କରୋନା ଆକ୍ରାନ୍ତଙ୍କ ତଥ୍ୟ ଲୁଚାଇଥିଲେ ଏମ୍ସ ଡାକ୍ତର

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତେବେ ଆକ୍ରାନ୍ତ ୧୯ବର୍ଷୀୟ ଯୁବକଙ୍କ ବିଷୟରେ ତଥ୍ୟ ଲୁଚାଯାଇଥିବା ଭୁବନେଶ୍ୱର ଏମ୍ସ ରେସିଡେଣ୍ଟ ଡାକ୍ତରୀ ସଂଘ ଅଭିଯୋଗ ଆଣିଛି। ଏନେଇ ସଂଘ ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଗୁରୁବାର ଏମ୍ସର ଜଣେ ବରିଷ୍ଠ ଡାକ୍ତର ଓ ଆଇସୋଲେଶନ ୟୁନିଟ୍‌ ଦାୟିତ୍ୱରେ ଥିବା ଅନ୍ୟଜଣେ ଡାକ୍ତର ସମ୍ପୃକ୍ତ କରୋନା ଆକ୍ରାନ୍ତଙ୍କୁ ଏମ୍ସ ଆଣିବାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ରହିଥିବା ଗାଇଡ୍‌ଲାଇନ ବା ନିୟମକୁ ପାଳନ କରିନାହାନ୍ତି। ସେ ଏମ୍ସର ଜଣେ ଡାକ୍ତରଙ୍କ ପୁଅ ହୋଇଥିବାରୁ ତାଙ୍କ କ୍ଷେତ୍ରରେ ଏଭଳି କରାଯାଇଛି। ୩ ଦିନ ପୂର୍ବରୁ ପୁଅ ବ୍ରିଟେନରୁ ଫେରିଥିଲେ ମଧ୍ୟ ଡାକ୍ତର ବାପା ଏହାକୁ ଲୁଚାଇଥିଲେ। ଫଳରେ ଏମ୍ସରେ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ବିପଦ ଘେରକୁ ଆସିଯାଇଛନ୍ତି ବୋଲି ଡାକ୍ତରୀ ସଂଘ ଆଶଙ୍କା ପ୍ରକାଶ କରିଛି। ଏପରି ଅଭିଯୋଗ ପରେ ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏନେଇ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଓ ଆଲୋଚନା ଚାଲିଥିବା କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ପରସ୍ପର ସଂସ୍ପର୍ଶରେ ଆସିଥିବା ବା ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସେ କହିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଏମ୍ସରେ ଏକ ଜରୁରୀ ବୈଠକ ବସିଥିଲା। ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନବେନ ଏନେଇ ଆଲୋଚନା କରିଥିଲେ। ଭୁବନେଶ୍ୱର ଏମ୍ସ ଏ ଦିଗରେ ସବୁପ୍ରକାର ନିୟମକୁ ମାନି କାର୍ଯ୍ୟ କରୁଛି ବୋଲି ନିର୍ଦ୍ଦେଶିକା କହିଛନ୍ତି। ସେ କହିଛନ୍ତି, ଉକ୍ତ ଯୁବକ ଜଣକ ବିମାନବନ୍ଦରରୁ ସିଧା ତାଙ୍କ ଘରକୁ ଯାଇଥିଲେ। ପରଦିନ ଅର୍ଥାତ୍‌ ୧୯ ତାରିଖ ସକାଳେ ତାଙ୍କର ସେଭଳି କିଛି ଲକ୍ଷଣ ଦେଖାଯିବାରୁ ସେ ହସ୍ପିଟାଲ ଆସିଥିଲେ। ତାଙ୍କୁ ଆମେ ଆଇସୋଲେଶନରେ ରଖି ନମୁନା ପରୀକ୍ଷା ପାଇଁ ପଠାଇଥିଲୁ। ରାତିରେ ଆସିଥିବା ରିପୋର୍ଟ କରୋନା ପଜିଟିଭ୍‌ ଜଣାପଡ଼ିଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କର ଅତି ନିକଟତର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ମଧ୍ୟ ହୋମ୍‌ ଆଇସୋଲେଶନରେ ରଖାଯାଇଛି। ଶୁଣି ଦୁଃଖ ଲାଗୁଛି ଯେ, ଅନେକ ଡାକ୍ତରଙ୍କୁ ସେମାନଙ୍କ ଘର ଲୋକ ଘରକୁ ଯିବା ପାଇଁ ଅନୁମତି ଦେଉନାହାନ୍ତି। ଏମିତି ଭୟଭୀତ ହେବା ଉଚିତ ନୁହେଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଆପାର୍ଟମେଣ୍ଟରେ ଭୟର ବାତାବରଣ

ଆକ୍ରାନ୍ତ ଜଣକ ଯେଉଁ ଆପାର୍ଟମେଣ୍ଟରେ ଆସି ରହିଥିଲେ ସେଠାରେ ଅନ୍ୟ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ରୁହନ୍ତି। ତେଣୁ ସେଠାରେ ରହୁଥିବା ସମସ୍ତଙ୍କୁ ୧୪ଦିନିଆ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ସେମାନଙ୍କ ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି। ଏମ୍ସରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ, ଆକ୍ରାନ୍ତ ଜଣକ ତାଙ୍କ ବାପାଙ୍କ ସହିତ ୧୮ ତାରିଖରେ ସେହି ଆପାର୍ଟମେଣ୍ଟରେ ହୋଇଥିବା ଏକ ଭୋଜିରେ ଯୋଗଦେଇଥିଲେ। ତେଣୁ ସେଠାକୁ ଆସିଥିବା ଲୋକଙ୍କୁ ମଧ୍ୟ ଟ୍ରେସ୍‌ କରାଯାଇ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଉ ବୋଲି ସେ ଦାବି କରିଛନ୍ତି। ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ସୁବ୍ରତୋ ପୃଷ୍ଟି କହିଛନ୍ତି, ଡାକ୍ତର ଜଣକ ତାଙ୍କ ପୁଅର ସେପରି ଲକ୍ଷଣ ଦେଖିଥିଲେ ମଧ୍ୟ ସେ କାହାକୁ ନ ଜଣାଇ ଘରେ ଚିକିତ୍ସା କରିଥିଲେ। ତେବେ ଆମେ ଶୁକ୍ରବାର ସକାଳେ ବିଭିନ୍ନ ଗଣମାଧ୍ୟମ ଜରିଆରେ ତାଙ୍କର କରୋନା ପଜିଟିଭ୍‌ ହୋଇଥିବା ଜାଣିବା ପରେ ଛାନିଆ ହୋଇପଡ଼ିଲୁ। ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ ଆମେ ନିଜେ ପଦକ୍ଷେପ ନେଲୁ। କିନ୍ତୁ ଜଣେ ଡାକ୍ତର ହୋଇ ବି ସରକାରଙ୍କ ନିୟମକୁ କିପରି ବେଖାତିର କଲେ? ତାଙ୍କ ପାଇଁ ବର୍ତ୍ତମାନ ଏଠାରେ ରହୁଥିବା ୨୬୧ ପରିବାର ବିପଦ ଆଶଙ୍କାରେ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri