କରୋନା ନେଲାଣି ୨୬ ମୁଣ୍ଡ

ବେଜିଂ,୨୫ା୧(ପି.ଟି.): ଚାଇନାରେ କରୋନା ଭୂତାଣୁ ନେଲାଣି ୨୬ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୮୩୦ରୁ ଊର୍ଦ୍ଧ୍ୱ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚାଇନା ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସମେତ ୧୩ଟି ସହରକୁ ଗମନାଗମନ ବନ୍ଦ କରିଦିଆଯିବା ସହ ଏହି ସହରଗୁଡ଼ିକୁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ୪୧ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ୟୁହାନକୁ କେହି ନ ଯିବା ପାଇଁ ପୂର୍ବରୁ ସରକାର ଆଡଭାଇଜରି ଜାରି କରିଥିଲେ। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ୟୁହାନରେ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି। ୬ ଦିନରେ ହସ୍ପିଟାଲ ନିର୍ମାଣ ସମ୍ପୂର୍ଣ୍ଣ ହେବ। କେନ୍ଦ୍ରୀୟ ହୁବେଇ ପ୍ରଦେଶର ଜିଆନିଆଙ୍ଗ, ଜିଆଓଗାନ, ଇନ୍‌ଶି, ଝିଜିଆଙ୍ଗ ସହରକୁ ବସ୍‌ ଓ ଟ୍ରେନ୍‌ ଚଳାଚଳ ସମେତ ସାଧାରଣ ପରିବହନ ସେବା ବନ୍ଦ କରିଦିଆଯାଇଛି। ସାର୍ସ (ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌) ସହ ଏହି ଭାଇରସ୍‌ର ସାମଞ୍ଜସ୍ୟ ରହିଥିବାରୁ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ୨୦୦୨-୦୩ରେ ସାର୍ସ ସଂକ୍ରମଣ ଯୋଗୁ ଚାଇନା ଓ ହଂକଂରେ ୬୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ପ୍ରତିକାର ବ୍ୟବସ୍ଥା ସ୍ବରୂପ ଝିଜିଆଙ୍ଗ, ଇନ୍‌ଶି ସହ ସମସ୍ତ ବ୍ୟବସାୟ କାରବାର ବନ୍ଦ ରଖିଛି। ସେହିପରି ଜିଙ୍ଗଝୋଉ ସହରରୁ ରେଳସେବା ବନ୍ଦ ରଖାଯାଇଛି। ହୁଆଙ୍ଗ୍‌ଶି ଶୁକ୍ରବାର ସ୍ଥଳପଥ ସହ ଜଳପଥ ପରିବହନ ରୁଟ୍‌କୁ ବନ୍ଦ କରିଛି।
କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍‌ବେଗ ପ୍ରକାଶ କରିବା ସହ ଚାଇନା ପାଇଁ ଜରୁରୀ ପରିସ୍ଥିତି ଜାରି କରିଛି। ଫଳରେ ଚାଇନା କର୍ତ୍ତୃପକ୍ଷ ଚାନ୍ଦ୍ର ନବବର୍ଷରେ ବିଭିନ୍ନ ମନ୍ଦିରକୁ ବନ୍ଦ ରଖିଛନ୍ତି। ଏପରିକି ଫର୍‌ବିଡିନ୍‌ ସିଟି ଓ ଗ୍ରେଟ୍‌ ଓ୍ବାଲ୍‌ର କିଛି ଅଂଶକୁ ମଧ୍ୟ ବନ୍ଦ କରିଦିଆଯାଇଛି। ନବବର୍ଷ ଛୁଟି ଆରମ୍ଭ ହୋଇଥିବାବେଳେ ଭୂତାଣୁ ସଂକ୍ରମଣ ଭୟ ବୃଦ୍ଧି ପାଇଛି। ଲୋକମାନଙ୍କୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଭିଏତ୍‌ନାମ, ସିଙ୍ଗାପୁର, ଜାପାନ, ଭାରତ, ତାଇଓ୍ବାନ, ବ୍ରିଟେନ୍‌ ଓ ଆମେରିକାରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହେଲେଣି।
ୟୁହାନରେ ଗତମାସଠାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ସଂକ୍ରମଣ ଯୋଗୁ ଫାର୍ମାସିଗୁଡ଼ିକରେ ଯୋଗାଣ ସଙ୍କଟ ଦେଖାଯାଇଛି। ଭୟଭୀତ ଲୋକମାନେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବହୁସଂଖ୍ୟାରେ ହସ୍ପିଟାଲ ଆସୁଥିବା ଦେଖାଯାଇଛି। ପ୍ରଥମେ ପ୍ରାଣୀ ଶରୀରରୁ ଏହି ଭୂତାଣୁ ମଣିଷ ଦେହକୁ ସଂକ୍ରମିତ ହୋଇଥିଲା। ପରେ ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପୁଥିବାରୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ୧୧ ନିୟୁତ ଜନସଂଖ୍ୟା ବିଶିଷ୍ଟ ୟୁହାନ ଏବଂ ୭ ନିୟୁତ ଲୋକ ରହୁଥିବା ହୁଆଙ୍ଗଗାଙ୍ଗ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri