Posted inଖେଳ

କିମ୍ବଦନ୍ତୀ ସ୍ପିନର ଅବ୍‌ଦୁଲ କାଦିରଙ୍କ ଦେହାନ୍ତ

କରାଚୀ/ନୂଆଦିଲ୍ଲୀ, ୭ା୯ (ପି.ଟି.)-ପାକିସ୍ତାନର ପୂର୍ବତନ ମହାନ ସ୍ପିନର ଅବ୍‌୍‌ଦୁଲ କାଦିରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ତାଙ୍କର ୪ ପୁଅ ଏବଂ ଏକମାତ୍ର ଝିଅ ପାକିସ୍ତାନର ବର୍ତ୍ତମାନ ଷ୍ଟାର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ବିବାହ କରିଛନ୍ତି। କାଦିର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୬୭ ଟେଷ୍ଟ, ୧୦୪ ଅନ୍ତର୍ଜାତୀୟ ଦିନିକିଆ ଖେଳି ମୋଟ ୩୬୮ ଉଇକେଟ ଅକ୍ତିଆର କରିଛନ୍ତି। ସେପ୍ଟେମ୍ବର ୧୫ରେ ସେ ତାଙ୍କ ୬୪ତମ ଜନ୍ମ ଦିବସ ପାଳନ କରିଥାନ୍ତେ। ଭିନ୍ନ ଅଜବ ଷ୍ଟାଇଲ ବୋଲିଂ ପାଇଁ କାଦିର ଦେଶ ଓ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ସୃଷ୍ଟି କରିପାରିଥିଲେ। ଏହି ମହାନ ବୋଲରଙ୍କ କ୍ୟାରିୟର ସହିତ ଅନେକ ସ୍ମରଣୀୟ ଘଟଣା ଯୋଡ଼ି ହୋଇଯାଇଛି। ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକରଙ୍କୁ ଯେତେବେଳେ ମାତ୍ର ୧୬ବର୍ଷ ବୟସ ହୋଇଥିଲା ସେତେବେଳେ ଏକ ପ୍ରଦର୍ଶନୀ ମ୍ୟାଚରେ କାଦିରଙ୍କ ଭଳି ବୋଲରଙ୍କ ବୋଲିଂରେ ୪ଟି ଛକା ମାରିଥିଲେ। ମ୍ୟାଚ ବେଳେ କାଦିର ତେନ୍ଦୁଲକରଙ୍କୁ ସ୍ଲେଜିଂ କରିଥାନ୍ତି। ମ୍ୟାଚ ପରେ କହିଥାନ୍ତି ଏହା ହେଉଛି ଗେମ୍‌ର ଏକ ଅଂଶବିଶେଷ। ମ୍ୟାଚ ପରେ ଏସବୁ ଭୁଲିଯିବା ଉଚିତ୍‌। କାଦିର ଅତୀତରେ ଭାରତ ଗଣମାଧ୍ୟମର ଅନ୍ୟତମ ଫେଭରାଇଟ୍‌ ଥିଲେ। ଅନେକ ଚ୍ୟାନେଲର କ୍ରିକେଟ ସମୀକ୍ଷକ ଭାବେ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ୮୦ ଦଶକରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାରମ୍ବାର ଦ୍ୱିପାକ୍ଷିକ ମ୍ୟାଚ ଖେଳାଯାଇଛି। କାଦିର ଏହାର ସୁନ୍ଦର ବିଶ୍ଳେଷଣ କରିଛନ୍ତି। ଏହି ମହାନ ସ୍ପିନ ବୋଲର ଜଣକ ଶେଷପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ନୀତିକୁ ସମାଲୋଚନା କରିଆସୁଥିଲେ। ସେ ୨୦୦୯ରେ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ମନୋନୀତ ଦଳ ଇଂଲଣ୍ଡରେ ଆଇସିସି ଟି୨୦ ବିଶ୍ୱକପ୍‌ ଜିତିଥିଲା। ୭୦ ଓ ୮୦ ଦଶକରେ ଯେତେବେଳେ ବିଶ୍ୱ କ୍ରିକେଟରେ ଫାଷ୍ଟ ବୋଲରଙ୍କ ପ୍ରଧାନ୍ୟ ଥିଲା, ସେତେବେଳେ ରିଷ୍ଟ ସ୍ପିନ କଳାକୁ ବଜାୟ ରଖିବା କାଦିରଙ୍କର ସବୁଠାରୁ ବଡ଼ ସଫଳତା ବୋଲି କ୍ରିକେଟ ପଣ୍ଡିତ ଓ ଲେଖକମାନଙ୍କର ବିଶ୍ୱାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri