ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ ଏଠାରେ ପ୍ରସୂତି ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଏଠାକୁ ଆସୁଥିବା ଗର୍ଭବତୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଯେ, କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଣ୍ଟିଲୋ, ବାଣପୁର, ସିଧାମୂଳା, ବେଣାଗାଡିଆ, ପଥରଚକଡା, କେନ୍ଦୁପଲ୍ଲୀ, ଧାନଚେଙ୍ଗଡା, ବାଉଁଶବାଟି ଆଦି ୮ ପଞ୍ଚାୟତର ପ୍ରାୟ ୫୦ରୁ ୬୦ ହଜାର ଲୋକ ଚିକିତ୍ସା ସେବା ପାଇଁ ନିର୍ଭର କରିଥାନ୍ତି। ନୂଆଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ପ୍ରସୂତି କେନ୍ଦ୍ର (ଡେଲିଭରି ପଏଣ୍ଟ) ଭାବେ ପରିଚିତ। ପ୍ରତି ମାସରେ କଣ୍ଟିଲୋ ତଥା ଆଖପାଖ ଅଞ୍ଚଳରୁ ୧୫ରୁ ଊର୍ଦ୍ଧ୍ୱ ଗର୍ଭବତୀ ଏଠାକୁ ଆସିଥାନ୍ତି। ଅବସ୍ଥା ଅଣାୟତ୍ତ ହେଲେ କେତେକଙ୍କୁ ଏଠାରେ ଥିବା ୧୦୨ ଆମ୍ବୁଲାନ୍ସ ଯୋଗେ ଖଣ୍ଡପଡ଼ା କିମ୍ବା ନୟାଗଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥାଏ। ଏହାଦ୍ୱାରା ପ୍ରସୂତିମାନେ ତ୍ୱରିତ ସେବା ପାଇ ପାରିଥାନ୍ତି ା ମାତ୍ର ଉକ୍ତ ୧୦୨ ଆମ୍ବୁଲାନ୍ସୁକୁ ଗତ ମେ ୩୧ ତାରିଖରୁ ବନ୍ଦ କରି ଦିଆଯାଇଛି। ଫଳରେ ଏଠାକୁ ଆସୁଥିବା ଗର୍ଭବତୀମାନେ ତ୍ୱରିତ ସେବା ପାଇପାରୁ ନାହାନ୍ତି। ଜରୁରୀ ଆବଶ୍ୟକତା ସମୟରେ ୪ଚକିଆ ଯାନ ଉପଲବ୍ଧ ନ ହେବାରୁ ସେମାନଙ୍କୁ ଅଟୋ ରିକ୍ସାରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡୁଛି ା ବିଭାଗୀୟ କେତେକ କର୍ମଚାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଣ୍ଟିଲୋଠାରେ ଥିବା ମାରୁତି ଗାଡିରେ ୧୦୨ ଆମ୍ବୁଲାନ୍ସ ବନ୍ଦ କରାଯାଇ ଏହା ପରିବର୍ତ୍ତେ ବୋଲେରୋରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବା ବ୍ୟବସ୍ଥା କରାଯାଉଛି ା କଣ୍ଟିଲୋ ଭଳି ଏକ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରସୂତି ସେଣ୍ଟରରେ ଯଦି ଉକ୍ତ ଆମ୍ବୁଲାନ୍ସ ରଖା ନ ଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣରୁ ସୂଚନା ମିଳିଛି ା ଏ ସମ୍ପର୍କରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଶ୍ୱେତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ୧୦୨ ମାରୁତି ଆମ୍ବୁଲାନ୍ସ ପରିବର୍ତ୍ତେ ୧୦୮ ବୋଲେରୋ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରାଯାଇଛି ା ଉକ୍ତ ଆମ୍ବୁଲାନ୍ସ ଗାଡି ଦେଉଥିବା ବ୍ୟକ୍ତି ଏମ୍ଓୟୁରେ ଦସ୍ତଖତ କରିବା ପରେ ଆସନ୍ତା ୧୦/୧୫ ଦିନ ମଧ୍ୟରେ ଉକ୍ତ ସେବା ଯୋଗାଇ ଦିଆଯିବ ଏବଂ ଗାଡିଟି କଣ୍ଟିଲୋ ସେଣ୍ଟରରେ ରହିବ ବୋଲି ସେ ସୂଚନା ଦେଇଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

