Posted inଖେଳ

କିର୍ଗିଅସଙ୍କୁ ଜରିମାନା

ସିନ୍‌ସିନାଟି,୧୬।୮(ଏଏଫ୍‌ପି): ସିନ୍‌ସିନାଟି ମାଷ୍ଟର୍ସରେ କୋର୍ଟ ବାହାରେ ର଼୍ୟାକେଟ ଭାଙ୍ଗିବା ଓ ଚେୟାର ଅମ୍ପାୟରଙ୍କୁ ଗାଳି ଦେବା ଲାଗି ବିବାଦୀୟ ଅଷ୍ଟ୍ରେଲିଆନ ତାରକା ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ ଏଟିପି ପକ୍ଷରୁ ଦଣ୍ଡିତ କରାଯାଇଛି। ତାଙ୍କୁ ଦଣ୍ଡ ବାବଦକୁ ୧ ଲକ୍ଷ ୧୩ ହଜାର ଆମେରିକୀୟ ଡଲାର ଜରିମାନା କରାଯାଇଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୦.୪୨ ଲକ୍ଷ ଟଙ୍କା। ବିନା ଅନୁମତିରେ କୋର୍ଟରୁ ଚାଲିଯିବା, ଅଣଖେଳୁଆଡ଼ ମନୋଭାବ ଓ ଖରାପ ଭାଷାରେ ଗାଳି ଦେବା ପାଇଁ ତାଙ୍କୁ ଜରିମାନା କରାଯାଇଥିବା ଏଟିପି ପକ୍ଷରୁ କୁହାଯାଇଛି। ତଦନ୍ତ ପରେ ୨୪ ବର୍ଷୀୟ କିର୍ଗିଅସ କ୍ରୀଡ଼ାରୁ ବାସନ୍ଦ ମଧ୍ୟ ହୋଇପାରନ୍ତି। ଉଲ୍ଲେଖଥାଉ କି, ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୨୭ତମ ସ୍ଥାନରେ ଥିବା ଖେଳାଳି ଦ୍ୱିତୀୟ ରାଉଣ୍ଡରେ ୬-୭ (୩/୭), ୭-୬(୭/୪), ୬-୨ ସେଟ୍‌ରେ ରୁଷିଆର କାରେନ ଖାଚନୋଭଙ୍କଠାରୁ ପରାସ୍ତ ହୋଇଥିଲେ। ପରାଜୟ ପରେ ଚେୟାର ଅମ୍ପାୟର ଫର୍ଗସ ମର୍ଫିଙ୍କ ସହ ହାତ ମିଳାଇବାକୁ ମନା କରିବା ସହିତ ତୁମେ ସବୁଠୁ ଖରାପ ଅମ୍ପାୟର ବୋଲି ଗାଳି ଦେଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ ମଇଦାନରେ ଭୟଙ୍କର ଦୁର୍ଘଟଣା, ଭାରତୀୟ ଖେଳାଳି ଲହୁଲୁହାଣ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ମହିଳା ହକି ଟିମ ମଙ୍ଗଳବାର ଏକ ଐତିହାସିକ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଆମଷ୍ଟେଲଭନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

Video: ଦୁଇ ପତ୍ନୀଙ୍କ କଳହ ମଧ୍ୟରେ ବେହୋସ ହେଲେ ଫୁଟବଲ ପ୍ରଶିକ୍ଷକ, ଚେତା ଫେରିବା ପରେ ପ୍ରଥମ ପତ୍ନୀଙ୍କ ସହ କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୯।୮: ପ୍ରାୟତଃ, ଦୁଇଜଣଙ୍କ ମଧ୍ୟରେ ବିବାଦର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କ୍ରସଫାୟାରରେ ଫସି ଯାଆନ୍ତି; କିନ୍ତୁ, ଯେତେବେଳେ ବିବାଦ ଜଣେ ପୁରୁଷଙ୍କ ଦୁଇ ସ୍ତ୍ରୀଙ୍କ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri