କମାନ୍ତୁ ପିଲାଙ୍କ ମେଦବହୁଳତା

ପିଲାମାନେ ମୋଟା ହେଲେ ଅନେକ ଅଭିଭାବକ ଖୁସି ହୁଅନ୍ତି।
ଆଉ ପିଲା ସାମାନ୍ୟ ପତଳା ଦେଖାଗଲେ କିମ୍ବା କେହି ଏ ବିଷୟରେ କହିଦେଲେ ଯେମିତି ସେମାନଙ୍କର ଚିନ୍ତା ବଢିଯାଏ ଏବଂ କ’ଣ ଖୁଆଇଲେ ପିଲା ମୋଟା ହେବେ ସେଥିରେ ଲାଗି ପଡନ୍ତି। ହେଲେ ଆପଣ ଜାଣନ୍ତି କି ବର୍ତ୍ତମାନ ମୋଟାପଣ ବା ମେଦବହୁଳତା ପିଲାଙ୍କଠାରେ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ପିଲାଙ୍କୁ ସ୍ଲିମ୍‌ ଫିଟ୍‌ ରଖିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ….

ବର୍ତ୍ତମାନ ଅନେକ ପିଲାଙ୍କଠାରେ ମେଦବହୁଳତା ଦେଖାଦେବାର ସବୁଠାରୁ ବଡ କାରଣ ହେଉଛି ସେମାନଙ୍କର ଅସନ୍ତୁଳିତ ଖାଦ୍ୟାଭ୍ୟାସ। ସେମାନେ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହୀ ହେଉଛନ୍ତି। ଏଥିରେ ଥିବା ତେଲ, ମସଲା, ମଇଦା ଇତ୍ୟାଦି ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍‌ ଦିଅନ୍ତୁ।
ସକାଳେ ଅଧିକ ସମୟ ଶୋଇବା ଏବଂ ଜଳଖିଆ ନ ଖାଇବାର ବଦଭ୍ୟାସ ମଧ୍ୟ ଅନେକ ପିଲାଙ୍କର ରହିଛି। ହେଲେ ସକାଳର ଜଳଖିଆ ମିସ୍‌ କଲେ ସାରା ଦିନ ଶରୀରକୁ ଏନର୍ଜେଟିକ୍‌ ଲାଗି ନ ଥାଏ। କେବଳ ଏତିକି ନୁହେଁ ଏହାଦ୍ୱାରା ଭୋକ ଅଧିକ ହେବା କାରଣରୁ ମଧ୍ୟାହ୍ନଭୋଜନରେ ଆବଶ୍ୟକରୁ ଅଧିକ ଖାଇବା କାରଣରୁ ମଧ୍ୟ ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ପାଲଟେ। ତେଣୁ ଫିଟ୍‌ ରହିବା ଲାଗି ପିଲାଙ୍କୁ ସକାଳ ଜଳଖିଆ ଖାଇବାକୁ ଦିଅନ୍ତୁ।
ଖାଇବା ସମୟରେ ଟିଭି, ମୋବାଇଲ୍‌ ଆଦି ଦେଖିବା ଅନେକ ପିଲାଙ୍କର ଏକ ନିଶା। ହେଲେ ଏହାଦ୍ୱାରା ଅଜାଣତରେ ଆବଶ୍ୟକରୁ ଅଧିକ ଖାଇ ହୋଇଯାଏ। କେହି କେହି ଟିଭି ଦେଖିବା ବେଳେ ଚିପ୍ସ, କୁର୍‌କୁରେ ଭଳି ବିଭିନ୍ନ ଚଟ୍‌ପଟା ଖାଦ୍ୟ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଏସବୁ ଅଭ୍ୟାସ ଯୋଗୁ ଶରୀରକୁ ଅଧିକ ପରିମାଣରେ କ୍ୟାଲୋରି ଚାଲିଯାଏ, ଯାହା କି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ପିଲାଙ୍କୁ ଚକୋଲେଟ୍‌, ଆଇସ୍‌କ୍ରିମ୍‌, ବିଭିନ୍ନ ମିଠା ଏମିତି କି ସୁଜି ହାଲୁଆ, ଗାଜର ହାଲୁଆ ଭଳି ମିଠା ଖାଦ୍ୟ ଅଧିକ ଦିଅନ୍ତୁ ନାହିଁ। ଏହା ମଧ୍ୟ ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?