କଣିହାଁ କୋଇଲା ଖଣିରେ ଫାଟ

କଣିହାଁ, ୧୮ା୮(ଡି.ଏନ.ଏ.)  ଅନୁଗୋଳ ଜିଲା ସ୍ଥିତ ଏମସିଏଲର କଣିହାଁ କୋଇଲା ଖଣିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଖଣିର କଂସମୁଣ୍ଡା ସାଇଟରୁ ଏବେ କୋଇଲା ଖନନ ଓ ପରିବହନ ଚାଲିଛି। ଉପରି ଭାଗରେ ୨୦ ଫୁଟ ଉଚ୍ଚତାର ମାଟି ଓ କୋଇଲା ଥିବାବେଳେ ତଳୁ କୋଇଲା ଖନନ କରାଯାଉଛି। ଏଥିପାଇଁ ଦୈନିକ ଖଣିରେ ବ୍ଲାଷ୍ଟିଂ ହେଉଛି। ତେବେ ୧୦ ଦିନ ପୂର୍ବରୁ ଖଣିର ଉପର ଅଂଶରେ ଛୋଟ ଆକାରର ଫାଟ ହୋଇଥିବାବେଳେ ଏବେ ତାହା ପ୍ରାୟ ୧ ଫୁଟ ଓସାର ହୋଇଯାଇଥିବା ଦେଖିବାକୁ ମିଳିଛି। ଏ ଦିଗରେ ସତର୍କତା ଅବଲମ୍ବନ ନ କରାଗଲେ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିପାରେ ବୋଲି ଶ୍ରମିକ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଖଣି କର୍ତ୍ତୃପକ୍ଷଙ୍କ ଅବହେଳା, ସର୍ଭେଗତ ତ୍ରୁଟି ଓ ଠିକ ଭାବେ ସୁରକ୍ଷା ଯାଞ୍ଚ ହେଉ ନ ଥିବାରୁ ଏପରି ଫାଟ ସୃଷ୍ଟି ହୋଇଥିବା କେତେଜଣ ଶ୍ରମିକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଣିହାଁ କୋଇଲା ଖଣି ପ୍ରକଳ୍ପ ଅଧିକାରୀ ନାରାୟଣ ଦାସ ମହାପାତ୍ର କହିଛନ୍ତି, ବ୍ଲାଷ୍ଟିଂ ଯୋଗୁ ଏହି ଫାଟ ସୃଷ୍ଟି ହୋଇଛି। ଖଣି ପାଇଁ କୌଣସି ବିପଦ ନାହିଁ, କାରଣ ତଳେ ଓ ଉପରେ କଠିନ ଶିଳା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri