁରୀ ସହରର ତେଜେଶ୍ୱର ମହାନ୍ତି(୨୦)। ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରି ଲୋକଙ୍କ ସହାୟତାରେ ତିନି ମୃତଦେହକୁ ଉଦ୍ଧାର କରିଥିଲେ। ଜ୍ୟୋତିରଞ୍ଜନ ନିମାପଡ଼ାସ୍ଥିତ ସ୍ବାଧୀନ ରେସିଡେନ୍ସିଆଲ କଲେଜର ଯୁକ୍ତ୩ର ଛାତ୍ର। ତେଜେଶ୍ୱର ନିମାପଡ଼ା କଲେଜର ଯୁକ୍ତ୩ ଶେଷବର୍ଷ ବାଣିଜ୍ୟ ଛାତ୍ର ହୋଇଥିବାବେଳେ ସେ ମେସ୍‌ରେ ରହି ପାଠ ପଢ଼ୁଥିଲେ। ସେହିଭଳି କମଳଲୋଚନ ନିମାପଡ଼ା ଡିଏଭି ସ୍କୁଲ୍‌ରେ ପଢ଼ିବା ସହ ଶ୍ୟାମସୁନ୍ଦରପୁରଠାରେ ଘରଭଡ଼ା ନେଇ ପରିବାର ସହ ରୁହନ୍ତି। ସେ ଚିଳତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, ମଙ୍ଗଳବାର ପ୍ରବଳ ଗରମ ହୋଇଥିଲା। ଜ୍ୟୋତିରଞ୍ଜନ, ତେଜେଶ୍ୱର ଓ କମଳ ଲୋଚନ ଅପରାହ୍ନ ପ୍ରାୟ ୩ଟାରେ ଗାଧୋଇବାକୁ ଧୀରପୁର ବାଲିଘାଟ ଗଣ୍ଡକୁ ଯାଇଥିଲେ। ଗାଧୋଉଥିବାବେଳେ ସେମାନଙ୍କର ଗୋଡ଼ ଖସି ଯିବାରୁ ଜଣଙ୍କ ପରେ ଜଣେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଚିତ୍କାର ଶୁଣି ଗୁହାଳପଡ଼ା ଗ୍ରାମର ସୁଜିତ କୁମାର ତ୍ରିପାଠୀ ଓ ଅନ୍ୟ କେତେଜଣ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ମାତ୍ର ପହଞ୍ଚତ୍ବାବେଳକୁ ତିନିଜଣ ପାଣିରେ ବୁଡି ଯାଇଥିଲେ। ସେମାନେ ପାଟିକରି ଅନ୍ୟମାନଙ୍କୁ ଡାକିବା ସହ ବୁଡିଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଗଣ୍ଡରେ ପାଣି ଅଧିକ ଥିବାରୁ ତାହା ସମ୍ଭବ ହୋଇ ନ ଥିଲା। ଖବର ପ୍ରଚାରିତ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଉକ୍ତ ଗଣ୍ଡରେ ୪୦ଫୁଟରୁ ଅଧିକ ଗଭୀରର ପାଣି ରହିଛି। ତେଣୁ ଲୋକେ ନଦୀ କୂଳରେ ରହି ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିମାପଡ଼ା ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ବା ପରେ ଲୋକଙ୍କ ସହାୟତାରେ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କାହାକୁ ଠାବ କରିପାରି ନ ଥିଲେ। ଗୋପ ଥାନା ଅନ୍ତର୍ଗତ ବେଣିପୁର ଗ୍ରାମର ଜଣେ ବୁଡାଳି ଆନନ୍ଦ ସେଠୀ ଓରଫ କମନା ପହଞ୍ଚତ୍ ଉଦ୍ଧାର କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ବହୁ ସମୟ ପରେ ସେ ଗଭୀର ପାଣିରେ ବୁଡି ତେଜେଶ୍ୱରଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। ପରେ ଅଗ୍ନିଶମ ବାହିନୀ ତାଙ୍କୁ ନିମାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଓଡ୍ରାଫ ଟିମ୍‌ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରାତି ପ୍ରାୟ ୧୦ଟାରେ କମଳଲୋଚନ ଓ ସାଢ଼େ ୧୦ଟାରେ ଜ୍ୟୋତିରଞ୍ଜନଙ୍କୁ ଠାବ କରାଯିବା ପରେ ଆମ୍ବୁଲାନ୍ସରେ ତାଙ୍କୁ ନିମାପଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକ ଡାକ୍ତରଖାନାରେ ପହଞ୍ଚତ୍ ହୋହଲ୍ଲା କରିବରୁ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡ଼ି ଦେଇ ନ ଥିଲେ। ବେଆଇନ ବାଲିଘାଟ ବନ୍ଦ ପାଇଁ ଦାବି କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିମାପଡ଼ା ଏସ୍‌ଡିପିଓ ଶରତ ମିଶ୍ର ଓ ଆଇଆଇସି ଜନାର୍ଦ୍ଦନ ପାଢ଼ୀ ଫୋର୍ସ ସହ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।
ଏହି ଘଟଣାକୁ ନେଇ ନିମାପଡ଼ା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳ ନଦୀପଠା, ଶ୍ୟାମସୁନ୍ଦରପୁର ଓ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଲାଗି ରହିଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଉତ୍ତେଜନା

ବାଣପୁର, ୨୦।୫(ଦିଲ୍ଲୀପ କୁମାର ସ୍ବାଇଁ): ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

କ୍ୟାବିନେଟ୍‌ ବୈଠକ, ୭ ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର,୨୦।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ବଲାଙ୍ଗୀରରେ ହୋଟେଲ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଟାଉନ ଥାନା ପୋଲିସ…

ବଲାଙ୍ଗୀର,୨୦।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଅଭାବନୀୟ ଘଟଣା । ସହର ମୁଖ୍ୟ ରାସ୍ତା କଡ଼ରେ ଥିବା ହୋଟେଲରୁ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ, କଳାହାଣ୍ଡିରେ ଔଷଧ ଦୋକାନ ବନ୍ଦ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଅନଲାଇନ୍‌ରେ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଭିନ୍ନ ଦାବି ନେଇ ବୁଧବାର ସାରା ଭାରତବର୍ଷରେ ଔଷଧ ଦୋକାନ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri