କୁକୁଡ଼ା ନେବାକୁ ଗଁ।ରେ ଡେଙ୍ଗୁରା

ଅନୁଗୋଳ ସହର,୧୭ା୩

କରୋନା ଭାଇରସ ଆତଙ୍କ ବ୍ରଏଲର କୁକୁଡ଼ା ଚାଷୀ ଓ କମ୍ପାନୀକୁ ତଳିତଳାନ୍ତ କରିଦେଲାଣି। କୁକୁଡ଼ା ମାଂସ କି ଅଣ୍ଡା ସହିତ କରୋନାର କୌଣସି ସମ୍ପର୍କ ନ ଥିବା ଡାକ୍ତର, ବିଶେଷଜ୍ଞମାନେ ବାରମ୍ବାର କହୁଥିଲେ ମଧ୍ୟ ସାଧାରଣରେ ତାହା ବିଶ୍ୱାସଯୋଗ୍ୟ ହେଉନାହିଁ। ଫଳରେ ଆତଙ୍କିତ ସହର ଓ ଗ୍ରାମବାସୀ କୁକୁଡ଼ାଠାରୁ ଏକପ୍ରକାର ଦୂରେଇ ରହୁଛନ୍ତି। ଏହାର ସିଧାସଳଖ ପ୍ରଭାବ ଚାଷୀ ଓ ଚିଅଁ। ଯୋଗାଉଥିବା କମ୍ପାନୀ ଉପରେ ପଡ଼ୁଛି। ଅନୁଗୋଳ ଜିଲାରେ ସ୍ଥିତି ଏପରି ହେଲାଣି ଯେ କୁକୁଡ଼ା ବିକ୍ରି ପାଇଁ ଗଁ। ଗଁ। ରେ ଡେଙ୍ଗୁରା ପିଟାଯାଉଛି। ଏପରି କି ମାଗଣା ଯଚାଯାଉଥିଲେ ବି କୁକୁଡ଼ା ନେବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ଜିଲାରେ ଶତାଧିକ କୁକୁଡ଼ା ଫାର୍ମ ରହିଛି। ତେବେ ବନ୍ତଳା ଥାନା ନୂଆଖେତା ଓ କଣିହଁା ଥାନା କୁମୁଣ୍ଡା ଅଞ୍ଚଳରେ ଜିଲାର ସବୁଠୁ ଅଧିକ ଚାଷୀ କୁକୁଡ଼ା ଫାର୍ମ କରିଛନ୍ତି। ନୂଆଖେତା ଗ୍ରାମର ଅନିଲ କୁମାର ସାହୁ ୨୫ ଶହ କୁକୁଡ଼ା ରଖିଥିବା ବେଳେ ରିଙ୍କୁ ସାହୁ ୨ ହଜାର, ଶ୍ରୀକାନ୍ତ ବେହେରା ୩୫ ଶହ, ରଞ୍ଜନ ଦେହୁରୀ ୨ ହଜାର, ବାବୁଲି ଦେହୁରୀ ୩୫ଶହ, ଗୌତମ ପ୍ରଧାନ ୩ ହଜାର, ମୀନକେତନ ପ୍ରଧାନ ୩ ହଜାର, ଅଶୋକ ପ୍ରଧାନ ୪ ହଜାର, ସୁଜାତା ପ୍ରଧାନ ୩ ହଜାର, ଅଭୟ ପ୍ରଧାନ ମଧ୍ୟ ବହୁ କୁକୁଡ଼ା ଫାର୍ମରେ ରଖିଛନ୍ତି। ଏମାନଙ୍କ ପରି ପ୍ରାୟ ୩୦ ପରିବାର କୁକୁଡ଼ା ଫାର୍ମ କରିଛନ୍ତି। ସେହିପରି କଣିହଁାର କୁମୁଣ୍ଡା ଗ୍ରାମରେ ମଧ୍ୟ ୩୦ ପରିବାର ଫାର୍ମରେ ହଜାର ହଜାର କୁକୁଡ଼ା ରଖିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସମ୍ପୃକ୍ତ ଚାଷୀମାନେ ସର୍ବାଧିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। କୁକୁଡ଼ା ଗୋଟାପ୍ରତି ୨୦ ଟଙ୍କାରେ ବିକ୍ରି କରିବାକୁ ମହୀଧରପୁରରେ ଡେଙ୍ଗୁରା ଦିଆଯାଉଥିବା ବେଳେ ଅନେକ ଚାଷୀ ମାଗଣାରେ ଦେବାକୁ କହୁଥିଲେ ମଧ୍ୟ ଭୟରେ ଲୋକେ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ସମ୍ପୃକ୍ତ ଚାଷୀ ଓ ଚିଅଁା ଯୋଗାଉଥିବା ପଶୁପତି ଫିଡ୍ସ ପରି ୧୦ରୁ ଅଧିକ କମ୍ପାନୀ ବିପୁଳ ପରିମାଣର କ୍ଷତି ସହୁଥିବା ଜଣାପଡ଼ିଛି। କେବଳ ପଶୁପତି ଫିଡ୍ସର ଅନୁଗୋଳ ବ୍ରାଞ୍ଚ ୧୮ କୋଟିରୁ ଅଧିକ ଟଙ୍କା କ୍ଷତି ସହିଛି। ଅନ୍ୟ କମ୍ପାନୀଗୁଡ଼ିକର ମଧ୍ୟ ୧୦ କୋଟିରୁ ଅଧିକ ଟଙ୍କା ଲେଖାଏ କ୍ଷତି ହୋଇଛି। ସେହିପରି ବହୁ ଚାଷୀ ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି। ଏ ବିଷୟରେ ଅନୁଗୋଳ ପଶୁପତି ଫିଡ୍ସର ବ୍ରାଞ୍ଚ ମ୍ୟାନେଜର ରମାକାନ୍ତ ସ୍ବାଇଁ କହିଛନ୍ତି, କରୋନା ଭାଇରସକୁ ନେଇ ଲୋକେ ଭୟଭୀତ ହୋଇପଡିଥିବାରୁ ଚିକେନ ପାଖ ମାଡ଼ୁନାହାନ୍ତି। ଏଥିଯୋଗୁ ବ୍ରାଞ୍ଚରେ ୧୮ କୋଟିରୁ ଊଦ୍ଧର୍‌ବ କ୍ଷତି ହେଲାଣି। ଗ୍ରାମାଞ୍ଚଳ ବ୍ୟବସାୟୀ ଖାଲଙ୍ଗାର ସୁବାସ ପ୍ରଧାନ କହିଛନ୍ତି, କରୋନା ପାଇଁ ତାଙ୍କର ଏକ କୋଟି ଟଙ୍କା କ୍ଷତି ହୋଇଛି। ନୂଆଖେତାର ଫାର୍ମ ମାଲିକ ଅଶୋକ ପ୍ରଧାନ କହିଛନ୍ତି, ତାଙ୍କ ଫାର୍ମରେ ୪ ହଜାର କୁକୁଡ଼ା ଅଛି। କମ୍ପାନୀ ନେଉ ନାହିଁ କି ବିକ୍ରି ହେଉନାହିଁ। ମାଗଣାରେ ଯାଚିଲେ ବି କେହି ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତାଙ୍କ ପରି ୧୫ ରୁ ୨୦ ଚାଷୀଙ୍କ ଫର୍ମରେ ୨ରୁ ୩ କେଜି ମଧ୍ୟରେ ୫୦ ହଜାରରୁ ଅଧିକ କୁକୁଡ଼ା ଅଛି। ଅର୍ଥ ମିଳୁ ନ ଥିବାରୁ କମ୍ପାନୀ ଦାନା, ମେଡିଶିନ ଦେବା ବନ୍ଦ କରିଦେଇଛି। ତେଣୁ ଚାଷୀ ନିଜେ ଦାନା କିଣି ଖାଇବାକୁ ଦେବା ବେଶୀ ବାଧୁଛି। ମହୀଧରପୁର ପ୍ରଧାନ ବ୍ରଏଲର ଫାର୍ମ ମାଲିକ ଦିବ୍ୟଭୂଷଣ ପ୍ରଧାନ କହିଛନ୍ତି, ତାଙ୍କର ୧୫ ହଜାର କୁକୁଡ଼ା କରୋନା ପାଇଁ ବିକ୍ରି ହେଉ ନ ଥିବାରୁ ଗୋଟା ୨୦ ଟଙ୍କା ହିସାବରେ ବିକ୍ରି ପାଇଁ ଡେଙ୍ଗୁରା ଦେଇଥିଲେ। ଏବେ ମାଗଣାରେ ଯାଚୁଥିଲେ ବି କେହି ନେଉନାହାନ୍ତି। ଜିଲା ପ୍ରାଣୀ ଚିକିତ୍ସା ବିଭାଗ ଡେପୁଟି ନିର୍ଦ୍ଦେଶକ ଭରତ ଚନ୍ଦ୍ର ଗଡନାଏକ କହିଛନ୍ତି, କୁକୁଡ଼ାରେ କରୋନା ଭୂତାଣୁ ନାହାନ୍ତି। ଏ ନେଇ ବ୍ୟାପକ ସଚେତନତା ସତ୍ତ୍ୱେ ଲୋକେ ଭୟଭୀତ ହୋଇ କୁକୁଡ଼ା ମାଂସ ଖାଉନାହାନ୍ତି। ଏଥିପାଇଁ କମ୍ପାନୀ ଓ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ଲୋକେ ସଚେତନ ହେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗଡ଼ନାଏକ ପ୍ରକାଶ କରିଛନ୍ତି। ଜେରିଆଟିକ୍‌ ଓ୍ବାର୍ଡ ପାଲଟିଲା କରୋନା ଓ୍ବାର୍ଡ


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri