Posted inଖେଳ

କଳିଙ୍ଗରେ ଜାତୀୟ ପୁରୁଷ ହକି କ୍ୟାମ୍ପ : ଦିଲପ୍ରୀତଙ୍କ ପ୍ରତ୍ୟାବର୍ତ୍ତନ, ଓଡ଼ିଶାରୁ ୫ ସାମିଲ

ନୂଆଦିଲ୍ଲୀ,୨୯।୧୨(ପି.ଟି.)- ଆସନ୍ତା ମାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ହକି ଇଣ୍ଡିଆ ଶନିବାର ଏକ ୩୨ ଜଣିଆ ସମ୍ଭାବ୍ୟ ପୁରୁଷ ଦଳ ଘୋଷଣା କରିଛି। ଦୁଇ ସପ୍ତାହ ଧରି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଥିବା ଜାତୀୟ କୋଚିଂ କ୍ୟାମ୍ପରେ ଏହି ଖେଳାଳିମାନେ ଯୋଗ ଦେବା ସହ ହେଡ କୋଚ୍‌ ଗ୍ରାହମ ରିଡଙ୍କୁ ରିପୋର୍ଟ କରିବେ। ଜାନୁୟାରୀ ୧୮ ଓ ୧୯ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳିବା ସହ ହକି ପ୍ରୋ ଲିଗ୍‌ରେ ପଦାର୍ପଣ କରିବ।
ଯୁବ ଷ୍ଟ୍ରାଇକର ଦିଲପ୍ରୀତ୍‌ ସିଂ ପ୍ରତ୍ୟାବର୍ତ୍ତନ କରି ଏହି ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି। ୨୦୧୮ ବିଶ୍ୱକପ୍‌ରେ ସେ ଶେଷଥର ପାଇ ଦଳରେ ସ୍ଥାନ ପାଇଥିଲେ। ସୁଲତାନ ଜୋହର କପ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସମ୍ଭାବ୍ୟ ଦଳରେ ୫ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଡ୍ରାଗ ଫ୍ଲିକର ଅମିତ ରୋହିଦାସଙ୍କ ସମେତ ଦୀପାସନ ତିର୍କୀ, ନୀଲମ ସଞ୍ଜୀପ ଖେସ ଓ ଶିଳାନନ୍ଦ ଲାକ୍ରାଙ୍କ ଭଳି ଯୁବ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ଘୋଷିତ ହୋଇଥିବା ଏହି କୋର ଗ୍ରୁପ୍‌ରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି। ୧୦ ମାସର ଇଞ୍ଜୁରୀ ବ୍ରେକ୍‌ ପରେ ଅଭିଜ୍ଞ ମିଡ୍‌ଫିଲ୍ଡର ଚିଙ୍ଗ୍‌ଲେନସାନା ସିଂ ମଧ୍ୟ ଏହି କୋର ଗ୍ରୁପ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶେଷଥର ପାଇଁ ସେ ୨୦୧୮ ପୁରୁଷ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିଲେ। ସେହିପରି ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିବା ଏସ୍‌ଭି ସୁନୀଲଙ୍କ ସମେତ ଆକାଶଦୀପ ସିଂ, ରମନଦୀପ ସିଂ, ସିମରନଜିତ ସିଂ, ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ, ଗୁରସାହିବଜିତ ସିଂ, ଶମଶେର ସିଂ ଓ ଅନ୍ୟମାନେ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି। ଦୀର୍ଘଦିନର ବିଶ୍ରାମ ପରେ ଖେଳାଳିମାନେ ପୁଣି ନୂଆ କ୍ୟାମ୍ପରେ ଯୋଗ ଦେବେ ଓ ଦଳର ଯୋଜନା ଓ ରଣନୀତି କାର୍ଯ୍ୟକାରୀ କରିବାକୁ ଭଭୟ ମାନସିକ ଓ ଶାରୀରିକ ଫିଟ୍‌ନେସର ପ୍ରମାଣ ଦେବେ ବୋଲି କୋଚ୍‌ ରିଡ୍‌ କହିଛନ୍ତି। ଆସନ୍ତା ଦୁଇ ସପ୍ତାହରେ ଆମେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଉପରେ ଫୋକସ କରିବୁ ବୋଲି ସେ କହିଛନ୍ତି।
ଖେଳାଳି ତାଲିକା:
ପି.ଆର. ଶ୍ରୀଜେସ୍‌, କ୍ରିଷନ ବାହଦୂର ପାଠକ, ହରମନପ୍ରୀତ ସିଂ, ଦିଲପ୍ରୀତ ସିଂ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୁପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥାଜିତ୍‌ ସିଂ ଖଡଙ୍ଗବାମ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଲକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ୍‌ ସିଂ, ଆକାଶଦୀପ ସିଂ, ରମନଦୀପ ସିଂ, ଏସ୍‌ଭି ସୁନୀଲ, ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ, ଗୁରସାହିବଜିତ ସିଂ, ଶମଶେର ସିଂ, ସୁରଜ କାରକେରା, ଜରମନପ୍ରୀତ ସିଂ, ଦୀପସାନ ତିର୍କୀ, ନୀଲମ ସଞ୍ଜୀପ୍‌ ଖେସ, ଜସରକରନ ସିଂ, ରାଜକୁମାର ପାଲ, ଗୁର୍ଜନ୍ତ ସିଂ, ସୁମିତ, ଶିଳାନନ୍ଦ ଲାକ୍ରା ଓ ଚିଙ୍ଗଲେନସାନା ସିଂ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri