Odisha Elections 2024

କରୋନା ଯୋଦ୍ଧା କରିଛ, ସମାନ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୩ା୫-ଆଗଧାଡିର କରୋନା ଯୋଦ୍ଧାଭାବେ ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପାଳନ ଓ ଜନସାଧାରଣଙ୍କୁ ସେବା ଯୋଗାଇବାସତ୍ତ୍ୱେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ)ର କର୍ତ୍ତବ୍ୟରତ ଆୟୁଷ ଡାକ୍ତର, ଫର୍ମାଶିଷ୍ଟ, ଏଏନ୍‌ଏମମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁ ନାହିଁ। ଏ ନେଇ ବଲାଙ୍ଗୀର ଜିଲା ଆରବିଏସ୍‌କେ ଷ୍ଟାଫ୍‌ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ଶନିବାର ଏହି ସଂଘର ଆୟୁଷ ଡାକ୍ତର, ଫର୍ମାଶିଷ୍ଟ ଓ ଏଏନ୍‌ଏମ୍‌ମାନେ ସିଡିଏମ୍‌ଓ ଡା. ନାରାୟଣ ଥନାପତିିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଦଫା ସମ୍ବିଳିତ ଦାବିପତ୍ର ପ୍ରଦାନ କରିଥିଲେ ା ଏହି ଦାବିପତ୍ରରେ କୋଭିଡ-୧୯ ମୁକାବିଲାରେ ଆରବିଏସ୍‌କେ ଷ୍ଟାଫ୍‌ମାନେ ଆଗଧାଡି କରୋନା ଯୋଦ୍ଧା ହୋଇଥିଲେ ମଧ୍ୟ ସେମାନଙ୍କୁ କୋଭିଡ-୧୯ର ଇନ୍‌ସେନ୍‌ଟିଭ୍‌, ସ୍ବାସ୍ଥ୍ୟବୀମା ଏବଂ ଅନ୍ୟ କରୋନା ଯୋଦ୍ଧାଙ୍କୁ ମିଳୁଥିବା ସୁବିଧା ସୁଯୋଗ ଦିଆଯାଉନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆରବିଏସ୍‌କେ ଷ୍ଟାଫ୍‌ମାନେ କରୋନା ମୁକାବିଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ, କଣ୍ଟେନମେଣ୍ଟ ଜୋନ୍‌, ପ୍ରବାସୀଙ୍କ ହୋମ ଆଇସୋଲେସନ୍‌, ସ୍ବାବ୍‌ ପରୀକ୍ଷା ପାଇଁ ପଠାଇବା କାର୍ଯ୍ୟ କରୁଛନ୍ତି। ହେଲେ ସେମାନଙ୍କୁ ସ୍ବାସ୍ଥ୍ୟବୀମା, ଇନ୍‌ସେନ୍‌ଟିଭରୁ ବାଦ୍‌ ଦିଆଯାଇଛି ା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରିତ ଦାବିପତ୍ରରେ ଅନ୍ୟ କରୋନା ଯୋଦ୍ଧା ଭାବେ ସରକାରଙ୍କ ଘୋଷିତ ସମାନ ସୁବିଧା ସୁଯୋଗ ଓ ସ୍ବାସ୍ଥ୍ୟବୀମା, ଇନ୍‌ସେନ୍‌ଟିଭ ଯୋଗାଇବାକୁ ଦାବି କରିଛନ୍ତି ା ଅନ୍ୟ ସରକାରୀ ବିଭାଗରେ ୬ ବର୍ଷ ଧରି କାର୍ଯ୍ୟ କରିବା ପରେ ସେମାନଙ୍କୁ ରେଗୁଲାର କରାଯାଉଥିବାବେଳେ ଏଠାରେ ଆରବିଏସ୍‌କେ ଟିମ୍‌ରେ ୬ ବର୍ଷରୁ ଉର୍ଦ୍ଧ୍ୱ କାମ କରିବା ପରେ ମଧ୍ୟ ସେମାନଙ୍କୁ ରେଗୁଲାର କରାଯାଉ ନଥିବା ଅଭିଯୋଗ କରି ତୁରନ୍ତ ଏଦିଗରେ ପକ୍ଷେପ ଗ୍ରହଣ କରିବାକୁ ଅନୁରୋଧ ଜଣାଇଛନ୍ତି ା ସଂଘ ସଭାପତି ବିଶ୍ୱଜିତ ମିଶ୍ର, ସମ୍ପାଦକ ହୃଦାନନ୍ଦ ମେହେର, ଡା ମଧୁସ୍ମିତା ମେହେର, କିଶୋର ସାହୁ ସିଡିଏମ୍‌ଓ ଡା ଥନାପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ା ଏ ଦିଗରେ ସେ ବିହିତ ପଦକ୍ଷେପ ନେବେ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଥିଲେ ା ଏହାପରେ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ନିର୍ବାଚନ ଆସିଲେ ଭାଜପା ନେତା ଆସନ୍ତି: ପାଣ୍ଡିଆନ

ବଲାଙ୍ଗୀର/ସଇଁନ୍ତଲା,୧୭ା୫ (ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ଟିଟିଲାଗଡ ନିର୍ବାଚନମଣ୍ଡଳୀର ସଇଁତଲା, କଣ୍ଟାବାଞ୍ଜି...

କ୍ଷମତାକୁ ଆସିଲେ ପ୍ରଥମେ ଜାତି ଜନଗଣନା: ରାହୁଲ

ବଲାଙ୍ଗୀର,୧୬ା୫(ବୀରେନ୍ଦ୍ର କୁମାର ଝାଙ୍କର)ଦେଶରେ ଗରିବ, ଖଟିଖିଆ, ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ଚାଷୀ ମୂଲିଆଙ୍କୁ ଉଚିତ ଭାଗୀଦାରି ମିଳୁନାହିଁ। ସେମାନେ କେବଳ ଜିଏସ୍‌ଟି ଦେଉଛନ୍ତି। ତେବେ ଏହି...

ଗରିବ ମହିଳା, ବେକାରୀଙ୍କ ପାଇଁ ମାସକୁ ୮୫୦୦ ଟଙ୍କା ଘୋଷଣା କଲେ ରାହୁଲ

ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ଯେଉଁ ସମ୍ବିଧାନ ଦେଶର ଅଗଣିତ ଚାଷୀ, ଗରିବ, ଖଟିଖିଆ, ମଜଦୂର, ମହିଳା, ଯୁବକ, ଯୁବତୀଙ୍କୁ ବଞ୍ଚିବାର ଅଧିକାର ଦେଇଛି, ସେଇ ସମ୍ବିଧାନକୁ ଭାଜପା...

ରାହୁଲଙ୍କ ବଡ଼ ଘୋଷଣା, ଜୁଲାଇ ୪ରୁ ଅକାଉଣ୍ଟକୁ ଆସିବ ଟଙ୍କା, ଅଙ୍ଗନବାଡି କର୍ମୀଙ୍କୁ ମିଳିବ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ କଂଗ୍ରେସ କରିଛି ତଗଡା ପ୍ରଚାର। କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ...

ଭାଜପା ନେତାଙ୍କଠାରୁ ପୁଳାପୁଳା ଟଙ୍କା ଜବତ

ଟିଟିଲାଗଡ଼,୧୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କଠାରୁ ନିର୍ବାଚନ ଯାଞ୍ଚ ସ୍କାର୍ଡ ପୁଳାପୁଳା ଟଙ୍କା ଜବତ କରିଛି। ତାଙ୍କ ନିକଟରୁ ପ୍ରାୟ...

ବଲାଙ୍ଗୀରରେ ବଡ଼ ବୟାନ ଦେଲେ ରାହୁଲ, କହିଲେ ଆମେ ସରକାରକୁ ଆସିଲେ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ ପହଞ୍ଚଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ବଲାଙ୍ଗୀର ଜନ ଆଶୀର୍ବାଦ ସଭାରେ ରାହୁଲ ସାମିଲ ହୋଇ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି।...

୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ:ଶେଷ ପର୍ଯ୍ୟାୟରେ ପସ୍ତୁତି

ବଲାଙ୍ଗୀର, ୧୩।୫ (ସୁନୀଲ କୁମାର ମହାନ୍ତି): ଆସନ୍ତା ୧୫, ବୁଧବାର କଂଗ୍ରେସର ଲୋକପ୍ରିୟ ନେତା ରାହୁଲ ଗାନ୍ଧି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri