Posted inଖେଳ

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ ୩୧ରୁ: ଦେବାଶିଷ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ଦ୍ୱାଦଶ ସଂସ୍କରଣ ଚଳିତମାସ ୩୧ ତାରିଖରୁ ଆରମ୍ଭ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏହା ଜୁନ ୭ ପର୍ଯ୍ୟନ୍ତ ଚାଲିବ। ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇଟୁରିଜାଗା ବୋନେଲି ଏଡୁଆର୍ଡୋ (୨୬୩୭ ଏଲୋ ରେଟିଂ) ଟୁର୍ନାମେଣ୍ଟରେ ଟପ୍‌ ସିଡ୍‌ର ମାନ୍ୟତା ପାଇଥିବାବେଳେ ଓଡ଼ିଶା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ(୨୫୪୪) ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ।
ଅନ୍ତର୍ଜାତୀୟ ଚେସ୍‌ କ୍ୟାଲେଣ୍ଡରରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟର ମର୍ଯ୍ୟାଦା ବହନ କରୁଥିବା ଏହି ପ୍ରତିଯୋଗିତା ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ(ଏଓସିଏ) ଓ କିଟ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି। ୩ଟି କାଟେଗୋରିରେ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟରେ ୩୦ ଦେଶର ଗ୍ରାଣ୍ଡମାଷ୍ଟର, ଅନ୍ତର୍ଜାତୀୟ ମାଷ୍ଟର, ମହିଳା ଗ୍ରାଣ୍ଡମାଷ୍ଟର, ମହିଳା ଅନ୍ତର୍ଜାତୀୟ ମାଷ୍ଟର ଆଦି ଅଂଶଗ୍ରହଣ କରୁଛନ୍ତି। ଟୁର୍ନାମେଣ୍ଟ ପାଇଁ ୨୫,୦୦,୦୦୦ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି ବୋଲି ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଏବଂ ଏଓସିଏ ଉପସଭାପତି ରଞ୍ଜନ ମହାନ୍ତି। ୨୦୦୦ରୁ ଊର୍ଦ୍ଧ୍ୱ ଏଲୋ ରେଟିଂପ୍ରାପ୍ତ ଖେଳାଳି କାଟେଗୋରି ‘ଏ’ରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଭାରତ, ତାଜିକସ୍ତାନ, ଚେକ୍‌ ରିପବ୍ଲିକ, ଆର୍ମେନିଆ, ବେଲଜିୟମ, ଆମେରିକା, ସ୍ପେନ, ଭେନଜୁଏଲା, ରୁଷିଆ, ବାଂଲାଦେଶ, ୟୁକ୍ରେନ, କାଜାଖସ୍ତାନ, ଶ୍ରୀଲଙ୍କା, ନେପାଳ, ମାଲେସିଆ, ଭିଏତନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍‌, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ, କାତାର, ମଙ୍ଗୋଲିଆ ଆଦି ଦେଶର ପ୍ରତିଯୋଗୀ ଭାଗ ନେବେ।
ପରିସଂଖ୍ୟାନ ଅନୁସାରେ ଏଥିରେ ମୋଟ ୧୯ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରୁ ଭାରତର ୩ ଜଣ (ଆର.ଆର. ଲକ୍ଷ୍ମଣ, ଦେବେନ୍ଦୁ ବରୁଆ, ଦେବାଶିଷ ଦାସ) ହୋଇଥିବାବେଳେ ଅନ୍ୟ ୧୬ ଜଣ ବିଦେଶୀ ଖେଳାଳି। ଏହା ବ୍ୟତୀତ ଜଣେ ମହିଳା ଗ୍ରାଣ୍ଡମାଷ୍ଟର, ୧୮ ଅନ୍ତର୍ଜାତୀୟ ମାଷ୍ଟର, ୩ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୬ ଫିଡେ ମାଷ୍ଟର, ୭ ମହିଳା ଫିଡେ ମାଷ୍ଟର, ୪ କ୍ୟାଣ୍ଡିଡେଟ ମାଷ୍ଟର ଓ ୨ ମହିଳା କ୍ୟାଣ୍ଡିଡେଟ ମାଷ୍ଟର ଏହିପରି ୬୦ ଟାଇଟଲଧାରୀ ଏଥିରେ ଭାଗ ନେବାକୁ ଯାଉଛନ୍ତି। କାଟେଗୋରି ‘ଏ’ର ଶୀର୍ଷ ୨୦ ବୋର୍ଡ ମ୍ୟାଚର ସିଧା ପ୍ରସାରଣ କରାଯିବ। ଅନ୍ତର୍ଜାତୀୟ ଆର୍ବିଟର ଆର. ଅନନ୍ତରାମଙ୍କ ନେତୃତ୍ୱରେ ଟୁର୍ନାମେଣ୍ଟ ପରିଚାଳିତ ହେବ। ମ୍ୟାଚ ଗୁଡ଼ିକ କ୍ୟାମ୍ପସ ୧୫(ବି)ସ୍ଥିତ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ ଏବଂ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏଠାରେ ପୂର୍ବରୁ ପ୍ରତିଯୋଗିତାର ୧୧ଟି ଯାକ ସଂସ୍କରଣ, ଫିଡେ ବିଶ୍ୱ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ ୨୦୧୬ ଏବଂ ଆହୁରି ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳତାର ସହିତ ଆୟୋଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri