Posted inଖେଳ

କାଉଣ୍ଟି ପଦାର୍ପଣରେ ରାହାନେଙ୍କ ଶତକ

ନ୍ୟୁପୋର୍ଟ, ୨୩।୫(ପି.ଟି.)- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଚମତ୍କାରଭାବେ କାଉଣ୍ଟି କ୍ରିକେଟରେ ପଦାର୍ପଣ କରିଛନ୍ତି। ହାମ୍ପଶାୟାର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାହାନେ ନିଜ ପ୍ରଥମ ମ୍ୟାଚରେ ନଟିଂହାମଶାୟାର ବିପକ୍ଷରେ ଶତକ ହାସଲ କରିଛନ୍ତି। ଭାରତର ତୃତୀୟ ବ୍ୟାଟ୍ସମ୍ୟାନଭାବେ ରାହାନେ କାଉଣ୍ଟି କ୍ରିକେଟ ପଦାର୍ପଣରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ପୀୟୂଷ ଚାଓ୍ବଲା ସସେକ୍ସ ପକ୍ଷରୁ ଖେଳି ଓ୍ବର୍ସେଷ୍ଟରଶାୟାର ବିପକ୍ଷରେ ଏବଂ ମୁରଲୀ ବିଜୟ ଇସେକ୍ସ ପକ୍ଷରୁ ଖେଳି ନଟିଂହାମଶାୟାର ବିପକ୍ଷରେ ଏହି ସଫଳତା ପାଇଥିଲେ। ନଟିଂହାମଶାୟାର ବିପକ୍ଷ ଡିଭିଜନ-୧ ଗେମ୍‌ରେ ହାମ୍ପଶାୟାର ପକ୍ଷରୁ ପ୍ରଥମ ଇନିଂସରେ ମାତ୍ର ୧୦ ରନ କରିଥିବା ରାହାନେ ଦ୍ୱିତୀୟ ଇନିଂସରେ ୨୬୦ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୧୧୯ ରନର ଇନିଂସ ଖେଳିଥିଲେ। ଏହା ମଧ୍ୟରେ ସେ ୧୪ ଚୌକା ମାରିଥିଲେ। ତୃତୀୟ ଉଇକେଟ ଭାଗୀଦାରିରେ ସେ ସାମ୍‌ ନର୍ଥଇଷ୍ଟଙ୍କ ବିପକ୍ଷରେ ୨୫୭ ରନର ଭାଗୀଦାରି ଗଢ଼ିଥିଲେ। ଇନିଂସର ୫ମ ଓଭରରେ ୩ ନମ୍ବର ବ୍ୟାଟ୍ସମ୍ୟାନଭାବେ କ୍ରିଜକୁ ଆସିଥିବା ରାହାନେ ୭୦ତମ ଓଭରରେ ଅଫ୍‌-ସ୍ପିନର ମାଥ୍ୟୁ କାର୍ଟଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଏଠାରେ ସେ କ୍ୟାରିୟରର ୩୦ତମ ଶତକ ଅର୍ଜନ କରିଥିଲେ। ରାହାନେଙ୍କ ବ୍ୟତୀତ କାଉଣ୍ଟି କ୍ରିକେଟର ଡିଭିଜନ-୧ରେ ଭାରତର ଚେତେଶ୍ୱର ପୂଜାରା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ ଯଥାକ୍ରମେ ୟର୍କଶାୟାର ଓ ନଟିଂହାମଶାୟାର ପକ୍ଷରୁ ଖେଳୁଛନ୍ତି। ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨ଟି ଟେଷ୍ଟ ଖେଳିବ। ତେଣୁ ଟେଷ୍ଟ ସ୍ପେଶାଲିଷ୍ଟ ଖେଳାଳିମାନେ ଅଧିକରୁ ଅଧିକ ମ୍ୟାଚ ଖେଳି ଅଭ୍ୟାସ ଜାରି ରଖନ୍ତୁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri