କଟରା ରଶ୍ମିରଞ୍ଜନ ହତ୍ୟା ମାମଲା: ଆତ୍ମସମର୍ପଣ କଲେ ମାଷ୍ଟରମାଇଣ୍ଡ ମହାଦେବ

ତିର୍ତ୍ତୋଲ,୬ା୧୧(ଡି.ଏନ.ଏ.): ତିର୍ତ୍ତୋଲ ଥାନା ଅଧୀନ କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ମହାଦେବ କାଣ୍ଡି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଦୀପକ କୁମାର ଜେନା ଏହି ସୂଚନା ଦେଇଛନ୍ତି।
ଏସଡିପିଓ କହିଛନ୍ତି, ଜଜାଙ୍ଗ ଗ୍ରାମର ମହାଦେବ ମୁମ୍ବାଇରେ ରହୁଥିବାବେଳେ ତାଙ୍କ ସ୍ତ୍ରୀଙ୍କୁ ରଶ୍ମିରଞ୍ଜନ ବିଭିନ୍ନ ଉପାୟରେ ହଇରାଣ କରୁଥିଲେ। ଏ ସମ୍ପର୍କରେ ମହାଦେବ ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ। ଫଳରେ ରଶ୍ମିରଞ୍ଜନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ତାଙ୍କ ସହ ମୁମ୍ବାଇରେ କାର୍ଯ୍ୟ କରୁଥିବା ବାଲିକୁଦା ଥାନା ମୂଳୁଗାଁ ଗ୍ରାମର ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ଦାସଙ୍କ ସହ ରଶ୍ମିରଞ୍ଜନଙ୍କୁ ସମ୍ପୂର୍ଣ୍ଣ ରାସ୍ତାରୁ ହଟାଇଦେବା ପାଇଁ ଆଲୋଚନା କରିଥିଲା। ଜଗନ୍ନାଥ ୩ଲକ୍ଷ ଟଙ୍କା ସୁପାରି ଜରିଆରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରିବେ ବୋଲି ରାଜି ହୋଇଥିଲେ। ଏହାପରେ ଜଗନ୍ନାଥ ମୁମ୍ବାଇରୁ ଗାଁକୁ ଫେରି ମଝିରେ ମଝିରେ ଜଜାଙ୍ଗ ଗ୍ରାମକୁ ଯାଇ ରଶ୍ମିରଞ୍ଜନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହା ମଧ୍ୟରେ ତିନୋଟି କିସ୍ତିରେ ୧ଲକ୍ଷ ୨୦ ହଜାର ଟଙ୍କା ମହାଦେବ ଜଗନ୍ନାଥଙ୍କୁ ଦେଇଥିଲେ। ସୁଯୋଗ ଦେଖି ଜଗନ୍ନାଥ ସାରଣା ଗ୍ରାମର ରାଜା ମୁଦୁଲିଙ୍କ ସହ ଅକ୍ଟୋବର ୨୨ରାତିରେ କଟରା ବଜାରରେ ପହଞ୍ଚି ରଶ୍ମିରଞ୍ଜନଙ୍କୁ ଫୋନରେ ଡାକିଥିଲେ। ରଶ୍ମିରଞ୍ଜନ ବାଇକ୍‌ରେ ଆସି ପହଞ୍ଚିବା ପରେ କଟରା ବଜାର ପୋଖରୀ ହୁଡାରେ ତିନିଜଣ ମିଶି ମଦ୍ୟପାନ କରିଥିଲେ। ରଶ୍ମିରଞ୍ଜନଙ୍କୁ ପ୍ରଚୁର ନିଶା ହେବାପରେ ପୂର୍ବରୁ ଲୁଚାଇ ରଖିଥିବା ଧାରୁଆ କଟୁରିରେ ରାଜା ତାଙ୍କ ବେକକୁ ହାଣି ହତ୍ୟା କରିଥିଲେ। ପରେ ରଶ୍ମିରଞ୍ଜନଙ୍କ ମୃତଦେହ ଓ ବାଇକକୁ ପୋଖରୀକୁ ଫିଙ୍ଗି ଦେଇଥିଲେ। ଜଗନ୍ନାଥ ଓ ରାଜା ଗିରଫ ହେବାପରେ ପୋଲିସ ଆଗରେ ଏକଥା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?