କରୋନା ଯୁଦ୍ଧରେ ଟେକ୍ନୋଲୋଜି ଅସ୍ତ୍ର

ସସ୍ମିତା ପାଇକରାୟ
ଭୁବନେଶ୍ୱର,୬ା୫(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶରେ ରୋଲ୍‌ ମଡେଲ ସାଜିଛି। ଯୁଦ୍ଧ ଜିତିବାକୁ ରାଜ୍ୟ ସରକାର ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ କୌଶଳକୁ ଅସ୍ତ୍ର କରିଛନ୍ତି। ଆଗୁଆ ଯୋଜନା ଓ କଟକଣାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାରେ ଟେକ୍ନୋଲୋଜିର ବଡ଼ ଭୂମିକା ରହିଛି। କଣ୍ଟ୍ରୋଲ୍‌ ରୁମ୍‌ ହେଉ କି ଭର୍ଚୁଆଲ ମିଟିଂ ଅବା କରୋନା ସନ୍ଦିଗ୍ଧଙ୍କୁ ଟ୍ରାକିଂ ସବୁଠି ସାହାରା ପାଲଟିଛି ଏହି ଟେକ୍ନୋଲୋଜି। କେବଳ ସରକାର ନୁହନ୍ତି, ଛୋଟ ଓ ବଡ଼ ଶିଳ୍ପାନୁଷ୍ଠାନ, ଷ୍ଟାର୍ଟଅପ୍‌ ସଂସ୍ଥା, ଇନ୍‌କ୍ୟୁବେଟର୍‌ଗୁଡ଼ିକ ମଧ୍ୟ ଲକ୍‌ଡାଉନ୍‌ ସମୟରେ ନିଜ ବ୍ୟବସାୟ ଚଲାଇବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି। ସେହିଭଳି ରେଷ୍ଟୁରାଣ୍ଟ, ଗ୍ରସେରି ଷ୍ଟୋର୍‌, ପନିପରିବା ଓ ଫଳ ଦୋକାନ, ଲଣ୍ଡ୍ରୀ ସର୍ଭିସ୍‌ ଆଦି ଇ-କମର୍ସ ସହ ଯୋଡ଼ିହୋଇ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛନ୍ତି।
ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନରେ ଓଡ଼ିଶା ପ୍ରଥମ ରାଜ୍ୟ
ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ କରିଥିଲା। ମାର୍ଚ୍ଚ ୪ ପରଠାରୁ ଏଥିପାଇଁ ସ୍ବତନ୍ତ୍ର ଓ୍ବେବ୍‌ପୋର୍ଟାଲ ସହ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଥିଲା। ପୂର୍ବରୁ ରହିଥିବା ୧୦୪ ହେଲ୍ପଲାଇନ୍‌କୁ କୋଭିଡ୍‌-୧୯ ଇନ୍‌ବାଉଣ୍ଡ୍‌ କଲ୍‌ ସେଣ୍ଟରରେ ରୂପାନ୍ତରିତ କରାଯାଇଥିବାବେଳେ ‘ମୋ ସରକାର’ ହେଲ୍ପଲାଇନ୍‌କୁ ଆଉଟ୍‌ବାଉଣ୍ଡ୍‌ କଲ୍‌ସେଣ୍ଟର କରାଯାଇଛି। ‘ମୋ ସରକାର’ ହେଲ୍ପଲାଇନ୍‌ ଦ୍ୱାରା ହୋମ୍‌ କ୍ୱାରାଣ୍ଟାନ୍‌ରେ ରହୁଥିବା ଲୋକଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ରଖାଯାଉଛି। ସେହିଭଳି ଜରୁରିକାଳୀନ ସ୍ବାସ୍ଥ୍ୟସେବା ପାଇଁ ସରକାର ଟେଲି ମେଡିସିନ ହେଲ୍ପଲାଇନ ନଂ.୧୪୪୧୦ ସେବା ଆରମ୍ଭ କରିଛନ୍ତି। କଲ୍‌ ସେଣ୍ଟରରେ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଡାକ୍ତରମାନେ ଲୋକଙ୍କୁ ୨୪ ଘଣ୍ଟା କୋଭିଡ୍‌-୧୯ ସମ୍ପର୍କିତ ସ୍ବାସ୍ଥ୍ୟସୂଚନା ଯୋଗାଇ ଦେବାସହ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏସବୁ କେବଳ ଟେକ୍ନୋଲୋଜି ଦ୍ୱାରା ସମ୍ଭବ ହୋଇପାରିଛି।
ଟେକ୍‌-ଡ୍ରିଭେନ୍‌ ମେଡିକାଲ ସର୍ଭିସ୍‌
କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର ହେଉଛି ଅତ୍ୟାଧୁନିକ ଚିକିତ୍ସା ଉପକରଣ। ଟେକ୍‌-ଡ୍ରିଭେନ୍‌ ମେଡିକାଲ ସଲ୍ୟୁଶନ୍‌କୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟର ମୋଟ ୨୭ଟି କୋଭିଡ୍‌-୧୯ ହସ୍ପିଟାଲରେ କଟିଂ ଏଜ୍‌ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସେହିଭଳି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ନେତୃତ୍ୱରେ କୋଭିଡ୍‌-୧୯ ସମ୍ପର୍କିତ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ପରିଚାଳିତ ହେଉଛି। ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭେଲାନ୍ସ ପ୍ରୋଗ୍ରାମ(ଆଇଏସ୍‌ଡିପି), ଡିଜିଜ୍‌ ସର୍ଭେଲାନ୍ସ ଏବଂ କଣ୍ଟାକ୍ଟ ଟ୍ରେସିଂ ସେଣ୍ଟର ଦ୍ୱାରା କୋଭିଡ୍‌-୧୯ ଲକ୍ଷଣ ଥିବା ରୋଗୀଙ୍କ ଉପରେ ନଜର ରଖାଯାଉଛି। ସେହିଭଳି ଟେକ୍ନୋଲୋଜି ସାହାଯ୍ୟରେ ଡୋର୍‌ଷ୍ଟେପ୍‌ ମେଡିକାଲ ସର୍ଭିସ୍‌ ଯୋଗାଇ ଦିଆଯାଉଛି।
ଇ-କମର୍ସକୁ ପ୍ରାଥମିକତା
ସମସ୍ତ ଜିଲାର ଜିଲାପାଳ, ମ୍ୟୁନିସିପାଲ୍‌ ଏବଂ ପୋଲିସ୍‌ ଅଧିକାରୀ ଲକ୍‌ଡାଉନ୍‌ରେ ସମସ୍ତଙ୍କ ନିକଟରେ ଜରୁରିକାଳୀନ ସେବା ଏବଂ ସାମଗ୍ରୀ ଉପଲବ୍ଧ କରାଇବାକୁ ଟେକ୍ନୋଲୋଜିର ସାହାଯ୍ୟ ନେଉଛନ୍ତି। ବିଶେଷକରି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଲୋକଙ୍କ ହାତ ପାଆନ୍ତାରେ ସମସ୍ତ ସାମଗ୍ରୀ ଯୋଗାଇଦେବାକୁ ଇ-କମର୍ସ ପ୍ଲାଟ୍‌ଫର୍ମ ଗୁରୁତ୍ୱ ବହନ କରୁଛି। ଏହାଦ୍ୱାରା ଉଭୟ ଗାଁ ଓ ସହରରେ ହୋମ୍‌ ଡେଲିଭରି ବ୍ୟବସ୍ଥା ସମ୍ଭବ ହୋଇପାରୁଛି।
ସେମିନାର ବଦଳରେ ‘ଓ୍ବେବିନାର୍‌’
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଜନସାଧାରଣଙ୍କୁ ତଥ୍ୟ ଦେବାସହ ବିଭିନ୍ନ ବିଷୟରେ ଫିଡ୍‌ବ୍ୟାକ୍‌ ପାଇଁ ଏବେ ଫେସ୍‌ବୁକ୍‌, ଟୁଇଟର ଓ ୟୁଟ୍ୟୁବ୍‌ ଭଳି ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି। ମନ୍ତ୍ରୀ, ପ୍ରଶାସକଙ୍କ ସହ ବିଭାଗୀୟ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସ, ଟେଲି ଓ ଭିଡିଓ କଲିଙ୍ଗ୍‌ ମାଧ୍ୟମରେ ପ୍ରତିଦିନ କରୋନା ମୁକାବିଲାର ସମୀକ୍ଷା କରୁଛନ୍ତି। ସେହିଭଳି ବିଭିନ୍ନ ବିଭାଗ ପକ୍ଷରୁ ସେମିନାର ପରିବର୍ତ୍ତେ ଭର୍ଚୁଆଲ୍‌ ଓ୍ବେବିନାର୍‌ ଏବଂ ଅନ୍‌ଲାଇନ୍‌ ଟ୍ରେନିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଟ୍ରେସିଂ ଓ ଟ୍ରାକିଂରେ ଟେକ୍ନୋଲୋଜି
ବାହାର ଫେରନ୍ତାଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ସେମାନଙ୍କୁ ଚିହ୍ନଟ କରିବାକୁ ମୋବାଇଲ୍‌ ଟ୍ରାକିଂର ସହାୟତା ନିଆଯାଇଛି। ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍‌ଙ୍କ ମାଧ୍ୟମରେ ମାତ୍ର କିଛିଦିନରେ ଲକ୍‌ଡାଉନ୍‌ରେ ଓଡ଼ିଶା ଆସିଥିବା ମୋଟ ୨୯୦୦ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସସ୍ମିତା ପାଇକରାୟ ଚିହ୍ନଟ କରାଯାଇଛି। ଏହାବ୍ୟତୀତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାକିଂ ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଉଛି।
ଡ୍ରୋନ୍‌ ରଖୁଛି ନଜର, କରାଯାଉଛି ବିଶୋଧନ
ପ୍ରଥମେ ଭୁବନେଶ୍ୱରର ସୂର୍ଯ୍ୟନଗର ଏବଂ ବମିଖାଲ କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଡ୍ରୋନ୍‌ ଦ୍ୱାରା ପୋଲିସ ପୂରା ନଜର ରଖିଥିଲା। ଏଥିସହ ବିଭିନ୍ନ ଅଞ୍ଚଳରେ ଘୂରିବୁଲି ଅମାନିଆଙ୍କୁ ଧରିଥିଲା। ଡ୍ରୋନ୍‌ରେ ଥିବା ଅନ୍ୟାଧୁନିକ ଟେକ୍ନୋଲୋଜି କେବଳ କ୍ୟାମେରାରେ ଦୃଶ୍ୟ କଏଦ କରୁନି, ବରଂ ଅଡିଓ ସିଷ୍ଟମ ମାଧ୍ୟମରେ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶକୁ ଲୋକଙ୍କ ନିକଟରେ ପହଞ୍ଚାଉଛି। ନିୟମ ମାନୁ ନ ଥିବା ଲୋକଙ୍କୁ କଡ଼ା ତାଗିଦ୍‌ କରୁଛି। ସେହିଭଳି ବିଶୋଧନ କ୍ଷେତ୍ରରେ ମଧ୍ୟ ଡ୍ରୋନ୍‌ର ବ୍ୟବହାର ହେଉଛି। ବିଭିନ୍ନ ସ୍ଥାନରେ ଭୂତାଣୁ ନାଶକ ବିଶୋଧକ ସ୍ପ୍ରେ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri