କଣ୍ଟିଲୋବାସୀଙ୍କ ପାନୀୟ ଜଳ ମହାନଦୀର ଗୋଳିଆ ପାଣି

ଖଣ୍ଡପଡା,୮ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ଅନ୍ତର୍ଗତ କଣ୍ଟିଲୋ ନୀଳମାଧବଜୀଉ ପଯର୍‌ୟଟନ କ୍ଷେତ୍ର ଓ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଛି । ୧୫ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ରାଜସ୍ବ ଗ୍ରାମର ୨୫ଟି ୱାର୍ଡକୁ ନେଇ କଣ୍ଟିଲୋ ଗ୍ରାମପଞ୍ଚାୟତ ଗଠିତ । ଉକ୍ତ ପଞ୍ଚାୟତର ମୁଖ୍ୟ ସମସ୍ୟା ହେଉଛି ଶିକ୍ଷା, ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ବର୍ତ୍ତମାନ ବର୍ଷାଦିନେ ମହାନଦୀର ଗୋଳିଆ ପାଣିକୁ ବିଶୋଧନ କରା ନ ଯାଇ ଅଞ୍ଚଳବାସୀଙ୍କୁ ଯୋଗାଇ ଦିଆଯାଉଛି । ବିଶେଷ କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପାଇଁ ଯୋଗାଇ ଦିଆ ଯାଉଥିବା ପାଇପ ଜଳ ଆଦୌ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଅଭିଯୋଗ ହେଉଛି। ମହାନଦୀରୁ ପମ୍ପ ସାହାଯ୍ୟରେ ସିଧାସଳଖ ଗୋଳିଆ ପାଣି ଉଠାଯାଇ ପାଇପ ଯୋଗେ ଯୋଗାଣ ହେଉଛି। ସେହିପରି ଓଭରହେଡ ଟାଙ୍କି ନ ଥିବାରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେଲେ ପାନୀୟ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବା ଏକ ନିତିଦିନିଆ ଘଟଣା ହେଉଛି। ଜନସାଧାରଣଙ୍କୁ ନିୟମିତ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଗତ ବର୍ଷ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଭୟ କୁମାର ବିଶ୍ୱାଳଙ୍କ ଉଦ୍ୟମ କ୍ରମେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଫିଲଟର ଯନ୍ତ୍ର ଓଡିଶାରେ ପ୍ରଥମ କରି କଣ୍ଟିଲୋରେ ପ୍ରତିଷ୍ଠା କରାଯାଇଛି । ଘଣ୍ଟାକୁ ୫୦ ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗଇବାର କ୍ଷମତା ଥିବା ଏହି ପ୍ରକଳ୍ପଟି ଗତ ଜାନୁୟାରୀ ମାସଠାରୁ ସୂଚାରୁ ରୂପେ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଆସୁଥିଲା । ମାତ୍ର ଗତ କିଛିଦିନ ହେବ ଉକ୍ତ ପ୍ରକଳ୍ପର କୌଣସି ଏକ ଯନ୍ତ୍ରାଂଶ ନଷ୍ଟ ହୋଇଯାଇ ଥିବାରୁ ପ୍ରକଳ୍ପଟି ଅଚଳ ହୋଇପଡିଛି । ଏ ସମ୍ପର୍କରେ ନୟାଗଡ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ରାଜୀବ କୁମାର ପାଣିଗ୍ରାହୀଙ୍କୁ ପଚାରିବାରେ ସେ କହିଥିଲେ ଉକ୍ତ ପ୍ରକଳ୍ପର ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଥିବା କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉକ୍ତ କମ୍ପାନୀର କର୍ମଚାରୀ ଆସି ଏହାକୁ ସଜାଡିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ତେବେ ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଏହି ପଯର୍‌ୟଟନସ୍ଥଳୀରେ ଯାତ୍ରୀମାନଙ୍କ ରହଣି ପାଇଁ କୌଣସି ବିଶ୍ରାମାଗାର, ଶୌଚାଳୟ କିମ୍ବା ପରିସ୍ରାଗାରଟିଏ ନ ଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିମଳ ଅବସ୍ଥା ଶୋଚନୀୟ । ଏହାଛଡା ମନ୍ଦିର ଯିବା ରାସ୍ତା ଓ ମୁଖ୍ୟରାସ୍ତା କଡରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଥିବାରୁ ଯାତାୟାତରେ ଘୋର ସମସ୍ୟା ଉପୁଜୁଛି । ଶିକ୍ଷାର ବିକାଶ ପାଇଁ ଏଠାରେ ନୀଳମାଧବ ମହାବିଦ୍ୟାଳୟ, ନୀଳମାଧବ ବିଦ୍ୟାପୀଠ, କୁଞ୍ଜବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୩ଟି ମଧ୍ୟ ଇଂରାଜୀ ଏବଂ ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଏଗୁଡିକରେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ କ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମର ଅଧିକାଂଶ ଗୃହରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଥିଲେ ମଧ୍ୟ ଅନେକ ମୁକ୍ତ ଆକାଶ ତଳେ ବିଶେଷ କରି ନୀଳମାଧବ ଜୀଉ ମନ୍ଦିର ଯିବା ରାସ୍ତା ମହାନଦୀ କୂଳରେ, ମୁଖ୍ୟ ରାସ୍ତା କଡରେ ଶୌଚ ହେଉଥିବାରୁ ଦୂଷିତ ପରିବେଶ ସୃଷ୍ଟି ହେଉଛି। ଜନଗହଳି ପୂର୍ଣ୍ଣ ବଜାର ଓ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟହ ବସୁଥିବା ମାଛ, ମାଂସ ଓ ପରିବା ହାଟ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସେହିପରି ପଞ୍ଚାୟତର ପୁରାତନ ପୁଷ୍କରିଣୀ ଉପରେ ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ସ୍ନାନ, ଶୌଚାଦି ପାଇଁ ନିର୍ଭର କରୁଥିଲେ ମଧ୍ୟ ସେଗୁଡିକର ଉନ୍ନତୀକରଣ କରାଯାଉନାହିଁ । ସେହିପରି ନୟାଗଡ ଜିଲାର ଜନବହୁଳ ପଞ୍ଚାୟତ ଭାବେ କଣ୍ଟିଲୋର ଗୁରୁତ୍ୱ ରହିଥିବା ବେଳେ ଉକ୍ତ ପଞ୍ଚାୟତକୁ ଏନଏସିର ମାନ୍ୟତା ମିଳିଲେ କଣ୍ଟିଲୋର ବିକାଶ ତଥା ଉନ୍ନତି ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ତେଣୁ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣରେ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri