କୁଜଙ୍ଗ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ନୋଟିସ୍‌

କଟକ ଅଫିସ୍‌,୯ା୪: ଆଇନ୍‌ଜୀବୀଙ୍କୁ ଆର୍ଥତ୍କ ସହାୟତା ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ଅଭିଯୋଗ। ହ୍ବାଟସ୍‌ଆପ୍‌ରେ ଏଭଳି ତଥ୍ୟ ପଠାଇ ଫସିଛନ୍ତି କୁଜଙ୍ଗ ଓକିଲ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବେହେରା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ କୈଳାସ ଚନ୍ଦ୍ର ମହାପାତ୍ର। ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ତରଫରୁ ଏନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ପରିଷଦର ସମ୍ପାଦକ ଜେ.କେ. ସାମନ୍ତସିଂହାରଙ୍କଠାରୁ ମିଳିଥିବା ସୂଚନାଅନୁଯାୟୀ, ପରିଷଦର ସ୍ବତନ୍ତ୍ର କମିଟିର ବୈଠକ ଗତ ୧ତାରିଖରେ ଅନୁଷ୍ଠିତ ହୋଇଥିଲା। କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ଆଇନ୍‌ଜୀବୀମାନେ ଆର୍ଥିକ କ୍ଷତି ସହୁଛନ୍ତି। ଏଣୁ ଆବଶ୍ୟକ କରୁଥିବା ଆଇନ୍‌ଜୀବୀ(୧୦ବର୍ଷରୁ କମ୍‌)ଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ଏହି କମିଟି ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଆଇନ୍‌ଜୀବୀଙ୍କୁ ସମ୍ପୃକ୍ତ ଓକିଲ ସଂଘର ସଭାପତି କିମ୍ବା ସମ୍ପାଦକଙ୍କ ପାଖରେ ଆବେଦନ ଏବଂ ଯାଞ୍ଚ କରାଇବାକୁ ହେବ। ତେବେ ବର୍ତ୍ତମାନ ସୁଦ୍ଧା ପରିଷଦ ତରଫରୁ ଆର୍ଥିକ ସହାୟତା ରାଶୀ ନେଇ କୌଣସି ପ୍ରକାର ଘୋଷଣା କରାଯାଇ ନାହିଁ। କିନ୍ତୁ ପରିଷଦ ନାମରେ କେତେକ ହ୍ବାଟ୍‌ସଆପ୍‌ ମେସେଜ୍‌ ପଠାଯାଉଥିବା ନଜରକୁ ଆସିଥିଲା, ଯେଉଁଥିରେ ଆଇନ୍‌ଜୀବୀଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶୀ/ଋଣ ପ୍ରଦାନ ସମ୍ପର୍କରେ ଉଲ୍ଲେଖ ରହିଥିଲା। ଏହି ମେସେଜ୍‌କୁ କୁଜଙ୍ଗ ଓକିଲ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବେହେରା ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ କୈଳାସ ଚନ୍ଦ୍ର ମହାପାତ୍ର ପଠାଇଥିବା ତଥ୍ୟ ହସ୍ତଗତ ହୋଇଥିଲା। ଏକ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ଭାବେ କର୍ତ୍ତବ୍ୟରେ ଅଧିକ ଯତ୍ନଶୀଳ ହେବା ପରିବର୍ତ୍ତେ ଏଭଳି ମେସେଜ୍‌ ପଠାଇ ଆଇନଜୀବୀଙ୍କୁ ବିଭ୍ରାନ୍ତ ପାଇଁ ଉଦ୍ୟମ କରାଯାଇଛି। ପରିଷଦ ନିଷ୍ପତ୍ତିର ମଧ୍ୟ ଅବମାନନା ହୋଇଛି। ଏହା ଆଡଭୋକ୍ଟେସ ଆକ୍ଟର ଧାରା ୩୫ର ଉଲ୍ଲଂଘନ। ଏଣୁ ସାଧାରଣ ସମ୍ପାଦକ ବେହେରା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦର ସମ୍ପାଦକ ସାମନ୍ତସିଂହାର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri