କହିଦେଉଥାଏ ପରକୁ

ମୀରା ବେଉରା

ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର ପରିଚ୍ଛନ୍ନ ଅର୍ଥାତ୍‍ ଆଖି, କାନ, ନାକ, ପାଟି ଶରୀର, ମୁଣ୍ଡ ଆଦି ପରିଷ୍କାର କରିବା ସହ ଅନ୍ତଃ ପରିଷ୍କାର ଅର୍ଥାତ୍‍ ହିଂସା ,ଈର୍ଷା ଘୃଣା ଆଦିକୁ ତ୍ୟାଗକରି ନିଜ ନିଜ ଭିତରେ କିପରି ସଦ୍‍ଭାବନା ,ଶ୍ରଦ୍ଧା ,ସଦିଚ୍ଛା ରକ୍ଷାକରିବେ ସେ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଲି। ଏହାପରେ ଘରକୁ ଆସି ଦେଖେ ତ ନିଜ ଘରର ଜିନିଷପତ୍ର ସବୁ ଅସଜଡ଼ା ହୋଇ ସେମିତି ପଡ଼ିଛି। ଯେମିତି ଚାହୁଁଥିଲି ସେମିତି ଘରକୁ ସଜାଡ଼ିପାରୁ ନ ଥିଲି, ତେଣୁ ନିଜେ ଲଜ୍ଜିତ ଅନୁଭବକଲି। ଭାବିଲି ମୁଁ ନିଜେ କହୁଛି ଗୋଟେ କଥା କିନ୍ତୁ ତାହା କାର୍ଯ୍ୟରେ ପରିଣତ କରିପାରୁନାହିଁ। ମୋ ଭିତରେ ଯେ ହିଂସା, ଈର୍ଷା, ଘୃଣା କାହା ପ୍ରତି ନ ଥିଲା ତାହା ମୁଁ ସ୍ବୀକାର କରିପାରିବି ନାହିଁ। ଥରେ ଜଣେ ବିଶିଷ୍ଟ ସାମାଜିକ କର୍ମୀଙ୍କୁ ଦେଖିଲି ସେ ସବୁବେଳେ ନିଜ ଶାଶୁଶଶୁରଙ୍କର ସେବା କରୁଥିବାର ସୁନ୍ଦର ସୁନ୍ଦର ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଥିଲେ। କେବଳ ସେତିକି ନୁହେଁ, ସେ ବିଭିନ୍ନ ଜରାଶ୍ରମକୁ ଯାଇ ଲୋକକୁ କେମିତି କୋଳେଇ ନେଇ ଭଲ ପାଉଛନ୍ତି ତାକୁ ମଧ୍ୟ ସୁନ୍ଦର ଭିଡିଓକରି ଦେଖାଉଥିଲେ। ଏସବୁ ଦେଖି ମୁଁ ଭାବୁଥିଲି ସତରେ ଏତେ ଭଲ ମଣିଷ ଅଛନ୍ତି ଏ ସଂସାରରେ। ତା ପରେ କିଛିଦିନ ପରେ ଦେଖିଲି ସେବା କରୁଥିବା ମହିଳା ଜଣକ ଯାହା ବାହାରକୁ ଦେଖାଉଛନ୍ତି ପ୍ରକୃତରେ ସେ ସେପରି ନୁହନ୍ତି। ଆଉ ମଧ୍ୟ ଜାଣିବାକୁ ପାଇଲି ଯେ ସେ ତାଙ୍କ ଶାଶୁଶଶୁରଙ୍କୁ ଘରୁ ସମୂର୍ଣ୍ଣ ବାହାର କରିଦେଇ ନିଜେ ଅଲଗା ଗୋଟିଏ ସୁନ୍ଦର ଫ୍ଲାଟ୍‍ରେ ରହୁଛନ୍ତି। ଆଖିକୁ ବିଶ୍ୱାସ କରିପାରୁ ନ ଥିଲି ମୁଁ। ସତରେ ଯାହା ବାହାରକୁ ଦେଖାଯାଏ ତାହା କଦାପି ସତ ନୁହେଁ। ସେଦିନ ମୋର ଏହା ହୃଦ୍‍ବୋଧ ହେଲା।
ଆଉ ଦିନେ ଦେଖିଲି ଦୁର୍ନୀତି ନିବାରଣ ସପ୍ତାହ ଚାଲିଥାଏ। ଦୂରଦର୍ଶନ ଓ ଖବରକାଗଜରେ ଦେଖିଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତ ଅଫିସର ଦୁର୍ନୀତିକୁ ବିରୋଧକରି ଶପଥ ପାଠ କରୁଥାନ୍ତି ଯେ ସେମାନେ ଦୁର୍ନୀତି କରିବେନାହିଁ କି ଦୁର୍ନୀତିକୁ ପ୍ରଶ୍ରୟ ଦେବେନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଦେଖିଲି, ଜଣେ ସର୍ବାଧିକ ନମ୍ବର ରଖି ଓଏଏସ୍‍ ଟପର ହୋଇଥିବା ଅଫିସର ମାତ୍ର କେଇଟା ଟଙ୍କା ଲାଞ୍ଚ ନେଇ ଶେଷରେ ଧରାପଡ଼ିଥିଲେ ଭିଜିଲାନ୍ସ ଜାଲରେ। କିନ୍ତୁ ସେହି ବ୍ୟକ୍ତି ଦିନେ ଶପଥ ନେଇଥିଲେ ଦୁର୍ନୀତି ନିବାରଣ କରିବା ପାଇଁ।
ଏଇଠି ମନେପଡୁଛି ଆଉ ଜଣେ ମହୀୟସୀ ମହିଳାଙ୍କ କଥା। ଜଣେ ମହିଳା କମିଶନର ଥିଲେ। ସେ ପ୍ରାୟ ସହରର ସବୁ ମଞ୍ଚରେ ଯୌତୁକ ନିର୍ଯାତନା ଅଭିଯୋଗ ବିରୋଧରେ ଓ ଲିଙ୍ଗଗତ ଅସମାନତା ତଥା ମହିଳାମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱଦେବା ସହ ଲମ୍ବା ଭାଷଣ ଦେଇ ଶ୍ରୋତାଙ୍କ ଆସ୍ଥାଭାଜନ ହୁଅନ୍ତି । କିନ୍ତୁ ବହୁଦିନ ବିତିଗଲା ପରେ ଦେଖିଲି, ସେ ନିଜେ ତାଙ୍କ ବୋହୂକୁ ଏତେ ମାତ୍ରରେ ନିର୍ଯାତନା ଦେଲେ ଯେ ବୋହୂ ଶେଷରେ ଆତ୍ମହତ୍ୟା କରିବାକୁ ଯାଇ ନଦୀକୁ ଡେଇଁପଡ଼ିଥିଲା। କିନ୍ତୁ ସ୍ଥାନୀୟ ଲୋକେ ତାକୁ ବଞ୍ଚାଇଥିଲେ। ଏମିତି ବି ଦେଖିବାକୁ ମିଳିଥିଲା ସଡ଼କ ସୁରକ୍ଷା ସପ୍ତାହ ଚାଲିଥତ୍ବା ସମୟରେ । ଏହା ଉପରେ ଲମ୍ବା ଲମ୍ବା ଭାଷଣ ଦେଉଥିବା ବ୍ୟକ୍ତି କିନ୍ତୁ ରାସ୍ତାରେ ଯିବା ସମୟରେ ନିଜେ ହେଲ୍‍ମେଟ୍‍ ନ ପିନ୍ଧି ଅନେକବାର ଦୁର୍ଘଟଣାର ସମ୍ମୁଖୀନ ହୋଇ ମାସ ମାସ ମେଡିକାଲରେ ପଡ଼ିରହନ୍ତି। ଏଇଠି ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି, ସତରେ ଆମେ କହୁ ଗୋଟିଏ କଥା, କିନ୍ତୁ କାର୍ଯ୍ୟରେ ଏହାର ବିପରୀତ କାର୍ଯ୍ୟକରୁ। ଏ ବ୍ୟତିକ୍ରମ କାହିଁକି? । ଆମେ ପ୍ରାୟତଃ ସୋସିଆଲ ମିଡିଆରେ ନିଜକୁ ଯେତିକି ଖୁସି ରହିଥିବାର ଦେଖାଉ ପ୍ରକୃତରେ ଆମେ ସେତିକି ଖୁସି ନ ଥାଉ। ଆଉ ମଧ୍ୟ ଆମେ ନିଜକୁ ଯେତେ ଭଲ ମଣଷଟିଏ ବୋଲି ପ୍ରମାଣ କରିବାକୁ ଚାହୁଁ ପ୍ରକୃତରେ କିନ୍ତୁ ଠିକ୍‍ ଓଲଟା। ଆମେ କହୁଥିବା କଥା ଯଦି ନିଜେ କାର୍ଯ୍ୟରେ ପରିଣତ ନ କରିବା ତେବେ ସୁନାର ଭାରତ ଗଢ଼ିବା ପାଇଁ ଯେଉଁ ସ୍ବପ୍ନ ଆମ ପୂର୍ବସୁରୀମାନେ ଦେଖିଥିଲେ ତାହା କଦାପି ସମ୍ଭବ ହେବନାହିଁ। ଉଚ୍ଚାରଣ ଓ ଆଚରଣ ଭିତରେ ଯଦି ପ୍ରାର୍ଥକ୍ୟ ରହେ ତେବେ ଆମେ ନିଜ ସହ ଛଳନା କରୁନାହୁଁ ତ ଆଉ କଣ?
ଦେଉଳସାହି, ତୁଳସୀପୁର,କଟକ
ମୋ:୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?