କୁକୁର ଓ ମାଲିକ ଭିତରେ ସାଦୃଶ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଅଧିକାଂଶ ଲୋକ ଯେଉଁ ଜାତିର କୁକୁର ପାଳିବାକୁ ବାଛିଥାନ୍ତି, ସେହି କୁକୁରଙ୍କ ସହ ସେମାନଙ୍କର କିଛି ଶାରୀରିକ ସାଦୃଶ୍ୟ ଥିବା ପରି ମନେହୁଏ। ହାଇ ହିଲ୍‌ ପିନ୍ଧା କବରୀ ବନ୍ଧା ମହିଳାମାନେ ଲମ୍ବା ଗୋଡ଼ ଥିବା ଓ ଉଚ୍ଚା ପାହୁଣ୍ଡ ପକାଉଥିବା କୁକୁରଙ୍କୁ ପସନ୍ଦ କରିଥାନ୍ତି। ଅତି ମୋଟା ଲୋକମାନେ ପୁଚୁକା ଗାଲ ବିଶିଷ୍ଟ କୁକୁରଙ୍କୁ ପସନ୍ଦ କରିଥାନ୍ତି। ଯେଉଁମାନଙ୍କ ମୁଣ୍ଡର କେଶ ବହଳିଆ ଓ ଆଲୁରା ସେମାନେ ଆଲୁରା ଲମ୍ବା ଲୋମ ବିଶିଷ୍ଟ କୁକୁରଙ୍କୁ ବାଛିଥାନ୍ତି। ଜାପାନର କ୍ୱାନ୍‌ସେଇ ଗାକୁଇନ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌ ସଦାହିକୋ ନାକାଜିମା କୁକୁର ଓ ତାଙ୍କ ମାଲିକଙ୍କ ଭିତରେ ଥିବା ସାଦୃଶ୍ୟ ଉପରେ ଗବେଷଣା କରି ତାହାର କାରଣ ବିଷୟରେ ଉଲ୍ଲେଖ କରିଛନ୍ତି।
୨୦୦୯ରେ ନାକାଜିମା ଦର୍ଶାଇଲେ ଲୋକମାନେ କିପରି କେବଳ ଫଟୋଗ୍ରାଫ୍‌ରେ କୁକୁର ଓ ମାଲିକମାନଙ୍କ ମୁହଁକୁ ଦେଖି କେଉଁ କୁକୁରର ମାଲିକ କିଏ ତାହା ଚିହ୍ନଟ କରିପାରିଥିଲେ। ଅନେକ ଗବେଷଣା ମଧ୍ୟରେ ଏହା ଏକ ଗବେଷଣା ଯାହା କୁକୁର ଓ ମାଲିକମାନଙ୍କ ଭିତରେ ଶାରୀରିକ ସାଦୃଶ୍ୟ ଥିବା ନେଇ ରହିଥିବା ଲୋକବିଶ୍ୱାସକୁ ସୁଦୃଢ଼ କରିଛି। ଏହାର କାରଣ ଜାଣିବା ପାଇଁ ନାକାଜିମା ଆଉ ଏକ ଗବେଷଣା କରିଥିଲେ, ଯାହାର ଫଳାଫଳ ଆନ୍ଥ୍ରୋଜୁଜ୍‌ ପତ୍ରିକାରେ ପ୍ରକାଶ ପାଇଛି। ଏହାର କାରଣ ଆଖିରେ ହିଁ ରହିଛି ବୋଲି ସେ ପ୍ରକାଶ କରିଥିଲେ।
ନାକାଜିମା ୫୦୦ ଲୋକଙ୍କୁ ଦୁଇଟି ସେଟ୍‌ ଫଟୋଗ୍ରାଫ୍‌ ଦେଖାଇଲେ। ଗୋଟିଏ ସେଟ୍‌ରେ ପ୍ରକୃତ କୁକୁର-ମାଲିକ ଯୋଡ଼ିଙ୍କୁ ଦେଖାଯାଇଥିବା ବେଳେ ଅନ୍ୟ ସେଟ୍‌ରେ ଯାଦୃଚ୍ଛିକ ଯୋଡ଼ିଙ୍କୁ ଦେଖାଯାଇଥିଲା। ଅଂଶଗ୍ରହଣକାରୀମାନଙ୍କୁ ୫ଟି ସେଟ୍‌ ଛବି ଦେଖାଯାଇଥିଲା, ଯେଉଁଥିରେ ଭିନ୍ନ ଭିନ୍ନ ଅଙ୍ଗ ଯଥା ଆଖି, ପାଟି ଆଦି ଅସ୍ପଷ୍ଟ କରି ପ୍ରଦର୍ଶନ କରାଯାଇ ଥିଲା କିନ୍ତୁ ସବୁଥିରେ କୁକୁର ଓ ମାଲିକମାନଙ୍କ ମୁହଁ ସ୍ପଷ୍ଟ ପ୍ରଦର୍ଶନ କରାଯାଇଥିଲା। ତା’ପରେ ସେମାନଙ୍କୁ କେଉଁ ସେଟ୍‌ରେ କୁକୁର ଓ ତାଙ୍କ ପ୍ରକୃତ ମାଲିକ ଅଛନ୍ତି ତାହା ଦର୍ଶାଇବାକୁ କୁହାଯାଇଥିଲା। ୮୦ ପ୍ରତିଶତ ଅଂଶଗ୍ରହଣକାରୀ ପ୍ରକୃତ ଯୋଡ଼ିକୁ ଚିହ୍ନାଇବାରେ ସଫଳ ହୋଇଥିଲେ। ଯେଉଁ ଛବିରେ ମାଲିକଙ୍କ ପାଟିକୁ ଅସ୍ପଷ୍ଟ କରାଯାଇଥିଲା, ସେ କ୍ଷେତ୍ରରେ ଅଂଶଗ୍ରହଣକାରୀମାନେ ୭୩ ପ୍ରତିଶତ ଯୋଡ଼ିକୁ ଚିହ୍ନାଇବାରେ ସଫଳ ହୋଇଥିଲେ। କିନ୍ତୁ ଯେଉଁ ଛବିରେ ମାଲିକ ବା କୁକୁରଙ୍କ ଆଖିକୁ ଅସ୍ପଷ୍ଟ କରାଯାଇଥିଲା, ସେ କ୍ଷେତ୍ରରେ କେହି ବି ଠିକ୍‌ ଯୋଡ଼ିକୁ ଚିହ୍ନଟ କରିପାରି ନ ଥିଲେ। ସେମାନେ କେବଳ ଯାଦୃଚ୍ଛିକ ଅନୁମାନ କରିଥିଲେ ମାତ୍ର। ଯେଉଁ କ୍ଷେତ୍ରରେ ଉଭୟଙ୍କ ଆଖିକୁ ସ୍ପଷ୍ଟ ଦେଖାଯାଇଥିଲା, ସେ କ୍ଷେତ୍ରରେ ୭୪ ପ୍ରତିଶତ ଅନୁମାନ ନିର୍ଭୁଲ ହୋଇଥିଲା। ଏଥିରୁ ଏହି ନିଷ୍କର୍ଷ ମିଳିଲା ଯେ, ଲୋକମାନେ ନିଜ ସହ ବିଶେଷତଃ ନିଜର ଅଖି ସହ ସାଦୃଶ୍ୟ ଥିବା କୁକୁରଙ୍କୁ ହିଁ ବାଛିଥାନ୍ତି। ଏହା ପଛରେ ମନସ୍ତାତ୍ତ୍ୱିକ କାରଣ ରହିଛି। ଏହାକୁ କୁହାଯାଏ ‘ଫ୍ୟାମିଲିଆରିଟି’ ବା ପ୍ରଯୌକ୍ତିକ ପରିଭାଷା ଅନୁସାରେ ‘ମିୟର ଏକ୍ସପୋଜିଓର ଇଫେକ୍ଟ’। ଏହି କାରଣରୁ ଆମେ ନିର୍ଦ୍ଦିଷ୍ଟ ଲେଖକଙ୍କ ପୁସ୍ତକ ଓ ନିର୍ଦ୍ଦିଷ୍ଟ ପୁରୁଣା ଗୀତକୁ ପସନ୍ଦ କରିଥାଉ। ଏହି କାରଣରୁ ଆମେ ଅଭିନେତାଙ୍କୁ ଭୋଟ ଦେଉ ଏବଂ ଦକ୍ଷତା ଥାଉ ବା ନ ଥାଉ ଜଣାଶୁଣା ଲୋକଙ୍କ ପତ୍ନୀ/ପିଲାମାନଙ୍କୁ ଭୋଟ ଦେଉ। ଏକା କାରଣରୁ ମିଛ ଖବରର ଏତେ କାଟତି, ଯାହା କିଛି ସପ୍ତାହ ବ୍ୟବଧାନରେ ବାରମ୍ବାର ପ୍ରକାଶ ପାଏ। କାରଣ ଏହା ଆମ କଳ୍ପନାରେ ଆସ୍ଥାନ ଜମାଇଥାଏ ଏବଂ ଆମେ ତା’ ସହ ପରିଚିତ। ଆମେ ନିଜ ମୁହଁ ସହ ପରିଚିତ। ଯାହା ଆମ ମୁହଁ ପରି ଦେଖାଯାଏ, ତାହା ଆମ ଭିତରେ ଏକ ଉଷ୍ମ ପ୍ରତିକ୍ରିୟା ସୃଷ୍ଟି କରେ।
ଡ. ଷ୍ଟାନ୍‌ଲି କୋରେନ୍‌ଙ୍କ ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରେ ୧୦୪ ଜଣ ମହିଳାଙ୍କୁ ଚାରିଟି ଭିନ୍ନ ପ୍ରଜାତିର କୁକୁରଙ୍କ ମୁଣ୍ଡ ଦେଖିବାକୁ କୁହାଗଲା। ସେହି ପ୍ରଜାତିଗୁଡ଼ିକ ହେଉଛି ଇଂଲିଶ୍‌ ସ୍ପ୍ରିଞ୍ଜର ସ୍ପାନିଏଲ୍‌, ବିଗଲ, ସାଇବେରିଆନ୍‌ ହସ୍କି ଓ ବାସେଞ୍ଜି। ଉକ୍ତ ମହିଳାମାନେ ସେମାନଙ୍କର ଚାହାଣି, ବନ୍ଧୁଭାବାପନ୍ନତା, ଆନୁଗତ୍ୟ ଓ ବୁଦ୍ଧିମତ୍ତା ଭିତ୍ତିରେ ମୂଲ୍ୟାୟନ କଲେ। ଉକ୍ତ ମହିଳାମାନଙ୍କୁ ମଧ୍ୟ କାନକୁ ଘୋଡ଼ାଉଥିବା ଲମ୍ବା କେଶ ଷ୍ଟାଇଲ ଓ କାନକୁ ଖେଲା ରଖୁଥିବା ଛୋଟ ଓ ପଛକୁ କୁଣ୍ଡା ହୋଇଥିବା ବା ବନ୍ଧା ହୋଇଥିବା କେଶ ଷ୍ଟାଇଲ ଭିତ୍ତିରେ ବିଭକ୍ତ କରାଯାଇଥିଲା। ବଡ଼ କେଶ ଦ୍ୱାରା କାନକୁ ଲୁଚାଇଥିବା ମହିଳାମାନେ ଲମ୍ବା କାନବାଲା ବିଗଲ ଓ ସ୍ପାନିଏଲ କୁକୁରଙ୍କୁ ପସନ୍ଦ କଲେ। ଛୋଟ ଚୁଟି ଓ ଖୋଲା କାନବାଲା ମହିଳାମାନେ କାନକୁ ଠିଆ କରିଥିବା ସାଇବେରିଆନ ଓ ବାସେଞ୍ଜି କୁକୁରଙ୍କୁ ପସନ୍ଦ କଲେ।
ନିକଟରେ ମିଶିଗାନ୍‌ ଷ୍ଟେଟ୍‌ ୟୁନିଭର୍ସିଟିରେ ସାମାଜିକ ମନସ୍ତତ୍ତ୍ୱବିତ୍‌ଙ୍କ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ କୁକୁର ଓ ତାଙ୍କ ମାଲିକମାନଙ୍କ ବ୍ୟକ୍ତିତ୍ୱରେ ବି ସାଦୃଶ୍ୟ ଥାଏ। ବ୍ୟକ୍ତିତ୍ୱର ତୁଳନା ପାଇଁ ମାନକ ମାଗଦର୍ଶିକା ହେଉଛି: ଆବେଗିକ ସ୍ଥିରତା- ଯେଉଁ ଲୋକ ଅତିଶୟ ଭାବପ୍ରବଣ ଓ ଭୟାଳୁ ବା ସୁରକ୍ଷିତ ଓ ଅତିବିଶ୍ୱାସୀ। ଏକ୍ଟ୍ରାଭର୍ସନ- ଏହି ଲୋକମାନେ ବାହାରେ ବୁଲାବୁଲି କରନ୍ତି ଓ ମେଳାପି ବା ଏକୁଟିଆ ରହିବାକୁ ଭଲପାଆନ୍ତି ଓ ଗମ୍ଭୀର। ଏଗ୍ରିଏବ୍‌ଲନେସ୍‌- ଏହି ଲୋକମାନେ କଠିନ ପରିଶ୍ରମୀ, ଦକ୍ଷ ଓ ସଂଗଠିତ ବା ଆରାମପ୍ରିୟ, ଅଳସୁଆ ଓ ବେଖାତିର। ଓପନ୍‌ନେସ୍‌- ଏହି ଲୋକ ଉଦ୍ଭାବନଶୀଳ ଓ କୌତୂହଳୀ ବା ସଙ୍ଗତିଶୀଳ ଓ ସତର୍କ। ଯେତେବେଳେ ବିଭିନ୍ନ ବ୍ୟକ୍ତିତ୍ୱସମ୍ପନ୍ନ ଲୋକମାନଙ୍କୁ ବିଭିନ୍ନ ରକମର କୁକୁରଙ୍କ ମଧ୍ୟରୁ ଗୋଟିକୁ ବାଛିବାକୁ କୁହାଗଲା, ସେମାନେ ଅଧିକାଂଶ କ୍ଷେତ୍ରରେ ନିଜ ବ୍ୟକ୍ତିତ୍ୱର ସାଦୃଶ୍ୟ ଥିବା କୁକୁରଙ୍କୁ ହିଁ ବାଛିବାର ଦେଖାଗଲା। ଏହା ପୂର୍ବରୁ ସେହି ଲୋକ ଓ କୁକୁରମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ଭିତ୍ତିରେ ବୈଜ୍ଞାନିକ ପଦ୍ଧତିରେ ବର୍ଗୀକରଣ କରାଯାଇଥିଲା।
ତେବେ ଏହିସବୁ ସାଦୃଶ୍ୟ କାହିଁକି ଦେଖାଯାଏ? ସମ୍ଭବତଃ ମାଲିକମାନେ ନିଜର ସାଦୃଶ୍ୟ ଥିବା କୁକୁରଙ୍କୁ ହିଁ ପୋଷା କୁକୁର ଭାବେ ବାଛିଥାନ୍ତି। ଏପରି ବି ହୋଇପାରେ ନିଜର ପୋଷା କୁକୁର ସହ ଦୈନନ୍ଦିନ ଭାବର ଆଦାନପ୍ରଦାନ ଅବସରରେ ଆମେ ସେମାନଙ୍କ ବ୍ୟକ୍ତିତ୍ୱ ଗଠନ କରିଥାଉ। ଅବଶ୍ୟ ଏହା ଏକ ଜଟିଳ ପ୍ରସଙ୍ଗ। ବନ୍ଧୁଭାବାପନ୍ନ ଲୋକମାନେ ବନ୍ଧୁଭାବାପନ୍ନ କୁକୁରଙ୍କୁ ବାଛିଥାନ୍ତି କି? କିମ୍ବା ବନ୍ଧୁଭାବାପନ୍ନ ଲୋକମାନେ ନିଜର ପୋଷା କୁକୁରକୁ ଏପରି ପାଳିଥାନ୍ତି ଯେ ସେ ଅଧିକ ସାମାଜିକ ବା ମେଳାପି ହୋଇଯାଏ? ଡ. ଷ୍ଟାନଲି କୋରେନଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରଥମଟିରେ ଅଧିକ ସତ୍ୟତା ରହିଛି। କିନ୍ତୁ ଉଭୟେ ଉଭୟଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଊଣାଅଧିକେ ପ୍ରଭାବିତ ହୋଇଥାନ୍ତି। କୁକୁରମାନଙ୍କ ବ୍ୟକ୍ତିତ୍ୱ ତାଙ୍କ ମାଲିକ, ମାଲିକଙ୍କ ପରିବାର ଓ ପରିବେଶ ଦ୍ୱାରା ପ୍ରଭାବିତ ହୋଇଥାଏ। ଯଦି ଆପଣ ରାସ୍ତାକଡ଼ରୁ ଆଣି ଗୋଟିଏ କୁକୁରଛୁଆ ପାଳିଥାନ୍ତି, ତେବେ ଆପଣ ତା’ର ବ୍ୟକ୍ତିତ୍ୱକୁ ନିଜ ଢଙ୍ଗରେ ସୁଗଠିତ କରିପାରିବେ। ପୋଷଣ (ନର୍ଚର) ହେଉଛି ପ୍ରକୃତି (ନେଚର)ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?