କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ କମିଶନର

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟାରେ ଭାଙ୍ଗି ପଡିଥିବା କଳିଙ୍ଗ ଷ୍ଟାଡିୟମ ଇତିମଧ୍ୟରେ ପୁଣିଥରେ ନୂଆରୂପରେ ଛିଡା ହୋଇଯାଇଛି। ଷ୍ଟାଡିୟମରେ ଏବେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ ପୁରୁଷ ପ୍ରତିଯୋଗିତା ଥିବାରୁ ରାଜଧାନୀ ଭୁବନେଶ୍ୱର ହକିର ମାହୋଲ ଦେଖିବାକୁ ମିଳିଛି। ଗୁରୁବାରରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ପହଞ୍ଚତ୍ଗଲେଣି ଭାରତ ସମେତ ଆଠଟି ଦଳ। ସେମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ତପତ୍ର ହୋଇଛି କମିଶନରେଟ୍‌ ପୋଲିସ। କଳିଙ୍ଗ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବୁଧବାର ଯାଞ୍ଚ କରିଛନ୍ତି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି। ଆଠଟି ଟିମ୍‌ ମ୍ୟାନେଜରଙ୍କ ସହ ପୋଲିସ କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି। ଏହାସହ ହୋଟେଲରୁ ଷ୍ଟାଡିୟମକୁ ଖେଳାଳିମାନେ ଯେଉଁ ରାସ୍ତା ଦେଇ ଯିବେ ଉକ୍ତ ରାସ୍ତାରେ ବୁଧବାର ପୋଲିସ ସୁରକ୍ଷା ବଳ ରିହସଲ୍‌ କରିଛି।
ପୋଲିସ ନଜରରେ କଳିଙ୍ଗ ଷ୍ଟାଡିୟମ ରହିଛି। ଖେଳାଳିଙ୍କ ସୁରକ୍ଷା, ହୋଟେଲ ସୁରକ୍ଷା, ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ଏବଂ ଦେଶ ବାହାରୁ ଆସିଥିବା ଦର୍ଶକଙ୍କ ସ୍ବତନ୍ତ୍ର ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ୧୬ ପ୍ଲ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏହାସହ ସୁରକ୍ଷା ଦାୟିତ୍ୱରେ ୭୫ଜଣ ଅଫିସରଙ୍କୁ ନିୟୋଜିତ କରାଯିବା ସହ ସମ୍ପୂର୍ଣ୍ଣ ଷ୍ଟାଡିୟମ ଉପରେ ନଜର ରଖିବା ପାଇଁ ୭୦ଟି ସିସିଟିଭି ଲଗାଯାଇଛି ବୋଲି କମିଶନର ସତ୍ୟଜିତ୍‌ ମହାନ୍ତି ପ୍ରକାଶ କରିଛନ୍ତି। ବୁଧବାର ଷ୍ଟାଡିୟମ ପରିସରରେ କମିଶନର ଖେଳିବାକୁ ଥିବା ରୁଷିଆ, ଉଜବେକିସ୍ଥାନ, ଜାପାନ, ମେକ୍ସିକୋ, ୟୁଏସଏ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଭାରତ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କିଭଳି କରାଯାଇଛି ସେ ବିଷୟରେ ସେମାନଙ୍କୁ ଅବଗତ କରାଇବା ସହ ଆଉ କି ପ୍ରକାର ସୁରକ୍ଷା ଆବଶ୍ୟକ ରହିଛି ସେନେଇ ମଧ୍ୟ ମତାମତ ନେଇଛନ୍ତି। ଯଦି ଖେଳାଳିଙ୍କ କୌଣସି ଅସୁବିଧା ହୁଏ ସେମାନେ କେଉଁ ପୋଲିସ ଅଧିକାରୀଙ୍କୁ ଜଣାଇବେ ତାହା ସେମାନଙ୍କୁ କୁହାଯାଇଛି।
କଳିଙ୍ଗ ଷ୍ଟାଡିୟମକୁ ଖେଳାଳିମାନେ ଅଭ୍ୟାସ ମ୍ୟାଚ ଖେଳିବାକୁ ଯାଉଥିବାରୁ ସେମାନଙ୍କୁ ପିଏସ୍‌ଓ ଏବଂ ଏସକଟ୍‌ ଯୋଗାଇ ଦିଆଯାଇଛି। ଗୁରୁବାରରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ବିଶ୍ୱ ହକି ଆୟୋଜନ ସମୟରେ ପୋଲିସର ଅଭିଜ୍ଞତାକୁ ଭିିତ୍ତିକରି ଏଫଆଇଏଚ୍‌ ସିରିଜ୍‌ ଫାଇନାଲକୁ ସୁରୁଖୁରୁରେ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ବୁଧବାରଠାରୁ ଷ୍ଟାଡିୟମ ପରିସରରେ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri