କାହିଁ ଏତେ ଅନୁକମ୍ପା

ଭୁବନେଶ୍ୱର,୨୦।୭: ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ, ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ସବୁ ଅଞ୍ଚଳରେ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ହୋଇପାରୁନାହିଁ। ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଲେ ରାଜ୍ୟରେ ବିଦ୍ୟୁତ୍‌ ସଂଯୋଗୀକରଣ, ବଣ୍ଟନ ଓ ଶୁଳ୍କ ଆଦାୟ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ସେସୁ, ସାଉଥ୍‌କୋ, ନେସ୍କୋ, ୱେସ୍‌କୋ ପକ୍ଷରୁ କ୍ଷତି ସହୁଥିବା କୁହାଯାଉଛି। ଏପରି କି ବିଜୁଳି ଦର ବଢ଼ାଇବା ପାଇଁ ଏହି ସଂସ୍ଥାଗୁଡ଼ିକ ପକ୍ଷରୁ ବିଭିନ୍ନ ସମୟରେ ଦାବି କରାଯାଉଛି। କିନ୍ତୁ ଶକ୍ତି ବିଭାଗ ଓ ସେସୁର କେତେଜଣ ଅଧିକାରୀଙ୍କ ଫ୍ରାଞ୍ଚାଇଜ୍‌ କମ୍ପାନୀ ପ୍ରୀତି ପାଇଁ ଉପଭୋକ୍ତାମାନେ ନିମ୍ନମାନର ବିଦ୍ୟୁତ୍‌ ସେବା ପାଉଛନ୍ତିି। ଏପରି କି ସେହି ଅଧିକାରୀମାନଙ୍କ କାରସାଦି ଯୋଗୁ ଲୋକେ ଆଗାମୀ ଦିନରେ ମଧ୍ୟ ଦୁର୍ଦ୍ଦଶା ଭୋଗିବାର ଆଶଙ୍କା ଦେଖାଗଲାଣି। ସେସୁ ନିଜ ଅଧୀନରେ ଆସୁଥିବା ସଂଖ୍ୟାଧିକ ଅଞ୍ଚଳର କାର୍ଯ୍ୟ ଫ୍ରାଞ୍ଚାଇଜ୍‌ ଭାବେ ଏକାଧିକ ଘରୋଇ ସଂସ୍ଥାକୁ ଦେଇଆସୁଛି। ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେବା ଏହି ଘରୋଇ ସଂସ୍ଥାଗୁଡିକର ପ୍ରାଥମିକତା ହେବା କଥା। ହେଲେ ଫ୍ରାଞ୍ଚାଇଜ କମ୍ପାନୀଗୁଡିକ ଉପଭୋକ୍ତାଙ୍କଠାରୁ ଠିକ୍‌ ସମୟରେ ଶୁଳ୍କ ଆଦାୟ କରୁଥିଲେ ମଧ୍ୟ ସେସୁ ନିକଟରେ ଜମା କରୁନାହାନ୍ତି ବୋଲି ସୂଚନା ଅଧିକାର(ଆରଟିଆଇ) ଆଇନ ଜରିଆରେ ମିଳିଥିବା ତଥ୍ୟରୁ ଜଣାପଡିଛି। ହେଲେ ବିପୁଳ ପରିମାଣର ଅର୍ଥ ବକେୟା ରଖିଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀର ଚୁକ୍ତି ଅବଧି ସରିଆସୁଥିଲେ ମଧ୍ୟ ସେଗୁଡ଼ିକୁ ପୁନଃ ଦାୟିତ୍ୱ ଦେବାକୁ ପ୍ରୟାସ କରାଯାଉଛି। ଏଭଳି ଫ୍ରାଞ୍ଚାଇଜ୍‌ କମ୍ପାନୀ ପ୍ରତି କାହିଁ ଏତେ ଅନୁକମ୍ପା ଦିଆଯାଉଛି ବୋଲି ପ୍ରଶ୍ନଉଠିଛି।
ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଫ୍ରାଞ୍ଚାଇଜ ନେଇଥିବା କମ୍ପାନୀ ବହୁ କୋଟି ଟଙ୍କା ବାକି ରଖିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହଁି। ଶକ୍ତି ବିଭାଗ ଏବଂ ସେସୁର କେତେଜଣ ଅସାଧୁ ଅଧିକାରୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ଏହା ହେଉଛି। ଫ୍ରାଞ୍ଚାଇଜ ନେଉଥିବା ସମୟରେ କରାଯାଉଥିବା ଚୁକ୍ତି ଖିଲାପି ପରେ ବକେୟା ଅର୍ଥ ନ ଦେଇ ଘରୋଇ କମ୍ପାନୀ ଚୁପଚାପ ବସିଯାଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଫ୍ରାଞ୍ଚାଇଜ୍‌ କମ୍ପାନୀ ପୁନର୍ବାର କିପରି ଶକ୍ତି ବିଭାଗର ବ୍ୟବସ୍ଥା ମଧ୍ୟକୁ ଆସି ଲୁଟ୍‌ କରିପାରିବେ, ସେ ନେଇ ରାସ୍ତା ପ୍ରଶସ୍ତ କରାଯାଉଛି।
ଘରୋଇ କମ୍ପାନୀ ରିଭର୍‌ସାଇଡ୍‌ ୟୁଟିଲିଟିଜ୍‌ ପ୍ରାଃ ଲିଃ(ଆରୟୁପିଏଲ୍‌) ଏବଂ ସିସାଇଡ୍‌ ୟୁଟିଲିଟିଜ୍‌ ପ୍ରାଃ ଲିଃ(ଏସ୍‌ୟୁପିଏଲ୍‌) ବ୍ୟାପକ ପରିମାଣର ବକେୟା ସେସୁକୁ ଦେବାକୁ ରହିଛି। ଆର୍ଥିକ ବର୍ଷ ୨୦୧୩-୧୪ରେ କେବଳ କଟକ ଡିଭିଜନ(ସିଇଡି) ଅଞ୍ଚଳ ପାଇଁ ବକେୟା ୧୩,୭୯,୯୧,୮୪୬.୪୧(ପ୍ରାୟ ୧୪ କୋଟି) ଟଙ୍କା ରହିଛି। ଆଠଗଡ ଅଞ୍ଚଳ ପାଇଁ ମାର୍ଚ୍ଚ, ୨୦୧୪ ସୁଦ୍ଧା ୯,୨୫,୪୫,୩୮୩.୩୨ ଟଙ୍କା, ସାଲେପୁର ଅଞ୍ଚଳ ପାଇଁ ୨,୮୧,୬୪,୬୩୩.୬୭ ଟଙ୍କା ରହିଛି। ସମାନ ସମୟରେ ନିମାପଡା ଡିଭିଜନ ବାବଦକୁ ସେସୁକୁ ଦେବାକୁ ଥିବା ବକେୟାର ପରିମାଣ ୮,୧୮,୨୮,୪୬୭.୬୦ ଟଙ୍କା ରହିଛି। ଏହା ବ୍ୟତୀତ ଆର୍ଥିକ ବର୍ଷ ୨୦୧୪-୧୫ରେ ଆଠଗଡ ଶକ୍ତି ଅଞ୍ଚଳ ବାବଦକୁ କେବଳ ଆରୟୁପିଏଲ୍‌ ୮୦,୫୫,୨୨୯ ଟଙ୍କା ବକେୟା ରଖିଛି। ସୂଚନା ଅଧିକାର ଜରିଆରେ ମିଳିଥିବା ପ୍ରତି ପୃଷ୍ଠାରେ କେବଳ ବହୁ କୋଟି ବକେୟା ରାଶି ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି। ସେହିପରି ଏସ୍‌ୟୁପିଏଲ୍‌ ମଧ୍ୟ ବହୁ କୋଟି ଟଙ୍କା ବକେୟା ରଖିଥିବା ତଥ୍ୟରୁ ଜଣାପଡିଛି। ନିମାପଡ଼ା ଅଞ୍ଚଳ ପାଇଁ ୨୦୧୮ ମାର୍ଚ୍ଚ ସୁଦ୍ଧା ୯,୨୬,୯୩,୨୮୦ ଟଙ୍କା ବକେୟା ରହିଛି। ସେହି ବର୍ଷ ନଭେମ୍ବର ବେଳକୁ ଏହି ବକେୟା ରାଶିର ପରିମାଣ ୧୧,୯୯,୫୫,୮୮୦ ଟଙ୍କାରେ ପହଞ୍ଚିଥିଲା। ସାଲେପୁର ଡିଭିଜନ୍‌ ପାଇଁ ୮,୭୮,୨୬,୫୦୪ ଟଙ୍କା ଆର୍‌ୟୁପିଏଲ୍‌ ପକ୍ଷରୁ ବକେୟା ରଖାଯାଇଛି। ଆଠଗଡ ଅଞ୍ଚଳ ପାଇଁ ୧୦,୮୦,୯୧,୭୬୩ ଟଙ୍କାର ବକେୟା ରହିଛି। ସୂଚନା ଅଧିକାର ତଥ୍ୟରେ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରାଯାଉଥିଲେ ବି ଆବଶ୍ୟକ ଉତ୍ତର ଆସୁନାହିଁ। ଜାଣିଶୁଣି ଉତ୍ତର ଦିଆଯାଉ ନ ଥିବା ଲକ୍ଷ୍ୟ କରାଯାଉଛି। କେତେ ଟଙ୍କା ଫ୍ରାଞ୍ଚାଇଜ କମ୍ପାନୀ ପୈଠ କରିଛନ୍ତି, ସେ ନେଇ ମଧ୍ୟ ସ୍ପଷ୍ଟ ଉତ୍ତର ରଖାଯାଇନାହିଁ। ଆରୟୁପିଏଲ୍‌, ଏସ୍‌ୟୁପିଏଲ୍‌ ବ୍ୟତୀତ ଏବଂ ଏନ୍‌ଜେନ୍‌ ଭଳି ସଂସ୍ଥା ମଧ୍ୟ ବିଭାଗର ଅନୁରୂପ ଅବସ୍ଥା କରିଛନ୍ତି। ଏନ୍‌ଜେନ୍‌ ପ୍ରାୟ ୧୩ କୋଟି ଟଙ୍କା ବକେୟା ରଖିଛି।
ବିଭିନ୍ନ ଫ୍ରାଞ୍ଚାଇଜ୍‌ କମ୍ପାନୀ ସହ ସେସୁର ଚୁକ୍ତି ସମାପ୍ତ ହେଲାଣି। ନିଜ ତରଫରୁ ବିଦ୍ୟୁତ ବଣ୍ଟନ, ବିତରଣ ଓ ଶୁଳ୍କ ଆଦାୟ ନ କରି ପୁନର୍ବାର ଘରୋଇ କମ୍ପାନୀ ଲାଗି ବାଟ ପ୍ରଶସ୍ତ କରାଯାଇଛି। ଗତ ୨୯ ତାରିଖରେ ସେସୁ ମୁଖ୍ୟାଳୟର ଆଇବିଏଫ୍‌/୧୧୭୧୭ ନୋଟିସ ଦ୍ୱାରା ୧୫ଟି ଇଲେକ୍ଟ୍ରିକାଲ ଡିଭିଜନ ପାଇଁ ପ୍ରସ୍ତାବ ଆହ୍ବାନ କରାଯାଇଛି। ପୂର୍ବରୁ ଖିଲାପ କରିଥିବା କମ୍ପାନୀଗୁଡିକ ପାଇଁ ପ୍ରସ୍ତାବରେ କୌଣସି ବାରଣ ରଖାଯାଇନାହିଁ। ଏହି ଘରୋଇ କମ୍ପାନୀମାନେ ପୁନର୍ବାର ଫ୍ରାଞ୍ଚାଇଜ୍‌ ପାଇଲେ ଅନୂନ୍ୟ ୧୦ ବର୍ଷ ସୁଯୋଗ ପାଇବେ। ଏଥିସହିତ ଏହି ୧୦ ବର୍ଷିଆ ଚୁକ୍ତି ଅବଧି ବୃଦ୍ଧି ନେଇ ମଧ୍ୟ ଆବେଦନ ପତ୍ର ଆହ୍ବାନ ନୋଟିସରେ ଉଲ୍ଲେଖ କରାଯାଇଛି। ପ୍ରତି ଡିଭିଜନରେ ପ୍ରାୟ ଏକ ଲକ୍ଷରୁ ୧.୫ ଲକ୍ଷ ଉପଭୋକ୍ତା ରହିଛନ୍ତି। ତେଣୁ ଆସନ୍ତା ଆର୍ଥିକ ବର୍ଷରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଉପଭୋକ୍ତା ପୂର୍ବ ପରି ନିମ୍ନମାନର ସେବା ପାଇବା ସହ ଘରୋଇ କମ୍ପାନୀକୁ ଟିକସ ଦେବେ, ଏଥିରେ ସାମାନ୍ୟ ସନ୍ଦେହ ନାହିଁ।

ଚିଦାନନ୍ଦ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ସିଲ, ଫ୍ଲୋର ଖାଲି, ଜରୁରୀକାଳୀନ ସତର୍କତା… ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନରେ ଏହି ବିଶୃଙ୍ଖଳାର କାରଣ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୬: ଆମେରିକାର ପ୍ରତିରକ୍ଷା ବିଭାଗରୁ ପ୍ରମୁଖ ଖବର ଆସିଛି; ଏକ ଜରୁରୀକାଳୀନ ସତର୍କତା ଜାରି କରାଯାଇଛି, ଏବଂ ପେଣ୍ଟାଗନର କିଛି ଅଂଶକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

Extremely Severe Alert: ଆପଣଙ୍କ ଫୋନରେ ଖୁବ ଜୋରରେ ଶବ୍ଦ ସହ ଆସିଥିଲା କି ଆଲର୍ଟ? ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୧।୬; ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ ହଠାତ ‘ଅତ୍ୟନ୍ତ ଗମ୍ଭୀର ସତର୍କତା’ ଲେଖାଥିବା ଏକ ପପ-ଅପ ମେସେଜ ଝଲସି ଉଠେ, ଏବଂ ତା ସହିତ ଏକ ଜୋରରେ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମାଗଣା ବସ୍‌ରେ ଯିବେ ନିଟ୍‌ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୧।୬: ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶ ଜାରି…

ସକ୍ରିୟ ହେଲା ଅଲ ନିନୋ: ମରୁଡ଼ି, ବନ୍ୟା ,ଭୟଙ୍କର ମହାବିନାଶ! ଓଡ଼ିଶାରେ…

ଭୁବନେଶ୍ୱର, ୧୧।୬: ପ୍ରଶାନ୍ତ ମହାସାଗରରେ ‘ଅଲ ନିନୋ’ ସକ୍ରିୟ ହୋଇଯାଇଛି। ବିଶ୍ୱ ପାଣିପାଗ ସଂଗଠନ (WMO) ଏବଂ ପାଣିପାଗ ଏଜେନ୍ସିଗୁଡ଼ିକ ଅନୁଯାୟୀ, ଏହାର ପ୍ରଭାବରେ ସାରା ବିଶ୍ୱରେ…

ମମତା ବାନାର୍ଜୀଙ୍କ ପାଇଁ ଚତୁର୍ଥ ଝଟକା: ଚାରି ଦିନରେ ୪ଟି ଇସ୍ତଫା

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦମନକାରୀ ପରାଜୟ ପରେ ତୃଣମୂଳ କଂଗ୍ରେସ ସାମ୍ନାରେ ଥିବା ସଙ୍କଟ ଆହୁରି ଘନିଭୂତ ହେଉଛି। ଦଳ ଭିତରେ ଆରମ୍ଭ…

ରାଜ୍ୟ ସଭା ନିର୍ବାଚନ ଫଳାଫଳ ଘୋଷଣା; ମଧ୍ୟପ୍ରଦେଶରେ ଝଟକା ମଧ୍ୟରେ କଂଗ୍ରେସ ପାଇଁ ରହିଛି ଭଲ ଖବର

ନୂଆଦିଲ୍ଲୀ,୧୧।୬: ଗୁରୁବାର (ଜୁନ ୧୧, ୨୦୨୬), ମଧ୍ୟପ୍ରଦେଶ, ଗୁଜରାଟ ଏବଂ କର୍ନାଟକରୁ ୧୪ ଜଣ ପ୍ରାର୍ଥୀ ନିରପେକ୍ଷ ଭାବରେ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ; କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri