Posted inଖେଳ

କାତାର ଇଣ୍ଟରନ୍ୟାଶନାଲରେ ଚାନୁଙ୍କୁ ସ୍ବର୍ଣ୍ଣ

ଦୋହା, ୨୧ା୧୨(ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳକ ସାଇଖୋମ୍‌ ମୀରାବାଇ ଚାନୁ ଏଠାରେ ଚାଲିଥିବା ୬ଷ୍ଠ କାତାର ଇଣ୍ଟରନ୍ୟାଶନାଲ କପ୍‌ ମହିଳା ୪୯ କେଜି ଶ୍ରେଣୀରେ ସ୍ବର୍ଣ୍ଣ ହାସଲ କରିଛନ୍ତି। ଅଲିମ୍ପିକ ଯୋଗ୍ୟତା ହାସଲ ଇଭେଣ୍ଟରେ ୨୫ ବର୍ଷୀୟା ଚାନୁ ୧୯୪ କେଜି ଉତ୍ତୋଳନ କରି ଏହି ପଦକ ପାଇଛନ୍ତି। ଏଠାରେ ବିଜୟ ଦ୍ୱାରା ୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଫାଇନାଲ ର଼୍ୟାଙ୍କିଙ୍ଗରେ ଚାନୁ ଭଲ ସ୍ଥାନରେ ରହିବେ। ପୁରୁଷ ୬୭ କେଜି କାଟେଗୋରିରେ
ଭାରତର ଜେରେମି ଲାଲ୍‌ରିନ୍‌ନୁଙ୍ଗା ରୌପ୍ୟ ପଦକ ଲାଭ କରିଛନ୍ତି। ସେ ସ୍ନାଚ୍‌ରେ ୧୪୦ ଓ କ୍ଲିନ ଜର୍କରେ ୧୬୬କେଜି ଏବଂ ମୋଟ ଉପରେ ୩୦୬ କେଜି ଉତ୍ତୋଳନ କରିଥିଲେ। ଶୁକ୍ରବାର ଚାନୁଙ୍କ ପ୍ରଦର୍ଶନ ଚଳିତ ବର୍ଷ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନଠାରୁ ନୂ୍ୟନ ଥିଲା। ଏହି ବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଚାନୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୨୦୧ କେଜି ଉଠାଇ ଦେଇଥିଲେ। ଫ୍ରାନ୍ସର ଦୁଇ ଭାରୋତ୍ତୋଳକ ଅନାଇସ୍‌ ମିଚେଲ (୧୭୨କେଜି) ଏବଂ ମାନନ ଲୋରେଞ୍ଜ (୧୬୫କେଜି)ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଆଶାତୀତ ୨୦୦କେଜି ଅଙ୍କ ଅତିକ୍ରମ କରିଥିଲେ। ସମସ୍ତ ତିନୋଟି ବିଭାଗରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସ୍ନାଚ୍‌ରେ ସେ ୮୭ କେଜି ଉତ୍ତୋଳନ କରିବା ପରେ କ୍ଲିନ ଆଣ୍ଡ୍‌ ଜର୍କରେ ୧୧୪ କେଜି ଏବଂ ମୋଟ ୨୦୧ କେଜି ଉଠାଇଥିଲେ। ଚାଇନାର ଜିଆଙ୍ଗ ହୁଇହୁଆ (୨୧୨କେଜି) ସ୍ବର୍ଣ୍ଣ ପଦକ ଜିତିଥିଲେ। ଆମେରିକାର ଆନାହିମ୍‌ଠାରେ ୨୦୧୭ ସଂସ୍କରଣରେ ଚାନୁ ୪୮ କେଜି ଶ୍ରେଣୀରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ତାଙ୍କ ଓଭର ଅଲ୍‌ ପ୍ରଚେଷ୍ଟା ୧୯୪ କେଜି ଥିଲା। ପିଠି ନିମ୍ନଭାଗ ଇଞ୍ଜୁରିରୁ ମୁକ୍ତି ପାଇବା ପରେ ଚାନୁ ଫେବୃୟାରୀରେ ଆକ୍ସନକୁ ଫେରିଛନ୍ତି। ପିଠିରେ ଯନ୍ତ୍ରଣା ଯୋଗୁ ସେ ୨୦୧୮ରେ ବିଶ୍ୱ ଚାମ୍ପିୟନଶିପ୍‌ ଓ ଏସିଆନ ଗେମ୍ସରେ ଭାଗ ନେଇପାରି ନାହାନ୍ତି। ମଣିପୁରୀ ଭାରୋତ୍ତୋଳିକା ଇଗାଟ୍‌ କପ୍‌ ୪୯ କେଜି ବିଭାଗରେ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୬ଟି ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ମଧ୍ୟରୁ ଏହା ତାଙ୍କର ପ୍ରଥମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri