Odisha Elections 2024

କଟକରେ ରଜ କଟକଣା: ଭିଡ଼ ଜଗିବ ୩ଟି ଟିମ୍‌

କଟକ ଅଫିସ,୧୩।୬: ଆସନ୍ତା ସୋମବାର ଏବଂ ମଙ୍ଗଳବାର ରଜ ଯୋଗୁ ବଜାର ଭିଡ଼ ରହିବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ରଜ ଖେଳିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି। ବିଶେଷକରି ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ଉଲ୍ଲଂଘନ ହେଲେ ଏହି ଟିମ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ସହରର ୧୩ଟି ଥାନା ଅଞ୍ଚଳକୁ ତିନି ଭାଗରେ ବିଭକ୍ତ କରାଯାଇ ଏହି ୩ଟି ଟିମ୍‌କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ବ୍ୟବସାୟୀ ପ୍ରତିଷ୍ଠାନଗୁଡିକ ପାଇଁ ମଧ୍ୟ ଗାଇଡ଼ଲାଇନ୍‌ ଜାରି କରାଯାଇଛି। ସାମାଜିକ ଦୂରତା, ମାସ୍କ ପରିଧାନ ଏବଂ ସାନିଟାଇଜେସନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ବ୍ୟବସାୟୀ ପ୍ରତିଷ୍ଠାନଗୁଡିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri