କରୋନା କଟକଣା: ରୂପ୍‌ସା ଝୋଟ କାରଖାନା ବନ୍ଦ

ରୂପ୍‌ସା, ୨୪।୩(ଡି.ଏନ.ଏ.)-କରୋନା କଟକଣା ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ଜୟକିଶନ ଦାସ ମଲ ଝୋଟ କାରଖାନାକୁ ମଙ୍ଗଳବାରଠାରୁ ବନ୍ଦ ରଖାଯାଇଛି। କାରଖାନା ଜେନେରାଲ ମ୍ୟାନେଜର ମୁଖ୍ୟ ଫାଟକରେ ଏ ନେଇ ଏକ ନୋଟିସ୍‌ ଝୁଲାଇଛନ୍ତି। ରାଜ୍ୟ ସରକାରଙ୍କ ହେଲ୍‌ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟର ଚିଠି (ନଂ. ୮୮୭୦/୨୩।୩।୨୦) ମୁତାବକ କାରଖାନା କର୍ତ୍ତୃପକ୍ଷ ଆସନ୍ତା ୨୯ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କାରଖାନା ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ହେଲେ କାରଖାନା ବନ୍ଦକୁ ସମ୍ପ୍ରସାରଣ କରାଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ବାଲେଶ୍ୱର ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ରୂପ୍‌ସା ଥାନା ଓ ଝୋଟ କାରଖାନା ସଂଘର ସାଧାରଣ ସମ୍ପାଦକଙ୍କୁ ଅବଗତ କରାଯାଇଛି। ଏଥିସହ କାର୍ଯ୍ୟରତ ଶ୍ରମିକ ଓ ଅଫିସ କର୍ମଚାରୀଙ୍କୁ ଅବଗତ କରାଇଛନ୍ତି। କାରଖାନା ବନ୍ଦ ଯୋଗୁ ୮୫୦ଶ୍ରମିକଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?