କମାନ୍ତୁ ପିଲାଙ୍କ ମେଦବହୁଳତା

ପିଲାମାନେ ମୋଟା ହେଲେ ଅନେକ ଅଭିଭାବକ ଖୁସି ହୁଅନ୍ତି।
ଆଉ ପିଲା ସାମାନ୍ୟ ପତଳା ଦେଖାଗଲେ କିମ୍ବା କେହି ଏ ବିଷୟରେ କହିଦେଲେ ଯେମିତି ସେମାନଙ୍କର ଚିନ୍ତା ବଢିଯାଏ ଏବଂ କ’ଣ ଖୁଆଇଲେ ପିଲା ମୋଟା ହେବେ ସେଥିରେ ଲାଗି ପଡନ୍ତି। ହେଲେ ଆପଣ ଜାଣନ୍ତି କି ବର୍ତ୍ତମାନ ମୋଟାପଣ ବା ମେଦବହୁଳତା ପିଲାଙ୍କଠାରେ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ପିଲାଙ୍କୁ ସ୍ଲିମ୍‌ ଫିଟ୍‌ ରଖିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ….

ବର୍ତ୍ତମାନ ଅନେକ ପିଲାଙ୍କଠାରେ ମେଦବହୁଳତା ଦେଖାଦେବାର ସବୁଠାରୁ ବଡ କାରଣ ହେଉଛି ସେମାନଙ୍କର ଅସନ୍ତୁଳିତ ଖାଦ୍ୟାଭ୍ୟାସ। ସେମାନେ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହୀ ହେଉଛନ୍ତି। ଏଥିରେ ଥିବା ତେଲ, ମସଲା, ମଇଦା ଇତ୍ୟାଦି ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍‌ ଦିଅନ୍ତୁ।
ସକାଳେ ଅଧିକ ସମୟ ଶୋଇବା ଏବଂ ଜଳଖିଆ ନ ଖାଇବାର ବଦଭ୍ୟାସ ମଧ୍ୟ ଅନେକ ପିଲାଙ୍କର ରହିଛି। ହେଲେ ସକାଳର ଜଳଖିଆ ମିସ୍‌ କଲେ ସାରା ଦିନ ଶରୀରକୁ ଏନର୍ଜେଟିକ୍‌ ଲାଗି ନ ଥାଏ। କେବଳ ଏତିକି ନୁହେଁ ଏହାଦ୍ୱାରା ଭୋକ ଅଧିକ ହେବା କାରଣରୁ ମଧ୍ୟାହ୍ନଭୋଜନରେ ଆବଶ୍ୟକରୁ ଅଧିକ ଖାଇବା କାରଣରୁ ମଧ୍ୟ ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ପାଲଟେ। ତେଣୁ ଫିଟ୍‌ ରହିବା ଲାଗି ପିଲାଙ୍କୁ ସକାଳ ଜଳଖିଆ ଖାଇବାକୁ ଦିଅନ୍ତୁ।
ଖାଇବା ସମୟରେ ଟିଭି, ମୋବାଇଲ୍‌ ଆଦି ଦେଖିବା ଅନେକ ପିଲାଙ୍କର ଏକ ନିଶା। ହେଲେ ଏହାଦ୍ୱାରା ଅଜାଣତରେ ଆବଶ୍ୟକରୁ ଅଧିକ ଖାଇ ହୋଇଯାଏ। କେହି କେହି ଟିଭି ଦେଖିବା ବେଳେ ଚିପ୍ସ, କୁର୍‌କୁରେ ଭଳି ବିଭିନ୍ନ ଚଟ୍‌ପଟା ଖାଦ୍ୟ ମଧ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଏସବୁ ଅଭ୍ୟାସ ଯୋଗୁ ଶରୀରକୁ ଅଧିକ ପରିମାଣରେ କ୍ୟାଲୋରି ଚାଲିଯାଏ, ଯାହା କି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ପିଲାଙ୍କୁ ଚକୋଲେଟ୍‌, ଆଇସ୍‌କ୍ରିମ୍‌, ବିଭିନ୍ନ ମିଠା ଏମିତି କି ସୁଜି ହାଲୁଆ, ଗାଜର ହାଲୁଆ ଭଳି ମିଠା ଖାଦ୍ୟ ଅଧିକ ଦିଅନ୍ତୁ ନାହିଁ। ଏହା ମଧ୍ୟ ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri