Posted inଫୁରସତ

ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ

ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ମାତ୍ର ସମ୍ପର୍କକୁ ସୁଦୃଢ଼ କରିବା କୌଣସି ଯାଦୁଗରି କଥା ନାହିଁ। କିଛି ଛୋଟ କଥା ପ୍ରତି ଗୁରୁତ୍ୱ ଦେଲେ ଦାମ୍ପତ୍ୟ ଜୀବନ ମଧୁମୟ ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ପରସ୍ପରକୁ ହସାଇବା ଲାଗି ଚେଷ୍ଟା କରନ୍ତୁ
ଦୁହେଁ ଦୁହିଁଙ୍କ ସହ ଖୁବ୍‌ ମନ ଖୋଲା ହସ ହସନ୍ତୁ। କାରଣ ହସିବା ଦ୍ୱାରା ଶରୀରରେ ଅକ୍ସିଟୋସିନ୍‌ ନାମକ ହର୍‌ମୋନ ସୃଷ୍ଟି ହୋଇଥାଏ। ଯାହା ମନୋବଳକୁ ଦୃଢ଼ କରିଥାଏ। ସବୁବେଳେ ହସୁଥିବା ଦମ୍ପତି ବହୁତ ସୁଖୀ ହୋଇଥାନ୍ତି। ଏପରି ଲୋକମାନେ ହସିବା ଏବଂ ହସାଇବା ଦ୍ୱାରା ଜୀବନର ଅନେକ ଅସୁବିଧାକୁ ସହଜରେ ସାମ୍ନା କରିବାରେ ସକ୍ଷମ ହୋଇଥାନ୍ତି। ଏପରି କଲେ ସମ୍ପର୍କ ଦୀର୍ଘସ୍ଥାୟୀ ହେବ।

ପରସ୍ପର ପ୍ରତି ସମ୍ବେଦନଶୀଳ ହୁଅନ୍ତୁ:
ସମ୍ପର୍କକୁ ଉପଭୋଗ କରିବାକୁ ହେଲେ ପରସ୍ପର ପ୍ରତି ସମ୍ବେଦନଶୀଳ ହେବା ନିହାତି ଜରୁରୀ। ପ୍ରତ୍ୟେକ ମୁହୂର୍ତ୍ତକୁ ଏକାଠି ଉପଭୋଗ କରନ୍ତୁ। ଯଦି ସାଥୀଙ୍କ ସହିତ ଖୋଲା ଜୀବନ ବିତାଇବ ନାହିଁ ତେବେ ସମ୍ପର୍କ ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ। ଭୟ, ଆନନ୍ଦ ଏବଂ ଚାପ ବିଷୟରେ ପରସ୍ପର ସହିତ କଥାବାର୍ତ୍ତା କରନ୍ତୁ। ଏହା ସମ୍ପର୍କକୁ ଆହୁରି ମଜଭୁତ କରିବ।

କୌଣସି କଥା ସାଥୀଙ୍କୁ ଲୁଚାନ୍ତୁ ନାହିଁ:
ସାଥୀଙ୍କୁ କୌଣସି କଥା ଲୁଚାଇବା ଆଦୌ ଠିକ୍‌ ନୁହେଁ। ଏହା ପରବର୍ତ୍ତୀ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ବିଶେଷକରି ଯଦି ତୁମେ କିଛି କଥା ଜାଣିଛ ହେଲେ ସାଥୀଙ୍କୁ କହିନାହଁ; ସେ ପରବର୍ତ୍ତୀ ସମୟରେ ଅନ୍ୟ କାହାଠାରୁ ଜାଣିବାକୁ ପାଇଲେ। ତେବେ ତୁମ ଉପରୁ ତାଙ୍କର ବିଶ୍ୱାସ ତୁଟିଯିବାର ସମ୍ଭାବନା ଥାଏ। ଟଙ୍କା, ସମ୍ପର୍କୀୟ କିମ୍ବା ଘରର ଅନ୍ୟ କୌଣସି ସଦସ୍ୟ ତୁମକୁ ହଇରାଣ କରୁଛନ୍ତି ସେ ବିଷୟରେ ସାଥୀଙ୍କ ସହ ଶେୟାର କରନ୍ତୁ। ସେ ତୁମକୁ ଏ ବିଷୟରେ କିଛି ଉତ୍ତମ ପରାମର୍ଶ ଦେଇପାରନ୍ତି। ଯାହାକି ସୁଖୀ ଦାମ୍ପତ୍ୟ ଜୀବନରେ ସହାୟକ ହେବ।

ସାଥୀଙ୍କୁ କହିବାକୁ ସୁଯୋଗ ଦିଅନ୍ତୁ:
ସମସ୍ତେ ଚାହାନ୍ତି ଯେ, ସେମାନେ ନିଜ କଥାକୁ ଖୋଲାଖୋଲି ଭାବରେ କହିବାକୁ ସମର୍ଥ ହୁଅନ୍ତୁ। ଖାଲି ନିଜ କଥା କହିଲେ ହେବ ନାହିଁ, ସାଥୀଙ୍କୁ ବି ଏହି ବିଷୟରେ କଥାବାର୍ତ୍ତା କରିବାକୁ ପୂର୍ଣ୍ଣ ସୁଯୋଗ ଦିଅନ୍ତୁ।

ପରସ୍ପରକୁ ସମ୍ମାନ କରନ୍ତୁ:
ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ପାଇଁ ପରସ୍ପରକୁ ସମ୍ମାନ କରନ୍ତୁ। ସାଥୀଙ୍କ ସ୍ବପ୍ନକୁ ସମର୍ଥନ କରନ୍ତୁ। କୌଣସି ମତଭେଦ ହୋଇଥିଲେ ଆପୋଷ ସମାଧାନ କରି ନିଜର ଦୋଷକୁ ସ୍ବୀକାର କରନ୍ତୁ। ଏହା ଦ୍ୱାରା ସମ୍ପର୍କ ମଧୁମୟ ହୋଇଉଠିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri