Posted inଭଦ୍ରକ

କାର୍ଯ୍ୟକ୍ଷମ ହେଉନି ସେବାଶ୍ରମ ଛାତ୍ରାବାସ

ପଦ୍ମପୁର,୨୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସନନ୍ଦପୁର ଗ୍ରାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେବାଶ୍ରମ ଛାତ୍ରାବାସ। ମାତ୍ର ଛାତ୍ରାବାସ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଦୂରଦୂରାନ୍ତରୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି।
ପ୍ରକାଶ ଯେ, ୨୦୦୯ରୁ ଏହି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୬ରେ ସରିଥିଲା। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଛାତ୍ର ଏଠାରେ ରହି ବିନା ଦେୟରେ ଶିକ୍ଷାଲାଭ କରିବା ପାଇଁ ଉଦ୍ଦିଷ୍ଟ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୮୩ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୩ଟି ଶ୍ରେଣୀଗୃହ ଥିବାବେଳେ ଗୃହଗୁଡ଼ିକ ଭାଙ୍ଗିରୁଜି ଗଲାଣି। କେଉଁଠି ଛାତରୁ ପାଣି ଗଳୁଛି ତ କେଉଁ ଗୃହର କବାଟ ଝରକା ଭାଙ୍ଗିଯାଇ ଝୁଲୁଛି। ଏଭଳି ସ୍ଥିତିରେ ୨ଟି କୋଠରିରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। ଛାତ୍ରାବାସ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଦୂରଦୂରାନ୍ତରୁ ଆସି ଛାତ୍ରୀଛାତ୍ର ବିଦ୍ୟାଳୟରେ ପଢ଼ିବାରୁ ବଞ୍ଚତ୍ତ ହେଉଛନ୍ତି। ଏଥିସହ ଛାତ୍ରାବାସ ପାଇଁ ଆସୁଥିବା ସରକାରୀ ଅନୁଦାନ ଉଦ୍ଦିଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ବିନିଯୋଗ ହୋଇପାରୁ ନାହିଁ। ଫଳରେ ଗରିବ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ଲାଗି ସରକାରୀ ପ୍ରୋତ୍ସାହନ ପ୍ରହସନ ପାଲଟିଛି ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି ଯେ, ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇପାରି ନ ଥିବା କାରଣରୁ ଛାତ୍ରାବାସ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଚଳିତବର୍ଷ ପରିଚାଳନା କମିଟି ଗଠନ ସରିଯାଇଛି। ଆସନ୍ତା ଏପ୍ରିଲଠାରୁ ଛାତ୍ରାବାସ କାର୍ଯ୍ୟକ୍ଷମ ହେବା ସହ ଛାତ୍ରୀଛାତ୍ରଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri