କରୋନାକୁ ପତ୍ନୀ ସହ ତୁଳନା କଲେ ଇଣ୍ଡୋନେସିଆ ମନ୍ତ୍ରୀ !

ଜାକର୍ତ୍ତା,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ନିକଟରେ କରୋନା ଭାଇରସକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଇଣ୍ଡୋସେନିଆର ସିକ୍ୟୁରିଟି ମନ୍ତ୍ରୀ ମହମ୍ମଦ ମହଫୁଦ ଏମ୍‌ଡି ବିବାଦ ଘେରକୁ ଚାଲି ଆସିଛନ୍ତି। ସେ କରୋନା ଭାଇରସକୁ ପତ୍ନୀ ସହ ତୁଳନା କରିଥିବାରୁ ବିବାଦ ମୁଣ୍ଡ ଟେକିଛି। କୁହାଯାଉଛି କି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର କରିବାକୁ ସେ ଏପରି କହିଥିବା ବେଳେ ଏବେ ଏହାକୁ ଇଣ୍ଡୋନେସିଆର କେତେକ ମହିଳା ସଙ୍ଗଠନ ଓ ସୋସିଆଲ ମିଡିଆ ୟୁଜର୍ସ ବିରୋଧ କରିଛନ୍ତି। ସେ ଅନ୍‌ଲାଇନରେ ଏକ ସମ୍ବୋଧନ ଦେବା ସମୟରେ ଏହା କହିଥିବା ଜଣାପଡିଛି। ସେ କହିଥିଲେ ଆମକୁ ଏବେ କରୋନା ଭାଇରସ ସହ ବଞ୍ଚିବାକୁ ପଡିବ ସେଥିପାଇଁ ଆମେ ଆମ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର। ସେ ତାଙ୍କର ଜଣେ ବନ୍ଧୁଙ୍କର ମଜାଳିଆ ଉକ୍ତିର ଉଦାହରଣ ଦେଇ କହିଥିଲେ, କରୋନା ହେଉଛି ଆପଣଙ୍କ ପତ୍ନୀ ସଦୃଶ। ଆରମ୍ଭରୁ ଆପଣ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ପରେ ଏହାସହ ମିଶି ବଞ୍ଚିବା ଶିଖି ଯିବେ। ତେଣୁ ଆମକୁ କରୋନା ସହ ମିଶି ବଞ୍ଚିବା ଶିଖିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri